ଜଗତସିଂହପୁର,୦୭/୦୮/୨୦୨୫ (ଓଡ଼ିଶା ସମାଚାର)-ଆଜି ଅପରାହ୍ନରେ ଓସ୍ୱାନ ଭି ସି ହଲରେ ଜାତୀୟ କୃମିନାଶକ ଦିବସ ର ଜିଲ୍ଲାସ୍ତରୀୟ ସମନ୍ଵୟ କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଜିଲ୍ଲାପାଳ ଜେ. ସୋନାଲ ଅଧ୍ୟକ୍ଷତା କରିଥିଲେ। ଅଗଷ୍ଟ ୧୨ ରେ ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସ ପାଳନ କରାଯିବ।
୧ ରୁ ୧୯ ବର୍ଷ ବୟସର ସମସ୍ତ ଶିଶୁ, କିଶୋର ଓ ଯୁବକଙ୍କୁ ସ୍କୁଲ, କଲେଜ ଓ ଅଙ୍ଗନବାଡି କେନ୍ଦ୍ରରେ କୃମିନାଶକ ବଟିକା ଓ ସିରପ ଦିଆଯିବ। ୧ ରୁ ୫ ବର୍ଷ ମଧ୍ୟରେ ଥିବା ଶିଶୁଙ୍କୁ ସିରପ ଓ ୬ ରୁ ୧୯ ବର୍ଷର କିଶୋର ଓ କିଶୋରୀ ତଥା ଯୁବକ ଓ ଯୁବତୀଙ୍କୁ ବଟିକା ଦିଆ ଯିବ। ଏତଦ୍ ବ୍ୟତୀତ ୨୦-୨୪ ବୟସ ର ପ୍ରଜନନ କ୍ଷମ ମହିଳା ମାନଙ୍କୁ ମଧ୍ୟ କୃମିନାଶକ ବଟିକା ଦିଆଯିବ।ଏହି କାର୍ୟକ୍ରମ ରେ ଜିଲ୍ଲା ରେ ମୋଟ ୨୩୭୬୦୦ ଶିଶୁ ଙ୍କୁ କୃମିନଶକ ଔଷଧ ବଣ୍ଟନ କରାଯିବାର ଧାର୍ୟ୍ୟ କରାଯାଇଛି।
ଯେଉଁ ମାନେ ସେହିଦିନ ବଟିକା କିମ୍ବା ସିରପ ଖାଇ ନ ପାରିବେ ସେମାନଙ୍କୁ ଅଗଷ୍ଟ ୧୯ ରେ ଦିଆଯିବ। ଏହି କାର୍ୟ୍ୟକ୍ରମରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଶିଶୁ ବିକାଶ ବିଭାଗ କୁ ସାମିଲ
କରାଯାଇଛି। ଏଥିରେ ଆଶାକର୍ମୀ, ସ୍ୱାସ୍ଥ୍ୟକର୍ମୀ, ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ସହିତ ସ୍ୱାସ୍ଥ୍ୟ ବିଭାଗର କର୍ମକର୍ତ୍ତା ସହଯୋଗ କରିବେ ବୋଲି ବୈଠକ ରେ ସୂଚନା ଦିଆ ଯାଇଛି।
ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ।. ରାଜେନ୍ଦ୍ର ପାଣିଗ୍ରାହୀ, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାର (ପରିବାର କଲ୍ୟାଣ ) ଡ। ପ୍ରମୋଦ ବାରିକ ,ଡ। ଶତ୍ରୁଘ୍ନ ଦାସ, ଜିଲ୍ଲାସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରିଣୀ, ଏସ୍ ଡି ଓ ଆର ଡବ୍ଲୁ ଏସ ଏସ , ଜିଲ୍ଲା ଶିକ୍ଷା ଅଧିକାରୀ , ନିର୍ବାହୀ ଅଧିକାରୀ ପୌର ପରିଷଦ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗରୁ ଡ। ବାସନ୍ତୀ ପ।ଲ୍ ଓ ଜିଲ୍ଲା କାର୍ୟ୍ୟକ୍ରମ ଅଧିକାରିଣୀ ସୋନାଲି ପ୍ରିୟଦର୍ଶିନୀ,ତୃପ୍ତି ରାଣୀ ନାୟକ,ଡେପୁଟି ମ୍ୟାନେଜର ସନ୍ଧ୍ୟା ରାଣୀ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।
