ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୧/୦୩/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମୁଖ୍ୟ ଶାସନସଚିବ ଶ୍ରୀମତୀ ଅନୁଗର୍ଗ ଙ୍କ ଅଧ୍ୟକ୍ଷତାରେ ଆଜି ସଚିବ ସ୍ତରୀୟ ବୈଠକ ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।  ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରି ମୁଖ୍ୟ ଶାସନ ସଚିବ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ବୈଠକର ପ୍ରାରମ୍ଭରେ ମୁଖ୍ୟ ଶାସନ ସଚିବ ନିକଟରେ ବିଭିନ୍ନ ସ୍ଥାନରେ ଘଟିଥିବା ଅଗ୍ନି ଦୁର୍ଘଟଣା ପ୍ରସଙ୍ଗରେ ଆଲୋଚନା କରି ସମସ୍ତ ସରକାରୀ ବିଭାଗୀୟ କୋଠାରେ ବିଦ୍ୟୁତ୍ ଓୟାରିଂ ତନଖି କରାଯିବା, ବୈଦ୍ୟୁତିକ ଉପକରଣ ନିୟମିତ ଯାଂଚ କରିବା, ଆବଶ୍ୟକ ଉନ୍ନତିକରଣ କାର୍ଯ୍ୟ ସହ ସତର୍କତା ଅବଲମ୍ବନ କରିବାକୁ  ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ ।

ବୈଠକରେ ଅର୍ଥ ବିଭାଗ ପକ୍ଷରୁ ୨୦୨୫୨୬ ଆର୍ଥିକ ବର୍ଷରେ ଅଦ୍ୟାବଧି ହୋଇଥିବା ଆର୍ଥିକ ସ୍ଥିତି ଉପସ୍ଥାପନ କରାଯାଇଥିଲା ।  ଏହି ଆର୍ଥିକ ବର୍ଷରେ ବଜେଟଅନୁମୋଦନଅନୁସାରେଅଦ୍ୟାବଧି ବିଭିନ୍ନ ବିଭାଗ ଦ୍ୱାରା ହୋଇଥିବା ଖର୍ଚ୍ଚ ଓ ରାଜସ୍ୱ ଆଦାୟ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ସଂପର୍କିତ ଆଲୋଚନା କରାଯାଇଥିଲା ।  କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ସମବାୟ ଓ ଶକ୍ତି ବିଭାଗ ସମେତ  ସାମାଜିକ କ୍ଷେତ୍ର ସଂପର୍କିତ ବିଭିନ୍ନ ବିଭାଗରେ  କାର୍ଯ୍ୟକ୍ରମ ବ୍ୟୟ ବାବଦରେ ଖର୍ଚ୍ଚ ହାର ଗତ ବର୍ଷ ଏହି ସମୟ ତୁଳନାରେ ଅଧିକ ବୃଦ୍ଧି ଘଟିଛି । ବୈଠକରେ ବିଭିନ୍ନ କ୍ଷେତ୍ରରୁ ଅଦ୍ୟାବଧି ରାଜସ୍ୱ ଆଦାୟ ଲକ୍ଷ୍ୟ ପ୍ରାୟ ୭୮.୭୭  ପ୍ରତିଶତ ହୋଇଥିବା ଜଣାଯାଇଛି । ଚଳିତ ମାସ ଶେଷ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପାଇଁ କାର୍ଯ୍ୟ ଅଗ୍ରଗତି ସହ  ଓ ଖର୍ଚ୍ଚ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବୈଠକରେ ଭିତ୍ତିଭୂମି ବିକାଶ କ୍ଷେତ୍ର ସଂପର୍କିତ ଅନ୍ୟ ବିଭାଗ ସମେତ ଅନ୍ୟ ବିଭାଗମାନଙ୍କରେ ଅଦ୍ୟାବଧି ଖର୍ଚ୍ଚ ସ୍ଥିତି ଉପସ୍ଥାପନ କରାଯାଇଥିଲା । 

