ମହିଳାଙ୍କ ଘରେ ସଂଘବଦ୍ଧ ଆକ୍ରମଣ ଅଭିଯୋଗ

କଟକ ସଦର,୧୯/୦୩/୨୦୨୫ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କିଶନନଗର ଥାନା ଅନ୍ତର୍ଗତ ଉତ୍ତରକୁଳ ପଞ୍ଚାୟତ ମେହେନ୍ଦିପୁର ଗ୍ରାମରେ ଜନୈକା ଵୟସ୍କା ମହିଳା ଙ୍କ ଘରେ ପଶି ସଂଘବଦ୍ଧ ଭାବେ ଆକ୍ରମଣ କରି ଘରର ଜିନିଷପତ୍ର ଭଙ୍ଗାରୁଜା କରିବା ସହିତ ମୋଟରସାଇକେଲ ଭାଙ୍ଗିରୁଜି ଦେଇଥିବା ମାହାଳହାଟ ଫାଣ୍ଡିରେ ଅଭିଯୋଗ ହୋଇଛି। ପୀଡିତା ମହିଳା ସୁମିତ୍ରା ଷଡ଼ଙ୍ଗୀ ପରେ କିଶନନଗର ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି ।

ଅଭିଯୋଗ ରୁ ପ୍ରକାଶ ଯେ ହୋଲି ଦିନ ମହିଳାଙ୍କ ପୁଅ ଅରୁପ ଷଡ଼ଙ୍ଗୀ ଥଣ୍ଡା ପିଉଥିବା ବେଳେ ସେହି ଗ୍ରାମର ଜଣଙ୍କ ସହିତ ବଚସା ହୋଇଥିଲା । ଏହାକୁ କେନ୍ଦ୍ରକରି ସମ୍ପୃକ୍ତ ବ୍ୟକ୍ତି ବାହାରର କିଛି ତାଙ୍କ ସହଯୋଗି ମାନଙ୍କୁ ନେଇ ତାଙ୍କ ଘରେ ଭଙ୍ଗାରୁଜା କରିବା ସହିତ ଜୀବନରୁ ମାରିଦେବାକୁ ଧମକ ଦେଵା ସହ ସୁମିତ୍ରା ଙ୍କୁ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି।

ସମ୍ଭବତ ଏହା ଏକ ନିର୍ଦିଷ୍ଟ ରାଜନୈତିକ ଦଳର ଗୋଷ୍ଠୀ ବିବାଦ ବୋଲି ସାଧାରଣରେ ମତପ୍ରକାଶ ପାଉଛି। ଉକ୍ତ ଘଟଣା ପ୍ରତି ପୋଲିସ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରା ନଗଲେ ଆଗାମୀ ଦିନରେ ଗୋଷ୍ଠୀ ସଂଘର୍ଷ ସମ୍ଭାବନା ଦେଖା ଦେଇପାରେ ବୋଲି ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *