ପାରଳାଖେମୁଣ୍ଡି, ୩୦/୦୩/୨୦୨୬ (ଓଡ଼ିଶା ସମାଚାର)-ଆନ୍ଧ୍ରରୁ ଆସିଥିବା ବାଲି ବୋଝେଇ ଏକ ହାଓ୍ୱା ଡିପର (ଏ.ପି.୩୯ ୟୁଓ୍ୱାଇ ୮୬୩୧)କୁ ପାରଳାଖେମୁଣ୍ଡି ପୋଲିସ ଜବତ କରିଛି। ଘଟଣାରୁ ପ୍ରକାଶ ଆନ୍ଧ୍ର ରୁ ଆସୁଥିବା ଏହି ଗାଡିକୁ କେ.ସୀତାପୁର ସରପଂଚ କେ. ତେଜେଶ୍ୱର ରାଓ ତାଙ୍କର ନିଜର ଗ୍ରାମ ନିକଟରେ ଗତକାଲି ରାତି ୯.୩୫ ସମୟରେ ଅଟକାଇଥିଲେ। କିନ୍ତୁ ସେ ଡ୍ରାଇଭର ଖାତିର ନକରି ପାରଳାଖେମୁଣ୍ଡି ଆଡକୁ ଚାଲିଗଲା।
ଶେଷରେ ରାଣିପେଣ୍ଠ ଚକ୍ଷୁ ଚିକିତ୍ସାଳୟ ନିକଟରେ ଅଟକାଇ ପାରଳାଖେମୁଣ୍ଡି ଆଦର୍ଶ ଥାନାକୁ ଫୋନ୍ କରିଥିଲେ। ଏସ୍.ଆଇ. ବଳରାମ ବେହେରା ପହଂଚି ସେହି ଗାଡିକୁ କାଗଜପତ୍ର ମାଗିବାରୁ ଗୋଟିଏ ଓଡିଶା ରସିଦ ଦେଖାଇଥଲା। ଉପଯୁକ୍ତ ପ୍ରମାଣ ଅଭାବରୁ ସେହି ଗାଡିକୁ ପୋଲିସ ଜବତ କରିଛି। ସରପଂଚ ନିଜ ଦରଖାସ୍ତରେ ପାରଳାଖେମୁଣ୍ଡି ଥାନାରେ ଏହିଭଳି ବେଆଇନ ଚାଲାଣ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି।
