ଭୁବନ,୨୯/୦୩/୨୦୨୬ (ଓଡ଼ିଶା ସମାଚାର)-ଭୁବନର ପୁରାତନ ନୃତ୍ୟ,ସଙ୍ଗୀତ ଶିକ୍ଷାନୁଷ୍ଠାନ ମୀରାବାଇ କଳା ବିକାଶ କେନ୍ଦ୍ର ତରଫରୁ ରାଷ୍ଟ୍ରୀୟ ସଙ୍ଗୀତ ବନ୍ଦେ ମାତରଂ ର ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ପାଳିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଦୂରଦର୍ଶନ କେନ୍ଦ୍ରର ସ୍ୱୀକୃତି ପ୍ରାପ୍ତ ନିର୍ଦ୍ଦେଶକ ଭଗବାନ ଗୁରୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭାରତୀୟ ବିଦ୍ୟା ନିକେତନ ତକ୍ଷଶିଳା ର ମୁଖ୍ୟ ଜଗବନ୍ଧୁ ପୃଷ୍ଟି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବରିଷ୍ଠ ନାଗରିକ ସଂଘ ଉପସଭାପତି ତଥା ଅବସରପ୍ରାପ୍ତ ପୋଲିସ ଅଧିକାରୀ ଶ୍ରୀଧର ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ ।
ସମ୍ମାନିତ ଅତିଥି ଭାବେ ଚିତ୍ରଶିଳ୍ପୀ ନାରାୟଣ ସାହୁ,ବରିଷ୍ଠ ମଞ୍ଚ କଳାକାର ତୁଷାରକାନ୍ତି ମିଶ୍ର ଯୋଗଦେଇ ଛାତ୍ର ଛାତ୍ରୀ ମାନେ ରାଷ୍ଟ୍ରୀୟ ଭାବନା ସହ ଦେଶ ଗଠନରେ ବ୍ରତୀ ହେବାକୁ ଆହ୍ବାନ ଦେଇଥିଲେ । ଏହି ଅବସରରେ କୃତୀ କଳାକାର ମାନଙ୍କୁ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଶେଷରେ ସହିଦ୍ ବାଜିରାଉତ ପୁସ୍ତକ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ହୃଷିକେଶ ନାୟକ,କୈଳାସ ଚନ୍ଦ୍ର ପୃଷ୍ଟି,ସତ୍ୟାନନ୍ଦ ପୃଷ୍ଟି,ଚନ୍ଦନ ସେଠୀ,ବ୍ରହ୍ମାନନ୍ଦ ସାହୁ, ମଳୟ ତ୍ରିପାଠୀ,କୃଷ୍ଣଚନ୍ଦ୍ର ସାହୁ,ଶାନ୍ତିଲତା ଗୁରୁ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ। ପ୍ରାରମ୍ଭରେ କଳାକାର ମାନଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ ପରିବେଷଣ ହୋଇଥିଲା ।
