କିଡନୀ ଆକ୍ରାନ୍ତ ପରିବାର କୁ ସହାୟତା ର ହାତ ବଢାଇଲେ ସମାଜସେବୀ ଶଶଧର ପଣ୍ଡା

କଟକ ସଦର,୨୪/୦୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ବ୍ଲକ ଅନ୍ତର୍ଗତ ପ୍ରହରାଜପୁର ପଞ୍ଚାୟତ ନାରଦା ଗ୍ରାମର ଜନୈକ ଗରୀବ କିଡନୀ ଆକ୍ରାନ୍ତ ରୋଗୀ ସୟଦ୍ ଆବାସ ଅଲ୍ଲୀ ଙ୍କ ସମ୍ପର୍କରେ ଗତ ୧୦ ତାରିଖ ରେ ‘ ଓଡିଶା ସମାଚାର’ ରେ ବିସ୍ତୃତ ଖବର ପ୍ରକାଶିତ ହେବା ପରେ ରାଜ୍ୟର ଜଣେ ଜଣାଶୁଣା ହୃଦୟବାନ ସମାଜସେବୀ ଶଶଧର ପଣ୍ଡା  ସହଯୋଗ ର ହାତ ବଢ଼ାଇଛନ୍ତି ।

ସୁଦୂର ରାଉରକେଲା ରୁ ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା ଙ୍କ ସହିତ ଯୋଗାଯୋଗ କରି ଆଜି ସୋମବାର ସକାଳୁ ସକାଳୁ ଆସି ପୀଡିତ ପରିବାରକୁ ୧୦ ହଜାର ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ସରପଂଚ ଅବଦୁଲ ୱ।ହିଦ ଖାଁ (ମୋତି), ସମିତି ସଭ୍ୟ ଲିୟାକତ ଅଲ୍ଲୀ ଖାଁ (ଲାକୋ) ଙ୍କ ଉପସ୍ଥିତରେ ସହାୟତା ପ୍ରଦାନ କରି ଫେରି ଯାଇଛନ୍ତି ।

ଆଗାମୀ ଦିନରେ ପୀଡିତ ପରିବାରକୁ ଅଧିକରୁ ଅଧିକ ସହାୟତା ପ୍ରଦାନ ଅବ୍ୟାହତ ରହିବା ସହିତ ଅନ୍ୟାନ୍ୟ ସାମାଜିକ ଓ ବଦାନ୍ୟ ବ୍ୟକ୍ତି ବିଶେଷଙ୍କ ସହଯୋଗ ଯୋଗାଇଦେବା ପାଇଁ ମଧ୍ୟ ନିର୍ଭର ପ୍ରତିଶ୍ରୁତି ଦେଇ ଯାଇଛନ୍ତି।

‘ ଓଡ଼ିଶା ସମାଚାର ‘ ରେ ଖଵର ପ୍ରସାରଣ ପାଇଁ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା ଏଵଂ ସମାଜସେବୀ ତଥା ସୁସାହିତ୍ୟକ ଶଶଧର ପଣ୍ଡା ଙ୍କ ଏତାଦୃଶ ମହନୀୟ କାର୍ୟ୍ୟ ପାଇଁ ସରପଂଚ ଓ ସମିତି ସଭ୍ୟ ଦ୍ବୟ ଭୁୟସୀ ପ୍ରଶଂସା କରିବା ସହିତ ପଞ୍ଚାୟତ ପକ୍ଷରୁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସମାଜସେବୀ ଶଶଧର ଙ୍କ ସହିତ ଡ଼ଃ ପଞ୍ଚାନନ ଗାହାଣ, ମିହିର କୁମାର ବିଶ୍ୱାଳ, ନିକୁଞ୍ଜ ରାଉତ ପ୍ରମୁଖ ବ୍ୟକ୍ତିବିଶେଷ କାର୍ୟ୍ୟ କ୍ରମରେ ସାମିଲ ହୋଇଥିଲେ । ଦୂର୍ଦିନରେ ଥିବା ପୀଡିତ ପରିବାରକୁ ସରକାରୀ ଓ ବେସରକାରୀ ଅନୁଷ୍ଠାନମାନେ ସହାୟତା ର ହାତ ବଢ଼ାଇବାକୁ ‘କଟକ ସଦର ଵିଚାର ମଞ୍ଚ’ ସଭାପତି ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା ନିବେଦନ କରିଛନ୍ତି। କଟକ ସଦର ରୁ ବିଷ୍ଣୁ ବେହେରା ଙ୍କ ରିପୋର୍ଟ ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *