ଡିପିଏସ୍ କଳିଙ୍ଗ ସିବିଏସ୍‌ଇ ଦଶମ ଓ ଦ୍ବାଦଶ ପରୀକ୍ଷାରେ ଶତ ପ୍ରତିଶତ ବାଜିମାତ

ଫୁଲନଖରା, ୧୩/୦୫/୨୦୨୫ (ଓଡ଼ିଶା ସମାଚାର)-  ଫୁଲନଖରା ଅଢ଼ାଳିଆସ୍ଥିତ ଓଡ଼ିଶାର ଅଗ୍ରଣୀ ସିବିଏସ୍‌ଇ ବିଦ୍ୟାଳୟ ଡିପିଏସ୍ କଳିଙ୍ଗର ଛାତ୍ରଛାତ୍ରୀମାନେ ପୂର୍ବବର୍ଷ ପରି ଚଳିତବର୍ଷ ମଧ୍ୟ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଚମତ୍କାର ସଫଳତା ହାସଲ କରିଅଛନ୍ତି । ଚଳିତ ବର୍ଷ ଦଶମ ଶ୍ରେଣୀରେ ମୋଟ ୩୩୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୦୦ଜଣ ୯୦%ରୁ ଊର୍ଦ୍ଧ୍ଵ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବାବେଳେ ଶ୍ରୀମାନ୍ ଜୟାଦିତ୍ୟ ପ୍ରତିହାରୀ ୯୮.୪% ସହିତ ବିଦ୍ୟାଳୟରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି । ସେହିପରି କୁନାଲ ମିଶ୍ର ଓ ତନିସ୍କା ମୋହତା ଯଥାକ୍ରମେ ୯୮% ଓ ୯୭.୬% ନମ୍ବର ରଖି ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଛନ୍ତି ।

ସେହିପରି ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ବିଦ୍ୟାଳୟକୁ ଶତ ପ୍ରତିଶତ ସଫଳତା ମିଳିଛି । ମୋଟ ୩୪୨ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬୩ଜଣ ୯୦%ରୁ ଊର୍ଦ୍ଧ୍ଵ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି । ଦ୍ବାଦଶ ଶ୍ରେଣୀ ବିଜ୍ଞାନରେ ସ୍ନେହାଶିଷ ଦାସ ୯୭.୪%, ଲକ୍ଷ୍ୟ ଖଣ୍ଡେଲୱାଲ ୯୬.୬% ଓ ରିତେଶ ପରିଜା ୯୬% ନମ୍ବର ରଖି ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଛନ୍ତି ।

ବାଣିଜ୍ୟରେ ସମର୍ଥ ଖଟୋର ୯୭% ନମ୍ବର ରଖି ପ୍ରଥମ ସ୍ଥାନ ହାସଲ କରିଥିବାବେଳେ ରାଧୁକା ଫୋଗଲା ୯୬.୬% ସହ ଦ୍ଵିତୀୟ ଓ ଦୀୟା ସେଠୀ ୯୬.୨% ସହ ତୃତୀୟ ସ୍ଥାନ ହାସଲ କରିଛନ୍ତି । ସେହିପରି କଳାରେ ଅନିନ୍ଦିତା ପଣ୍ଡା ୯୭.୬% ସହ ପ୍ରଥମ, ନାଇଶା ପାତ୍ରୋ ୯୭.୪% ସହ ଦ୍ବିତୀୟ ସ୍ଥାନ ଓ ରିତିକା ମହାପାତ୍ର ୯୭.୨% ସହ ବିଦ୍ୟାଳୟରେ ତୃତୀୟ ସ୍ଥାନ ହାସଲ କରିଛନ୍ତି । ଚଳିତ ବର୍ଷର ଏହି ଉଲ୍ଲେଖନୀୟ ସଫଳତା ପାଇଁ ବିଦ୍ୟାଳୟର ପ୍ରୋ-ଭାଇସ୍ ଚେୟାରପର୍ସନ ମାଡାମ୍ ମାଲା ମିଶ୍ର, ଅଧ୍ୟକ୍ଷ ଶୁଭବ୍ରତ ମୁଖାର୍ଜୀ, ଏକ୍‌ଜିକ୍ୟୁଟିଭ୍ ଟ୍ରଷ୍ଟି ମାଡାମ୍ ସୁନୟନା ପାତ୍ରୋ ପ୍ରମୁଖ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜ୍ଞାପନ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *