ଥୋରିଆପଡାରେ ଇଦ୍ ମିଲନ କାର୍ଯ୍ୟକ୍ରମ 

କଟକ ସଦର,୨୨/୦୩/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ସୋମପୁର ପଞ୍ଚାୟତ ଥୋରିଆପଡା ର ଅଗ୍ରଣୀ ନିଶା ଏ ନୁର କମିଟି ପକ୍ଷରୁ ଗତକାଲି ଶନିବାର ରାତିରେ ଇଦ୍ ଉଲ୍ ଫିତର୍ ପର୍ବ ଉପଲକ୍ଷେ ଇଦ୍ ମିଲନ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।

ଏଥିରେ କଟକ ସଦର ର ଜଣାଶୁଣା ବିଜେଡ଼ି ସଂଗଠକ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଳାସ ମଲ୍ଲିକ, କଟକ ସଦର ଵିଚାର ମଞ୍ଚ ସଭାପତି ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ନିର୍ମଳା ସାହୁଙ୍କ ପ୍ରତିନିଧି ଯୁବ ନେତା ଅଭୟ କୁମାର ସାହୁ, ସମାଜସେବୀ ସକିଲ ଅହେମଦ ପ୍ରମୁଖ ଯୋଗଦେଇ ହିନ୍ଦୁ ମୁସଲମାନ ମାନଙ୍କର ଏହି ଭାଇଚାରାର ଇଦ୍ ମିଲନ କାର୍ଯ୍ୟକ୍ରମକୁ ଭୁୟସି ପ୍ରଶଂସା କରିଥିଲେ।

ଆଗାମୀ ଦିନରେ ଉକ୍ତ କମିଟି କୁ ସବୁପ୍ରକାର ସହଯୋଗ କରାଯିବ ବୋଲି ମୁଖ୍ୟ ଅତିଥି ବିଳାସ ମଲ୍ଲିକ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ସାମ୍ବାଦିକ ସାଜିଦ୍ ଅଲ୍ଲି, ଦେବେନ୍ଦ୍ର ସେଠୀ,ଜୁଲଫୁକର ଅଲ୍ଲୀ, ରଶ୍ମି ରଞ୍ଜନ ମହାପାତ୍ର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା କୃତି ପ୍ରତିଯୋଗୀଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା।

ଏଥିରେ ହୁମେରା ସାହେଵା ଓ ମୋଜଫର ସଵା ସଭା ସଂଯୋଜନା କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ସାମ୍ବାଦିକ ସରାଫତ ଅଲ୍ଲୀ ଙ୍କ ସମେତ କମିଟିର ସଭାପତି ସଦାକତ୍ ଅଲ୍ଲୀ, ସଂପାଦକ ମହମ୍ମଦ ରସିଦ୍,ଅରଫାନ,ଅକ୍ସା,ଗଜାଲା, ଖୁସି,ଆଫ୍ରିନ୍,ରୁକ୍ସାର,ସାହେଵା, ଆଲମାସ୍, ଅରମାନ,ସାକିଵ,ରାଵେୟା,ଆୟତ ଅମାୟାରା ପ୍ରମୁଖ ସହାୟତା କରିଥିଲେ। ଶେଷରେ ଭୁବନେଶ୍ୱର ର ବିଶିଷ୍ଟ ମ୍ୟାଜିସିଆନ ପ୍ରସନ୍ନ କୁମାର ଙ୍କ ମ୍ୟାଜିକ ସୋ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା। ଏଥିରେ ହିନ୍ଦୁ ଓ ମୁସଲମାନ ଲୋକଙ୍କ ର ଖଚାଖଚ ଭିଡ ପରିଲକ୍ଷିତ ହୋଇଥିଲା।

Leave a Reply

Your email address will not be published. Required fields are marked *