  ଆମେ ଜାଣିବା ଆମ ବଜେଟକାର୍ଯ୍ୟକ୍ରମରେ ୨୦୨୬୨୭ ବଜେଟ ସମ୍ପର୍କରେ ବିଭିନ୍ନ ସ୍ତରରେ ଜନସାଧାରଣଙ୍କୁ ସୂଚନା ପ୍ରଦାନ କରିବାକୁ ଆଲୋଚନା ହୋଇଛି ।  ରାଜ୍ୟ ବଜେଟ୍ ଏବଂ କେନ୍ଦ୍ର ସରକାରଙ୍କ ଓଡ଼ିଶା ସମ୍ପର୍କିତ ବିକାଶମୂଳକ ଏବଂ ଲୋକାଭିମୁଖୀ କାର୍ଯ୍ୟକ୍ରମଗୁଡ଼ିକ ସଂପର୍କରେ ରାଜ୍ୟ ମୁଖ୍ୟାଳୟଠାରୁ ଆରମ୍ଭ କରି ଜିଲ୍ଲା, ପୌରାଂଚଳ, ବ୍ଲକ ଓ ଗ୍ରାମ ସଭା ସ୍ତରରେ “ବଜେଟ୍ ସଭା” ଆୟୋଜନ କରାଯାଇ ଜନସାଧାରଣଙ୍କୁ ସୂଚନା ଦେବାକୁ ପଦକ୍ଷେପ ନିଆଯିବ । ଏହା ଦ୍ୱାରା  ବିଭିନ୍ନ କାର୍ଯ୍ୟକ୍ରମ ଦକ୍ଷ ଓ ସ୍ୱଚ୍ଛତାର ସହ  କାର୍ଯ୍ୟାନ୍ୱୟନ ହୋଇପାରିବ ବୋଲି ଏ ସଂପର୍କରେ ବୈଠକରେ  ଆଲୋଚନା କରାଯାଇଥିଲା  ।

ବିଭିନ୍ନ ବିଭାଗରେ ଖାଲିଥିବା ପଦବୀ ପୂରଣ କାର୍ଯ୍ୟ ତ୍ୱରାନ୍ୱିତ କରାଯିବା ସଂପର୍କରେ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଆଗାମୀ ଜୁନ୍ ମାସ ସୁଦ୍ଧା ରାଜ୍ୟ ସରକାର  ବିଭିନ୍ନ ବିଭାଗରେ ଖାଲିଥିବା ୬୫  ହଜାର ପଦବୀ ପୂରଣ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା ବେଳେ  ତନ୍ମଧ୍ୟରୁ ୪୧,୦୬୩ଟି ପଦବୀ ପୂରଣ ହୋଇଛି ଏବଂ ଅବଶିଷ୍ଟ ପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯାଇଥିବା ସମ୍ପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । 

ଏଥି ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗକୁ କେତେକ ଗୁରୁତ୍ୱପୂର୍ଣ୍ଣ ଏବଂ ଜରୁରୀ କାର୍ଯ୍ୟ ସଂପାଦନ ନେଇ  ଦେଇଥିବା ପତ୍ରର କାର୍ଯ୍ୟ ଅନୁପାଳନ ବିବରଣୀ ପ୍ରଦାନ ସଂପର୍କରେ ସମୀକ୍ଷା କରାଯାଇ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିର୍ଦ୍ଦେଶିତ ୧୫  ପଏଣ୍ଟ(ବିନ୍ଦୁ) କାର୍ଯ୍ୟସୂଚୀ ମଧ୍ୟରେ  ପ୍ରମୁଖ ପଦକ୍ଷେପ  ବିକଶିତ ଓଡ଼ିଶା ୨୦୩୬  ଏବଂ ଏବଂ ବିକଶିତ ଭାରତ ପାଇଁ  ୨୦୪୭ ପାଇଁ  ପ୍ରସ୍ତୁତ ଓଡ଼ିଶା  ଭିଜନର ଲକ୍ଷ୍ୟ ସାଧନ ପାଇଁ ପ୍ରସ୍ତୁତ ପ୍ରମୁଖ ଜନକଲ୍ୟାଣକାରୀ ବିକାଶ କ୍ଷେତ୍ର ପ୍ରକଳ୍ପ ଓ କାର୍ଯ୍ୟକ୍ରମ “୩୬ ଫର ୩୬” କାର୍ଯ୍ୟକାରିତା ଅଗ୍ରଗତି ନେଇ ଆଲୋଚନା କରାଯାଇଥିଲା । ଏ ସଂପର୍କରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇ ଆଗାମୀ ଏପ୍ରିଲ ମାସରୁ  ପ୍ରତି ମାସରେ କାର୍ଯ୍ୟ ଅଗ୍ରଗତି  ସମୀକ୍ଷା କରାଯିବାକୁନିର୍ଦ୍ଦେଶ ଦେଇଛନ୍ତି  । ଏଥି ସହିତ ଭୁବନେଶ୍ୱରକଟକପୁରୀପାରାଦ୍ୱୀପଅର୍ଥନୈତିକଅଂଚଳବିକାଶ (ବିସିପିପିଆର) ନେଇ ଲକ୍ଷ୍ୟ ଓ କାର୍ଯ୍ୟକାରିତା ପଦକ୍ଷେପ ସଂପର୍କରେ ଗୃହ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉପସ୍ଥାପନ କରିଥିଲେ ।

ଆଇଜିଓଟି କର୍ମଯୋଗୀ ପ୍ଲାଟଫର୍ମରେ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ରାଜ୍ୟରେ ୪  ଲକ୍ଷ ୧୬  ହଜାର ୧୩୮  କର୍ମଚାରୀଙ୍କ ମଧ୍ୟରୁ ଅଦ୍ୟାବଧି ୯୩  ପ୍ରତିଶତ ଏହି  ପ୍ରଶିକ୍ଷଣ ବ୍ୟବସ୍ଥା ସହିତ ଯୋଡି (ଅନବୋର୍ଡିଂ) ହୋଇଛନ୍ତି  ।ପ୍ରାୟ ୨ ଲକ୍ଷ କର୍ମଚାରୀ ସକ୍ରିୟ ବ୍ୟବହାରକାରୀ ହୋଇଥିବା ବେଳେ ଅନ୍ୟ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ପ୍ରଶିକ୍ଷଣ ବଢାଇବାକୁ ବିଭାଗମାନଙ୍କୁ  ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦିଆଯାଇଛି   । ଆଇଜିଓଟି କର୍ମଯୋଗୀ ପ୍ଲାଟଫର୍ମରେ ଓଡ଼ିଶାର ପ୍ରଦର୍ଶନକୁ ଅଧିକ ଉନ୍ନତ କରିବା ପାଇଁ ପ୍ରତିମାସରେ କର୍ମଚାରୀମାନେ ଅନ୍ତତଃ ଗୋଟିଏ ବା ଏକାଧିକ ପାଠ୍ୟକ୍ରମ(କୋର୍ସ) ସାରିବାକୁ କୁହାଯାଇଛି ।  ପ୍ରକାଶ ଥାଉକି, ଓଡ଼ିଶା ସରକାର ଏହି ବ୍ୟବସ୍ଥାରେ ପ୍ରଶିକ୍ଷଣ ନେଇ ଦକ୍ଷତା ବୃଦ୍ଧି ନିମନ୍ତେ ବର୍ଷକୁ ଅନ୍ତତଃ ୨୦ ଘଣ୍ଟା ପାଠ୍ୟକ୍ରମ ସାରିବାକୁ ବାଧ୍ୟତାମୂଳକ କରିଛନ୍ତି, ଯାହାକି ସେମାନଙ୍କର କାର୍ଯ୍ୟଦକ୍ଷତା ମୂଲ୍ୟାୟନ(ପିଏଆର) ରେ ପ୍ରତିଫଳିତ ହେଉଛି । 

  ଅନୁଷ୍ଠିତ ସଚିବସ୍ତରୀୟ ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂଙ୍କ ସମେତବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

-0-

ପଠାଣି ରାଉତ ,ମୁଖ୍ୟ ଶାସନ ସଚିବଙ୍କ ଲୋକ ସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *