ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ  ଆତ୍ମ ସୁରକ୍ଷା ଉଦଯାପନୀ ଉତ୍ସବ

ରାଉରକେଲା, ୩୧/୦୧/୨୦୨୪ (ଓଡ଼ିଶା ସମାଚାର)- ସେକ୍ଟର ୪ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ  ଆତ୍ମ ସୁରକ୍ଷା କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ଅଧ୍ୟକ୍ଷତା ଓ ମହାବିଦ୍ୟାଳୟ ର ପ୍ରଶାସନିକ ଅଧିକାରୀ ଡ ରବିନ୍ଦ୍ର କୁମାର ଜେନା ତଥା ସେଲ୍ଫ ଡିଫେନ୍ସ କାର୍ଯ୍ୟକ୍ରମର ଅଫିସର ଇନଚାର୍ଜ ଅଧ୍ୟାପିକା ବୈଜୟନ୍ତୀ ବାରିକଙ୍କ ଆବାହକତ୍ଵ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ ପୁଲିସ ଜିଲ୍ଲାର ଡିଏସପି ମାନ୍ଦା ହାଁସଦା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆତ୍ମ ସୁରକ୍ଷା ର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ସେ ଏହି ଅବସରରେ  ଯୁକ୍ତ ୨ଛାତ୍ରୀ ମାନଙ୍କୁ ବିଭିନ୍ନ ଉଦାହରଣ ଦେଇ ଆତ୍ମରକ୍ଷା ସହ ଉପସ୍ଥିତ ବୁଦ୍ଧିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେହିପରି ଭଲ ଛୁଇଁବା , ମନ୍ଦ ଛୁଇଁବା ଓ ନୈତିକ ସ୍ଫଳନ ସମ୍ପର୍କରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ତଥା ଆବାହକ ଡ଼ଃ ଜେନା ବିଭିନ୍ନ ଉପାଖ୍ୟାନ ମାଧ୍ୟମରେ ଉପସ୍ଥିତ ବୁଦ୍ଧି, ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ ତଥା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଅଧ୍ୟକ୍ଷା ପ୍ରଫେସର ପ୍ରଧାନ ସ୍ବାଗତ ଭାଷଣ ସହ କାର୍ଯ୍ୟକ୍ରମ ର ଉପଯୋଗୀତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଅଧ୍ୟାପିକା ବନ୍ଦନା ସୋରେଙ୍ଗ ଙ୍କ ସଂଯୋଜନାରେ କାର୍ଯ୍ୟକ୍ରମର ଅଫିସର ଇନଚାର୍ଜ ଅଧ୍ୟାପିକା ଶ୍ରୀମତୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ଅଧ୍ୟାପିକା ରଶ୍ମିପ୍ରଭା ମଥାନ ମନ୍ତ୍ରୋଚ୍ଚାରଣ ସହ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ଆତ୍ମ ସୁରକ୍ଷା ର ପ୍ରଶିକ୍ଷିକା ଖୁସବୁ କେରକେଟା ଓ ଲକ୍ଷ୍ମୀ ସିଂ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ଏହି ଆତ୍ମରକ୍ଷା କୌଶଳ ଶିବିର ଗତ ୧୬ ତାରିଖ ରୁ ଆରମ୍ଭ ହୋଇ ୩୦ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଏହି ଅବସରରେ ଛାତ୍ରୀ ମାନେ ଶିଖିଥିବା ଆତ୍ମ ସୁରକ୍ଷା କୌଶଳ ପ୍ରଦର୍ଶିତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରଫେସର ତପସ୍ୱିନୀ ମିଶ୍ର, ଭାରତୀ ବରୁଆ,ଅମି ଢୋଲକିଆ, ହେମକାନ୍ତି ମେହେର, ପ୍ରତିମା ପାଣିଗ୍ରାହୀ, ନମିତା ଜେନା ପ୍ରମୁଖ ଙ୍କ ସହ ଶତାଧିକ ଛାତ୍ରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *