ମାହାରାକୂଳ – ମାର୍ଶାଘାଇ କେନାଲ ବନ୍ଧ ରାସ୍ତା ନିର୍ମାଣରେ ଅନିୟମିତତା ଅଭିଯୋଗ

କେନ୍ଦ୍ରାପଡ଼ା, ୨୨/୭/୨୦୨୪ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲାର ମାର୍ଶାଘାଇ କେନାଲ ବନ୍ଧ ରାସ୍ତାର ଦୁଧିଆ ଠାରୁ କଳପଡା ପର୍ଯ୍ୟନ୍ତ ରାସ୍ତାର ନିର୍ମାଣ ନିମନ୍ତେ ଜଳସେଚନ ବିଭାଗ ପକ୍ଷରୁ ୨୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି । ସେହି ପ୍ରକଳ୍ପରେ ଦୁଧିଆ ଠାରୁ ବଳରାମପୁର ପର୍ଯ୍ୟନ୍ତ ନିର୍ମିତ କେନାଲ ବନ୍ଧ ରାସ୍ତା ଅତ୍ୟନ୍ତ ନିମ୍ନମାନର ହୋଇଥିବା ନେଇ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ସ୍ଥାନୀୟ ଅଧିବାସୀଙ୍କ ପକ୍ଷରୁ ଉତମ ଚରଣ ଦାସ, ରାଜକିଶୋର ମହାନ୍ତି, ଶୁକଦେବ ଦାସ, ସନ୍ଦିପ ସ୍ୱାଇଁ, ରାଜୀବ ନାୟକ ପ୍ରମୁଖ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ଦୁଧିଆ ଠାରୁ ବଳରାମପୁର ପର୍ଯ୍ୟନ୍ତ ନିର୍ମିତ କେନାଲ ବନ୍ଧ ରାସ୍ତାରେ ନିର୍ମାଣର ମାତ୍ର ୩/୪ମାସ ଭିତରେ ଖାଲଖମାରେ ଭର୍ତି ହୋଇଯାଇଛି । ଅତ୍ୟନ୍ତ ନିମ୍ନମାନର ରାସ୍ତା କାର୍ଯ୍ୟ ହୋଇଥିବା ଯୋଗୁଁ ଲୋକମାନେ ସେହି ରାସ୍ତାରେ ଯାତାୟତରେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଣୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ସେମାନେ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *