କଟକ ୨୨/୦୩/୨୦୨୬ (ଓଡିଶା ସମାଚାର/ଅଭୟ ଜେନା) ପାହାଳ ଥାନା ଅନ୍ତର୍ଗତ ଫୁଲନଖରା ନିକଟରେ ଥିବା ଖୁନୁକାର ଗ୍ରାମରେ ପ୍ରତିବର୍ଷ ପରି ଚଳିତବର୍ଷ ଶ୍ରୀଶ୍ରୀ ଭୁକ୍ତେଶ୍ଵର ମହାଦେବଙ୍କ ଏକାଦଶତମ ବାର୍ଷିକ ବିଶ୍ୱଶାନ୍ତି ଗୀତାଯଜ୍ଞ ଉପଲକ୍ଷେ ଚୈତ୍ର ମାସର ଶୁକ୍ଳପକ୍ଷର ପବିତ୍ର ତିଥିରେ ପୂର୍ବ ନିର୍ଦ୍ଧାରିତ ମାହେନ୍ଦ୍ର ବେଳା ଅମୃତ ଲଗ୍ନରେ ଅପରାହ୍ନ ସମୟରେ ଯଜ୍ଞର କର୍ତ୍ତା ରୂପେ ଖୁନୁକାର ଗ୍ରାମର କ୍ଷେତ୍ରମୋହନ ବାରିକ ଓ ତାଙ୍କ ସହଧର୍ମିଣୀ ମେନକା ବାରିକ ତାଙ୍କ ସହ ଯୋଗେନ୍ଦ୍ର ମହାରଣା ଓ ତାଙ୍କ ସହଧର୍ମିଣୀ ଗୀତା ମହାରଣାଙ୍କ ସମେତ ଗ୍ରାମର ଅନେକ ଶ୍ରଦ୍ଧାଳୁ ମାନସିକଧାରୀ ମହିଳା ଓ ପୁରୁଷମାନେ ପୁରୀ ମେନ୍ କେନାଲର ପୁରୁଣା କାଚ଼ରାମାଳ ହନୁମାନ ଘାଟର ପବିତ୍ର ଜଳକୁ କଳସୀରେ ଭରି ପୂଜାଅର୍ଚ୍ଚନା କରିବା ପରେ ଶୋଭାଯାତ୍ରାରେ ବାହାରି ଫୁଲନଖରା ୧୬ନଂ ଜାତୀୟ ରାଜପଥ ଦେଇ ନୂଆ କାଚ଼ରାମାଳ,ଜନ୍ମେଜୟପୁର ଗ୍ରାମ ଦେଇ ଶ୍ରୀଶ୍ରୀ ଭୁକ୍ତେଶ୍ଵର ମହାଦେବଙ୍କ ମନ୍ଦିର ପାଖ ଯଜ୍ଞ ମଣ୍ଡପରେ ପହଁଞ୍ଚି ଅଧିବାସ କଳସକୁ ଯଜ୍ଞସ୍ଥଳରେ ସ୍ଥାପନା କରିଥିଲେ।
ଖୁନକାର ଗ୍ରାମବାସୀ ଓ ଶ୍ରଦ୍ଧାଳୁଙ୍କ ସକ୍ରିୟ ସହଯୋଗରେ ବିଶ୍ଵଶାନ୍ତି ଗୀତାଯଜ୍ଞ ଚାରିଦିନ ଧରି ଅନୁଷ୍ଠିତ ହୋଇ ଆସନ୍ତା ମାର୍ଚ୍ଚ ତେଇଶି ତାରିଖ ସୋମବାର ଦିନ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।
