କଟକ ସଦର,୩୧/୦୩/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ରାସ୍ତାରେ ଚୋରା ବାଲି ବୋଝେଇ ହାଇୱ। ଟ୍ରକ୍ ଧକ୍କାରେ ଦିନକୁ ଦିନ ଦୂର୍ଘଟଣା ମାନ ଘଟି ଧନଜୀବନ ହାନୀ ହେଉଥିବା ବେଳେ ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଥିବା କୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ପ୍ରକାଶ ଯେ ଆଜି ମଙ୍ଗଳବାର ସକାଳେ କିଶନନଗର ଥାନା ଅନ୍ତର୍ଗତ ସିର୍ଲୋ ପଞ୍ଚାୟତ ଅଫିସ୍ ନିକଟରେ ଏକ ଵାଲି ବୋଝେଇ ହାଇୱ।
ଜଣେ ମଟରସାଇକେଲ ଆରୋହୀ ଙ୍କୁ ଧକ୍କା ଦେବା ଫଳରେ ବନ୍ଧୁ ଘରକୁ ଯାଉଥିବା ସିଆରଆରଆଇ ଥାନା ଅନ୍ତର୍ଗତ ନୂଆଵଜାର ଅଞ୍ଚଳର ଜନୈକ ବଟକୃଷ୍ଣ ସେଠୀ(୪୫) ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି। ପୋଲିସ ଦୂର୍ଘଟଣା ଘଟାଇଥିବା ଓଡି ୦୫ ଵିଏକ୍ସ୍ ୮୮୨୨ ନମ୍ବର ହାଇୱ।କୁ ଜବତ କରି ତଦନ୍ତ ଚଳାଇଛି। ଡ୍ରାଇଭରକୁ ଘଟଣାସ୍ଥଳରୁ ପୋଲିସ ଗିରଫ କରିଛି।
