ଭୁବନେଶ୍ୱର,୨୭/୦୩/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମଣିପାଲ ହସ୍ପିଟାଲରେ ଉନ୍ନତ ଲେଜର ପ୍ରଯୁକ୍ତିର ସହାୟତାରେ ଜର୍ମାନୀର ଜଣେ ରୋଗୀଙ୍କୁ ସଫଳତାର ସହିତ ଚିକିତ୍ସା କରାଯାଇଛି। କ୍ଲାଉସ ନାମକ ଏହି ରୋଗୀ ଗୁରୁତର ୟୁରେଟ୍ରିକ୍ କଲିକ୍ (ମୁତ୍ରନଳୀରେ ପଥର ଯନ୍ତ୍ରଣା)ରେ ପୀଡ଼ିତ ଥିଲେ। ଭୁବନେଶ୍ୱରରେ RIRS (Retrograde Intra Renal Surgery) ପ୍ରକ୍ରିୟା ପାଇଁ ୧୦୦-ୱାଟ୍ ହୋଲମିୟମ୍ ଲେଜର ବ୍ୟବହାର କରି ସେଠାରେ ତାଙ୍କର ଚିକିତ୍ସା କରାଯାଇଛି।
କ୍ଲାଉସ କାମ ସମ୍ପର୍କରେ ଓଡ଼ିଶାର ଯାଜପୁରରେ ରହୁଥିବା ବେଳେ ହଠାତ୍ ଭୀଷଣ ପେଟ ଯନ୍ତ୍ରଣା ଅନୁଭବ କରିଥିଲେ। ପୂର୍ବରୁ ମଧ୍ୟ ସେ କିଡନି ପଥର ସମସ୍ୟା ଭୋଗିଥିବାରୁ ସେ ତୁରନ୍ତ ଏହାକୁ ଚିହ୍ନଟ କରିଥିଲେ। ଘରୁ ଦୂରେ ଥିବାରୁ ସେ ପ୍ରାଥମିକ ଚିକିତ୍ସା ପାଇବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପରେ ଜଣେ ସହକର୍ମୀଙ୍କ ପରାମର୍ଶରେ ସେ ଭୁବନେଶ୍ୱରକୁ ଆସିଥିଲେ।
ପ୍ରଥମେ ଅନ୍ୟ ଏକ ହସ୍ପିଟାଲରେ ତାଙ୍କର ପରୀକ୍ଷା କରାଯାଇଥିଲା, କିନ୍ତୁ ଉନ୍ନତ ଲେଜର ଚିକିତ୍ସା ପାଇଁ ତାଙ୍କୁ ମଣିପାଲ ହସ୍ପିଟାଲକୁ ପଠାଯାଇଥିଲା। ଡାକ୍ତରମାନେ ପରୀକ୍ଷା କରି ଦେଖିଥିଲେ ଯେ ଡାହାଣ ପଟ ଉପର ମୁତ୍ରନଳୀରେ କିଡନି ତଳେ ଏକ ବଡ଼ ପଥର ଅଟକି ରହିଛି, ଯାହା ଜଟିଳ ସ୍ଥାନରେ ଥିବାରୁ ସଠିକ୍ ଚିକିତ୍ସା ଆବଶ୍ୟକ ଥିଲା।
ମଣିପାଲ ହସ୍ପିଟାଲର ୟୁରୋଲୋଜି ବିଭାଗର ସିନିଅର କନସଲଟାଣ୍ଟ ଡାକ୍ତର ମାନସ ରଞ୍ଜନ ପ୍ରଧାନ ରୋଗୀଙ୍କ ପାଇଁ RIRS ପ୍ରକ୍ରିୟା ସୁପାରିଶ କରିଥିଲେ। ଏହି ପ୍ରକ୍ରିୟାରେ କୌଣସି କଟାକଟି ବିନା ମୁତ୍ର ନଳୀରେ ହୋଇଥିବା ଷ୍ଟୋନ୍ର ସର୍ଜେରୀ କରାଯାଏ। ୧୦୦-ୱାଟ୍ ହୋଲମିୟମ୍ ଲେଜର ବ୍ୟବହାର କରି ପଥରକୁ ସଠିକ୍ ଭାବରେ ଭାଙ୍ଗି ବାହାର କରାଯାଇଥିଲା।
ଏହି ଅତ୍ୟାଧୁନିକ ସର୍ଜରୀ ସମ୍ପର୍କରେ ଡାକ୍ତର ମାନସ ରଞ୍ଜନ ପ୍ରଧାନ କହିଛନ୍ତି, “ଏପରି କେସରେ ସଠିକ୍ ଚିକିତ୍ସା ଓ ଆଧୁନିକ ପ୍ରଯୁକ୍ତି ଦୁହିଁ ଆବଶ୍ୟକ। ୧୦୦-ୱାଟ୍ ହୋଲମିୟମ୍ ଲେଜର ଥିବାରୁ ଜଟିଳ ପଥରକୁ ସହଜରେ ଚିକିତ୍ସା କରିପାରୁଛୁ। RIRSରେ କୌଣସି କଟ୍ ନଥାଏ, ଯନ୍ତ୍ରଣା କମ୍ ହୁଏ ଏବଂ ରୋଗୀ ଶୀଘ୍ର ସୁସ୍ଥ ହୋଇପାରନ୍ତି।”
ସର୍ଜରୀ ସଫଳତାର ସହ ଶେଷ ହୋଇଥିଲା ଏବଂ ରୋଗୀ ଦ୍ରୁତ ଭାବରେ ସୁସ୍ଥ ହୋଇଥିଲେ। ଏହି ଚିକିତ୍ସାର ଏକ ବଡ଼ ସୁବିଧା ହେଉଛି ଦ୍ରୁତ ସୁସ୍ଥତା—ସର୍ଜେରି ପରେ ମାତ୍ର ୧୨ ଘଣ୍ଟା ମଧ୍ୟରେ କ୍ଲାଉସଙ୍କୁ ଡିସଚାର୍ଜ କରାଯାଇଥିଲା।
କ୍ଲାଉସ ତାଙ୍କ ଅନୁଭବ ସେୟାର କରି କହିଛନ୍ତି, “ହଠାତ୍ ଯନ୍ତ୍ରଣା ହେବା ସହିତ ମୁଁ ବୁଝିଗଲି ଯେ ଏହା ପୁଣି କିଡନି ପଥର ହୋଇପାରେ। ଛୋଟ ଜାଗାରୁ ଆସିଥିବାରୁ ଭଲ ଚିକିତ୍ସା ମିଳିବ କି ନାହିଁ ଭାବି ଚିନ୍ତିତ ଥିଲି। କିନ୍ତୁ ଏଠାକୁ ଆସିବା ପରେ ସବୁକିଛି ସହଜ ହେଲା—ରେଜିଷ୍ଟ୍ରେସନ୍ରୁ ଆରମ୍ଭ କରି ସର୍ଜେରି ପର୍ଯ୍ୟନ୍ତ। ଡାକ୍ତର, ନର୍ସ ଓ କର୍ମଚାରୀ ମାନେ ମୋତେ ଭଲଭାବେ ଦେଖାଶୁଣା କରିଥିଲେ।”
ବିଦେଶରେ ଥିବା ବେଳେ ଆକସ୍ମିକ ଚିକିତ୍ସା ଜରୁରୀ ପରିସ୍ଥିତିରୁ ଆରମ୍ଭ କରି ସମୟୋଚିତ ଓ ଉନ୍ନତ ଚିକିତ୍ସା ପାଇବା ପର୍ଯ୍ୟନ୍ତ କ୍ଲାଉସଙ୍କ ଏହି ଯାତ୍ରା ଆଶ୍ୱାସନ ଓ ସନ୍ତୋଷର ଉଦାହରଣ ହେଇରହିଛି।
ଏହି ଘଟଣା ମଣିପାଲ ହସ୍ପିଟାଲ ଭୁବନେଶ୍ୱର ପାଇଁ ଏକ ମାଇଲସ୍େଟାନ୍ ସାବ୍ୟସ୍ତ ହୋଇଛି। ଏହା ଦ୍ୱାରା ହସ୍ପିଟାଲର ଆଧୁନିକ ୟୁରୋଲୋଜି ଚିକିତ୍ସା ସୁବିଧା ଓ ରୋଗୀ କେନ୍ଦ୍ରିକ ସେବା ପ୍ରଦାନର କ୍ଷମତା ପ୍ରମାଣିତ ହୋଇଛି।
