କଟକ ନଗର କଂଗ୍ରେସ ସଭାପତି ହେଲେ ସାନ୍ତାୟନ ମିଶ୍ର 

କଟକ ସଦର,୩୧/୦୩/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଦାସଙ୍କ ଅନୁମୋଦନ କ୍ରମେ ଅଖିଳ ଭାରତ କଂଗ୍ରେସ କମିଟି ସାଧାରଣ ସଂପାଦକ ସାଂସଦ କେ ସି  ଭେନୁଗୋପାଳ କଟକ ନଗର କଂଗ୍ରେସ ସଭାପତି ଭାବେ ସାନ୍ତାୟନ ମିଶ୍ର ଙ୍କୁ ମନୋନୀତ କରିଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ କଟକ ର ଜଣାଶୁଣା କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଙ୍କୁ ଦଳରୁ ବାହାର କରିବା ପରେ ତାଙ୍କର ଦୃଢ଼ ସମର୍ଥକ  ପୂର୍ବତନ ନଗର ସଭାପତି ଗିରିବାଳା ବେହେରା ଙ୍କୁ ଦଳରୁ ବହିସ୍କାର କରାଯାଇଥିଲା। ଏଥିପାଇଁ ନଗର ସଭାପତି ପଦ ଖାଲି ପଡିଥିଲା। ଏବେ ମୋକିମ ଙ୍କ ଝିଅ ସୋଫିଆ ଫିରଦୋସ କଟକ ର କଂଗ୍ରେସ ବିଧାୟିକା ଥିବା ବେଳେ ବାପା ମୋକିମ ‘ଓଡ଼ିଶା ଜନତା କଂଗ୍ରେସ’ ନାଁରେ ଏକ ନୂଆ ରାଜନୈତିକ ଦଳ ଗଠନ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *