କଟକ ସଦର, ୨୧/୦୩/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପରମହଂସ ସଫିପୁର ଠାରେ ଅବସ୍ଥିତ ମା’କୋଚିଲେଇ ଠାକୁରାଣୀ ଙ୍କ ପୀଠ ସ୍ଥଳି ରେ ଆରମ୍ଭ ହୋଇଛି ୧୭ ତମ କୋଚିଲେଇ ମହୋତ୍ସବ ୨୦୨୬। ଏହି ଅବସରରେ ଶ୍ରଦ୍ଧା ସବୁରି ର ପ୍ରବର୍ତ୍ତକ ପରମ କାରୁଣୀକ ଶିରିଡ଼ି ସାଇବାବା ଙ୍କ ଚଭାଡି ଶୋଭାଯାତ୍ରା ସାହି ପରିକ୍ରମା କରାଯାଇଥିଲା ବେଳେ ପୀଠରେ ଘୃତ ଯଜ୍ଞ,ଅନ୍ନ ଯଜ୍ଞ,ନାମ ଯଜ୍ଞ ପ୍ରଭୃତି ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।

ଏଥିସହିତ ଅନ୍ତିମ ଉଦଯାପନ ଦିବସ ଆସନ୍ତା କାଲି ରବିବାର ସଂଧ୍ୟାରେ ଏଠାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ଓଲିଉଡ଼ ଓ ବଲିଉଡ଼ ଜଗତର ଖ୍ୟାତନାମା କଣ୍ଠଶିଳ୍ପୀ ମାନଙ୍କ ଦ୍ଵାରା ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ଜଣାପଡିଛି। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ପୁରୋଧା ଭାଵେ ପ୍ରଫୁଲ୍ଲ ସିଂହ ପତ୍ନୀ ନିବେଦିତା ସିଂହ ଓ ସୁମନ୍ତ ପଣ୍ଡା ପତ୍ନୀ ନମିତା ପଣ୍ଡା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ପରିଚାଳନାରେ ହୃଷିକେଶ ରଣା, ସୁବୋଧ ବେହେରା, ଅନିରୁଦ୍ଧ ରାଉଳ, ସୁରେଶ ସାହୁ, କିଶୋର ହରି ପ୍ରମୁଖ ସହାୟତା କରିଥିଲେ।

