କ୍ରୀଡା ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା,୨୫/୦୩/୨୦୨୬ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ପୌରସଂସ୍ଥା ଦୃଷ୍ଟିବାଧିତ ବିଦ୍ୟାଳୟରେ ତିନି ବର୍ଷ ଧରି ନିରନ୍ତର ସେବା ଯୋଗାଇ ଆସୁଥିବା ଶାରୀରିକ ଶିକ୍ଷା ଶିକ୍ଷକ ଭରତ କୁମାର ସାହୁଙ୍କର ଅନ୍ୟତ୍ର ବଦଳି ହୋଇଥିବାରୁ ତାଙ୍କୁ ଭାବ ବିହୋଳ ସମ୍ବର୍ଦ୍ଧନା ଦିଆଯାଇଛି ।

ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ୱପ୍ନାଶୁ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେଉରା, ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ସମୀର କୁମାର ଚାନ୍ଦ, ଅଶୋକ କୁମାର ସାହୁ, କ୍ଷୀରୋଦ କର ପ୍ରମୁଖ ଯୋଗ ଦେଇ ଶିକ୍ଷକ ଭରତ କୁମାର ସାହୁ ଜଣେ ଯୋଗ୍ୟ, ମେଳାପି, କର୍ମଠ, ସ୍ନେହୀ ଓ ଛାତ୍ର ବତ୍ସଳ ଶିକ୍ଷକ ଥିଲେ ବୋଲି କହିଥିଲେ ।

ତାଙ୍କ ଉଦ୍ୟମରେ ପିଲାମାନେ ଜିଲା ତଥା ରାଜ୍ୟ ସ୍ତରରେ ସୁନାମ ଅର୍ଜନ କରିଥିଲେ । ଶିକ୍ଷକ ବଟକୃଷ୍ଣ ବାରିକ୍, ଅରୁଣ କୁମାର ବେହେରା, ସୋନାଲିକା ସ୍ୱାଇଁ ପ୍ରମୁଖ ଭରତ ଶିକ୍ଷକ ଶ୍ରୀ ସାହୁଙ୍କ ଉଚ୍ଚ ପ୍ରଶଂସା କରିଥିଲେ । ମୁଖ୍ୟ ଅତିଥି ତାଙ୍କୁ ଉପଢୌକନ୍, ମାନପତ୍ର, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥଲେ । ମହେନ୍ଦ୍ର ସିଂ, ଗୀତାଞ୍ଜଳୀ ଦାସ, ଅଲେଖ ଜେନା, ମାନିନୀ ବେହେରା, ବିକାଶ ଦାସ ପ୍ରମୁଖ ସହଯୋଗ କରିଥିଲେ । ସମସ୍ତଙ୍କ ଛଳ ଛଳ ଆଖି ତାଙ୍କ ପ୍ରତି ଥିବା ଭଲ ପାଇବାର ଦୃଶ୍ୟ ମାନ ହେଉଥିଲା । ଶେଷରେ ଶିକ୍ଷକ ଶ୍ରୀ ସାହୁ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *