ନେତାଜୀ ସୁବାଷ ସେତୁ ଉପରେ ସ୍କୁଟି ରଖି ନଦୀକୁ ଡେ଼ଇଁ ଆତ୍ମହତ୍ୟା ସନ୍ଦେହ ।

କଟକ, ୩୧/୭/୨୦୨୪ (ଓଡ଼ିଶା ସମାଚାର/ ଦେବାଶିଷ ରଥ)- ନେତାଜୀ ସୁବାଷ ସେତୁ ଉପରେ ଅଜଣା ସ୍କୁଟି କୁ ନେଇ ସନ୍ଦେହ । ଆଜି ଭୋର୍ ସମୟରୁ ବ୍ରିଜ ଉପରେ ଏକ ନାଲି ରଙ୍ଗର ଚାବି ଲାଗିଥିବା ଅବସ୍ଥାରେ  ସ୍କୁଟି ଟି ଥୁଆହୋଇଥିବା ବେଳେ ପାଖରେ ଏକ ଚପଲ ମଧ୍ୟ ଥୁଆ ହୋଇଛି । କେହି ଗାଡ଼ି ରଖିଦେଇ ନଦୀକୁ ଡେ଼ଇଁ ପଡି ଆତ୍ମହତ୍ୟା ଉଦ୍ୟମ କରିଥାଇପାରନ୍ତି  ବୋଲି ସନ୍ଦେହ କରାଯାଉଛି । ନଦୀରେ ପାଣି ଅଧିକ ରହିଥିବା ଯୋଗୁଁ ଘଟଣା ସ୍ପଷ୍ଟ ହେଉନାହିଁ । ଘଟଣା ସ୍ଥଳରେ ମର୍କତନଗର ଥାନା ପୋଲିସ୍ ପହଞ୍ଚି ଛାନଭିନ ଚଳାଇଛି । ଆଗରୁ ମଧ୍ୟ ଏହି ସମୟରେ  ଏହିଭଳି ବ୍ରିଜ ଉପରେ ଗାଡି ରଖି ଆତ୍ମହତ୍ୟା କରିଥିବା ନଜିର ଅଛି ।

କେହି ଗାଡି ରଖି ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। କିଏ ଏବଂ କାହିଁକି ବ୍ରିଜ୍ ଉପରେ ସ୍କୁଟି ରଖିଲା , ଆରୋହୀ ଗଲେ କୁଆଡେ , ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନି। ନଦୀରେ ଅଧିକ ପାଣି ଥିବାରୁ କିଛି ଜଣାପଡୁନାହିଁ। ଘଟଣାସ୍ଥଳରେ ମର୍କତ ନଗର ଥାନା ପୁଲିସ୍ ପହଞ୍ଚି ଛାନଭିନ୍ ଚଳାଇଛି ଖବର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ଟିମ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି

Leave a Reply

Your email address will not be published. Required fields are marked *