ଭୁବନ ୨୯/୦୩/୨୦୨୬ (ଓଡ଼ିଶା ସମାଚାର)-ଢେ଼ଙ୍କାନାଳ ଜିଲ୍ଲା ଭୁବନ ର ପ୍ରସିଦ୍ଧ ଶକ୍ତି ପୀଠ ହିଙ୍ଗୁଳା ଠାକୁରାଣୀ ଙ୍କ ପବିତ୍ର ପୀଠ ରେ ଆସନ୍ତା ଅପ୍ରେଲ ୧ ତାରିଖ ବୁଧବାର ଠାରୁ ୬୮ ତମ ହିଙ୍ଗୁଳା ଯାତ୍ରା ଆରମ୍ଭ ହେବାକୁ ଯାଇଛି। ୧ ତାରିଖ ବୁଧବାର ଅପରାହ୍ନରେ ଶତାଧିକ ପୁରୁଷ ,ମହିଳା କଳସ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ମା ହିଙ୍ଗୁଳା ଙ୍କ ନିକଟରେ ଘଟ ସ୍ଥାପନ କରିବେ ।
୨ ତାରିଖ ଗୁରୁବାର ପୂର୍ଣ୍ଣମୀ ଦିନ ଅପରାହ୍ନ ୪ ଘଟିକା ସମୟରେ ମାନସିକ ବ୍ରତ ଧାରୀ ପାଟୁଆ ଙ୍କ ଦ୍ଵାରା (ଝାମୁଯାତ୍ରା) ନିଆଁରେ ଚାଲିବାର କାର୍ଯ୍ୟକ୍ରମ ରହିଛି । ୨ ତାରିଖ ଗୁରୁବାର ଠାରୁ ୪ ତାରିଖ ଶନିବାର ପର୍ଯ୍ୟନ୍ତ ପୂଜାର୍ଚ୍ଚନା,ହୋମ ଯଜ୍ଞ ଓ ନାମ ସଙ୍କୀର୍ତ୍ତନ ଅନୁଷ୍ଠିତ ହେବ ଏବଂ ୫ ତାରିଖ ରବିବାର ଦିନ ସନ୍ଧ୍ୟାରେ ପୂର୍ଣ୍ଣାହୁତି କାର୍ଯ୍ୟ ସମ୍ପନ୍ନ ହେବ । ୨୩ ତାରିଖ ଗୁରୁବାର ରାତ୍ର ୧୦ ଘଟିକା ସମୟରେ ଅନନ୍ତ ଓଝାଙ୍କ ରଚିତ ମାଷ୍ଟର ସତ୍ୟବାଦୀ ସେନାପତି ଓ ମନୋରଞ୍ଜନ ନନ୍ଦ ଙ୍କ ନିର୍ଦ୍ଦେଶନାରେ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ସାମାଜିକ ନାଟକ ” ଖରାପ ଝିଅର ଗପ ” ଏବଂ ୨୪ ତାରିଖ ଶୁକ୍ରବାର ରାତି ଦୀପକ ଜେନା ଙ୍କ ରଚିତ ମାଷ୍ଟର ସତ୍ୟବାଦୀ ସେନାପତି ଓ ମନୋରଞ୍ଜନ ନନ୍ଦ ଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ” କାନ୍ଦେନା ଲୁହ ସରିଯିବ ” ମଞ୍ଚସ୍ଥ ହେବ ବୋଲି ହିଙ୍ଗୁଳା ଦେବୀ ଠାକୁରାଣୀ ଚାରିଟେବୁଲ ଟ୍ରଷ୍ଟ ତରଫରୁ ସୂଚନା ଦିଆଯାଇଛି ।
