କେନ୍ଦ୍ରାପଡ଼ା, ୩୧/୦୩/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳପଡିଆରେ ୨୪ ମାର୍ଚ୍ଚରୁ ଆରମ୍ଭ ହୋଇଥିବା ସୁଭଦ୍ରା ଶକ୍ତିମେଳା ସୋମବାର ରାତିରେ ଉଦଯାପିତ ହୋଇଯାଇଛି । ଏହି ମେଳା ମହିଳା ସଶକ୍ତିକରଣ ଓ ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କର କୌଶଳ, ସୃଜନଶୀଳତା ଓ ଆର୍ଥôକ ସ୍ୱାବଲମ୍ବନକୁ ପ୍ରଚାର କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମଂଚ ଭାବେ ପରିଗଣିତ ହୋଇଛି । ଉଦଯାପନୀ ଉତ୍ସବରେ ଜିଲା ପରିଷଦ ସଭାପତି ଲିଲିତା ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଧାକର ସାହୁ, ଉପଜିଲାପାଳ ଅରୁଣ କୁମାର ନାୟକ, ଜିଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତି ଓ ଡିପିସି ମିଶନଶକ୍ତି ଆରତୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ମେଳାରେ ବିଭିନ୍ନ ବର୍ଗରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ସମ୍ମାନିତ କରାଯାଇଥିଲା ।
ଶ୍ରେଷ୍ଠ କୃଷି ଉତ୍ପାଦ (ସର୍ବାଧିକ ବିକ୍ରୟରେ) ରାଜନଗରର ଗଙ୍ଗା ମାତା ଏସଏଚଜି ପ୍ରଥମ, ବଜ୍ର ମହାକାଳୀ ଡାଲ୍ ପିଜି (ମାର୍ଶାଘାଇ) ଦ୍ୱିତୀୟ, ଶ୍ରୀକୃଷ୍ଣ ପିଜି (ଗଞ୍ଜାମ, ଶେରଗଡ଼) ତୃତୀୟ । ଶ୍ରେଷ୍ଠ ଅଣକୃଷି ଉତ୍ପାଦରେ ମା’ ସମଲେଶ୍ୱରୀ ଏସଏଚଜି (ବରଗଡ଼, ଅତାବିରା) ପ୍ରଥମ, ବିରବାରପୁର ହସ୍ତତନ୍ତ ପିଜି (କଟକ, ବଡମ୍ବା) ଦ୍ୱିତୀୟ, ବୁଢ଼ି ମା ଏସଏଚଜି (ନୟାଗଡ଼) ତୃତୀୟ । ଶ୍ରେଷ୍ଠ ପ୍ୟାକିଙ୍ଗ, ଲେବେଲିଂ ଓ ଡିସପ୍ଲ୍ଲେ: ମା’ ବିମଳେଇ ଉତ୍ପାଦିକା ଏସଏଚଜି (ଗରଦପୁର) ପ୍ରଥମ, ମହାସଂଗ୍ରାମ ଏସଏଚଜି (ରାଜକନିକା) ଓ ମା ବନଦୁର୍ଗା ଏସଏଚଜି (ଆଳି) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ । ଶ୍ରେଷ୍ଠ ଗ୍ରାହକ ବ୍ୟବହାର ଓ ପ୍ରସ୍ତୁତିକରଣ: ସତ୍ୟସାଇ ପିଜି (କେନ୍ଦ୍ରାପଡ଼ା) ଶ୍ରେଷ୍ଠ; ତ୍ରାହି ଅଚ୍ୟୁତା ଏସଏଚଜି (ପଟ୍ଟାମୁଣ୍ଡାଇ) ଓ ମା ସନ୍ତୋଷୀ ଏସଏଚଜି (କେଉଁଝର) ସ୍ଥାନ ପାଇଥିଲେ ।
ଶ୍ରେଷ୍ଠ ଉଦ୍ଭାବନ (ଏସଏଚଜି ଉତ୍ପାଦ): ଉତ୍କଳ ଗ୍ରାମୀଣ (ଡେରାବିଶ) ପ୍ରଥମ, ମା ବନଦୁର୍ଗା (ମହାକଳାପଡ଼ା) ଓ ଓମ୍ ସାଇ ଏସଏଚଜି (ବାଲେଶ୍ୱର) ସମ୍ମାନିତ ହୋଇଥିଲେ । ଶ୍ରେଷ୍ଠ ଷ୍ଟଲ୍ (ସମୁଦାୟ ପ୍ରଦର୍ଶନ): ତୁଳସୀ କ୍ଷେତ୍ର ପିଜି (କେନ୍ଦ୍ରାପଡ଼ା) ପ୍ରଥମ ସ୍ଥାନ ଅଧିକାର କରିଥିଲା ।ଏହି ଅବସରରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ୟୋତିରଞ୍ଜନ ଗୌଡ଼, ଟାଉନଥାନା ଆଇଆଇସି ଶୁଭେନ୍ଦୁ କୁମାର ସାହୁ, ଆଇଆଇସି (ମୁଖ୍ୟାଳୟ) ଦିଲ୍ଲୀପ କୁମାର ସାହୁ, ରିଜର୍ଭ ପୋଲିସର ଆସିଷ୍ଟାନ୍ଟ କମାଣ୍ଡାନ୍ଟ ରାମଚନ୍ଦ୍ର ମହାନ୍ତି ଓ ଅଗ୍ନିଶମ ଅଧିକାରୀ ଅଶୋକ କୁମାର ସାହୁ ମଧ୍ୟ ଉପସ୍ଥିତ ଥିଲେ । ପରେ ମହିଳା ସଶକ୍ତିକରଣ ବିଷୟରେ ଉଲ୍ଲେଖନୀୟ ଲେଖାପାଇଁ “ମନ କି ବାତ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦ୍ୱାରା ପ୍ରଶଂସା ସଉଁଟିଥିବା ଏଚଏନଏସ ମହାବିଦ୍ୟାଳୟ, ଚାନ୍ଦୋଳର +୩ ପ୍ରଥମ ବର୍ଷ ଛାତ୍ର ଓମପ୍ରକାଶ ରଥଙ୍କୁ ବିଶେଷ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।
