ଭୁବନ ରେ ୯ ଜଣ ଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ଭୁବନ, ୦୧/୦୨/୨୦୨୪ (ଓଡ଼ିଶା ସମାଚାର)- ଓଡ଼ିଶାରେ ଆରମ୍ଭ ହୋଇଛି ଶିକ୍ଷାର ଉତ୍ସବ । ଶିକ୍ଷାକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିବା ସହ ବ୍ୟବସ୍ଥାରେ ନୂଆ ବିପ୍ଳବ ଆଣିବାକୁ ୫- ଟି ଉପକ୍ରମ ରେ ଅଭିନବ ପ୍ରୟାସ କରାଯାଇଛି ।ପ୍ରଥମ ଥର ପାଇଁ ଜିଲ୍ଲା, ବ୍ଲକ, ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ, ପରିଚାଳନା କମିଟି କୁ ଅନ୍ତର୍ଭୁକ୍ତ କରି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି । ଭୁବନ ରେ ୯ ଜଣଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ମିଳିବା ଭୁବନ ପାଇଁ ଗର୍ବର ବିଷୟ ପାଲଟିଛି । ଭୁବନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନାରାୟଣ ରଣା,ବିଜ୍ଞାନ ଶିକ୍ଷୟିତ୍ରୀ ନମିତା ମହାନ୍ତି ,ଛାତ୍ରୀ ବର୍ଷାରାଣୀ ପତି,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମନୋଜ କୁମାର ପୋଥାଳ,ଭୁବନ ଉଚ୍ଚ ବିଦ୍ୟାଳୟ ବିଜ୍ଞାନ ଶିକ୍ଷକ ଗଣେଶ୍ୱର ସାହୁ,ଶାରୀରିକ କ୍ରୀଡା ଶିକ୍ଷକ ସାଗର ରାଉତ,ନୂଆ ଭୁବନ ନୋଡାଲ ଉଚ୍ଚ ବିଦ୍ୟାଳୟ ଇଂରାଜୀ ଶିକ୍ଷକ ଦୁଷ୍ମନ୍ତ ମହାରଣା, କୃତୀ ଛାତ୍ର ମୋକ୍ଷ ରଞ୍ଜନ ସାହୁ ଏବଂ ଆଲୋକ ପୃଷ୍ଟି ଙ୍କୁ କଳିଙ୍ଗ ଷ୍ଟାଡିୟମ୍ ପରିସରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ମିଳିବା ପରେ ବ୍ଲକ ଶିକ୍ଷାଧିକାରୀ ଅଦୈତ କୁମାର ସାମଲ ସମାଷ୍ଟଙ୍କୁ ପୁଷ୍ପଗୁଛ ପ୍ରଦାନ କରି ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *