ଭୁବନେଶ୍ୱର,୨୮/୧୦/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ପୂର୍ବାହ୍ନରେ ଖାରବେଳ ଭବନସ୍ଥିତ ଶିଳ୍ପ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଦୁର୍ନୀତି ନିବାରଣ ସଚେତନତା ଶପଥ ପାଠ କରିଛନ୍ତି । ବିଭାଗର ବିତ୍ତ ପରାମର୍ଶଦାତା ତଥା ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ରାଜେନ୍ଦ୍ର ନାରାୟଣ ଜେନା ଏବଂ ଅତିରିକ୍ତ ଶାସନ ସଚିବ ଶ୍ରୀ ଶୈଳେନ୍ଦ୍ର ନାରାୟଣ ନାୟକ ବିଭାଗୀୟ ବରିଷ୍ଠ ପଦାଧିକାରୀ ଓ କର୍ମଚାରୀମାନଙ୍କୁ ସମସ୍ତ କାର୍ଯ୍ୟ ସାଧୁତା ଓ ସ୍ୱଚ୍ଛତାର ସହ ସମ୍ପାଦନ କରିବା ସଂପର୍କରେ ଶପଥ ପାଠ କରାଇଛନ୍ତି ।
ଏହି ଶପଥ ପାଠ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗର ଯୁଗ୍ମ ଶାସନ ସଚିବ ଶ୍ରୀ ବିମ୍ବାଧର ପ୍ରଧାନ, ଉପ ଶାସନ ସଚିବ ଶ୍ରୀ ମୁରଲୀଧର ସେଠୀ, ଅନୁଶାସନ ସଚିବ ଶ୍ରୀ ବ୍ୟୋମରଞ୍ଜନ ସେଠୀ, ଶ୍ରୀ ରାଜାରାମ ମାଝୀ, ଶ୍ରୀ ସଚ୍ଚିଦାନନ୍ଦ ନାୟକ, ଶ୍ରୀ କୃପାସିନ୍ଧୁ ମଲ୍ଲିକ ପ୍ରମୁଖଙ୍କ ସମେତ ବିଭାଗୀୟ ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
-0-
ସଚ୍ଚିଦାନନ୍ଦ ବେହେରା,ସୂଚନା ଅଧିକାରୀ ଙ୍କ ସୌଜନ୍ୟ ରୁ
