ନିଖିଳ ଉତ୍କଳ ବାରିକ ସମିତି ର ବାର୍ଷିକ ଉତ୍ସବ

କଟକ,୨୧/୦୩/୨୦୨୬ (ଓଡିଶା ସମାଚାର / ଅଭୟ ଜେନା )-ନିଖିଳ ଉତ୍କଳ ବାରିକ ସମିତି, କଟକ ଜିଲ୍ଲା ଶାଖାର ”ସ୍ବନକ୍ଷତ୍ର ମହୋତ୍ସବ ୨୦୨୬” ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମେ ଜାତିର ଇଷ୍ଟ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ଦେବଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଦିଆଯାଇ ବରେଣ୍ୟ ଅତିଥିଗଣଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ବଳନ କରାଯାଇ ଥିଲା । ପରେ ପରେ ଜିଲ୍ଲା ଉପସଭାପତି ବାର୍ଷିକ ବିବରଣୀ ପାଠ କରିଥିଲେ ଓ ସଭାର ଉଦ୍ଦେଶ୍ୟ ବୁଝାଇ ଥିଲେ । ଜିଲ୍ଲା କୋଷାଧ୍ୟକ୍ଷ ନବକିଶୋର ବାରିକ ଆୟବ୍ୟୟ ହିସାବ ପାଠ କରିଥିଲେ । କଟକ ଜିଲ୍ଲା ସଭାପତି ଅକ୍ଷୟ କୁମାର ବାରିକ ସ୍ବାଧିନତା ପରଠାରୁ ଆଜିପର୍ୟ୍ୟନ୍ତ ସରକାର କୌଣସି ଦାବି ପୂରଣ କରିନାହାନ୍ତି ବୋଲି କ୍ଷୋଭ ପ୍ରକାଶ କରି କହିଥିଲେ।

ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ ବାରିକ ସମାଜ ବିଶ୍ବାସୀ ଓ ନିରିହ ହୋଇ ଥିବାରୁ ସରକାର ତାଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଉଦ୍ବୋଧନ ଦେଇ କହିଥିଲେ । ଏଥିସହିତ କଟକ ଜିଲ୍ଲାର ମର୍ୟ୍ୟାଦାଜନକ ”ନଟବର ସମ୍ମାନ ୨୦୨୬” ଟାଙ୍ଗୀ ବ୍ଲକ ଶାଖା ସଭାପତି ଶଙ୍କର ବାରିକ ଙ୍କୁ ମାନପତ୍ର ଉପଢୌକନ ଦ୍ବାରା ସମ୍ମାନୀତ କରି ଥିଲେ । ବରେଣ୍ୟ ଅତିଥି ଭାବେ ରାଜ୍ୟ ସଭାପତି ହେମନ୍ତ କୁମାର ବାରିକ ଯୋଗଦେଇ ଆଗାମୀଦିନରେ ରାଜ୍ୟ ସରକାରଙ୍କୁ ଘେରିବାକୁ ରାଜ୍ୟର ସବୁ ଜିଲ୍ଲାର ସଂଗଠନ ସଜ ହେବାକୁ ଆହ୍ବାନ ଦେଇଥିଲେ । ସମ୍ମାନିତ ଅତିଥି ରାଜ୍ୟ କୋଷାଧ୍ୟକ୍ଷ ସୂର୍ୟ୍ୟକାନ୍ତ ମହାପାତ୍ର, କଟକର ବିଭିନ୍ନ ପ୍ରତିଭା ଧାରୀ ବ୍ୟକ୍ତିଙ୍କୁ ମାନପତ୍ର ଓ ଉପଢ଼ୌକନ ଦ୍ବାରା ସମ୍ମାନୀତ କରିଥିଲେ ।

ସାମ୍ବାଦିକତାରେ ଦିପକ ରଞ୍ଜନ ବେହେରା ଓ ନିଶ୍ଚିନ୍ତ କୋଇଲି ବ୍ଲକ ସଭାପତି ରତ୍ନାକର ବାରିକ, ସୁଗୃହିଣୀ ଭାବେ ଶ୍ରୀମତୀ ଉମା ବାରିକ ଓ ଶ୍ରୀମତୀ ପୁଷ୍ପଲତା ବାରିକ, ଶ୍ରୀମତୀ ଲକ୍ଷ୍ମୀପ୍ରୀୟା ବାରିକ, ସ୍ବଜାତୀ ସେବକ ଭାବେ ପ୍ରଶାନ୍ତ କୁମାର ବାରିକ, ଯାତ୍ରା ଅଭିନେତା ଭାବେ ତିଗିରିଆ ବ୍ଲକ ସଭାପତି ଦିଲିପ ବାରିକ ପ୍ରମୁଖଙ୍କୁ ସମ୍ମାନୀତ କରାଯାଇ ଥିଲା ।

ମୁଖ୍ୟବକ୍ତା ଭାବେ ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ କୁଳମଣୀ ବାରିକ, ସମ୍ମାନୀତ ଅତିଥି ମାନ୍ୟବର ମେୟର ସୁବାସ ସିଂ, ଅନ୍ୟତମ ସମ୍ମାନିତ ଅତିଥିଗଣ ହେଲେ ରାଜ୍ୟ ସାଧାରଣ ସଂପାଦକ କମ୍ବୁପାଣୀ ପରିଚ୍ଛା,ହାଇକୋର୍ଟ କ୍ରିମିନାଲ ଆଡଭୋକେଟ ଶୁସିଲ ମହାନ୍ତି, ଲକ୍ଷ୍ମୀ କନଷ୍ଟ୍ରକସନ ମ୍ୟାନେଜିଙ୍ଗ୍ ଡାଇରେକ୍ଟର ପୂର୍ଣ୍ଣଚନ୍ଦ୍ର ବେହେରା, ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ହୀରାଲାଲ ବେହେରା, ଦଶରାଜ୍ୟ ସଭାପତି ନୀଳମଣୀ ସାମଲ, ନୟାଗଡ ସଭାପତି ତଥା ଦଶରାଜ୍ୟ ବେହେରା ଦଣ୍ଡପାଣୀ ବାରିକ, ଜିଲ୍ଲା ଉପଦେଷ୍ଟା ଯତୀନ୍ଦ୍ରନାଥ ବାରିକ, ମଧୁସୂଦନ ବାରିକ, ବିଜୟ କୁମାର ବାରିକ, ସମାଜ ସେବୀ ପ୍ରତାପ କିଶୋର ବାରିକ, ଭୂବନେଶ୍ବର ସଭାପତି ରୋହିତ ବାରିକ, କଟକଜିଲ୍ଲା ସେଲୁନ୍ ପାର୍ଲର ସଂଘର ପ୍ରତିନିଧି ବାବୁନି ବାରିକ, ବାଙ୍କୀବ୍ଲକ ସଭାପତି ବଟକୃଷ୍ଣ ବାରିକ, ମାହାଙ୍ଗା ସଭାପତି ପ୍ରଫୁଲ୍ଲ ସିଂ, ବଡମ୍ବା ବ୍ଲକ ଉପ ସଭାପତି ପ୍ରମୋଦ ବାରିକ, ନରସିଂହପୁର ସଭାପତି ଦିଗମ୍ବର ବାରିକ, ଭାରପ୍ରାପ୍ତ ସଂପାଦିକା ଶ୍ରୀମତୀ ବିନୋଦିନୀ ବାରିକ, ବିରଞ୍ଚିନାରାୟଣ ବାରିକ, ମିଲି ବାରିକ, ସ୍ମୃତିରେଖା ବାରିକ, ପତିତପାବନ ପାବନ ମିର୍ଦ୍ଧା, ଜଗନ୍ନାଥ ବାରିକ ସଂଘ ଦିଲିପ ବାରିକ, ପୂର୍ବତନ ଜିଲ୍ଲା ସାଧାରଣ ସଂପାଦକ ସତ୍ୟନାରାୟଣ ମୁଦୁଲି ପୂର୍ବତନ ଜିଲ୍ଲା ଉପସଭାପତି ଶ୍ରୀକାନ୍ତ ମାହାନା, ସମ୍ବଲପୁରର ଗୌତମ ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଧନ୍ୟବାଦ ସହିତ ସଭା ସାଙ୍ଗ ହୋଇ ଥିଲା ।

Leave a Reply

Your email address will not be published. Required fields are marked *