ପୁଣି ଏକ ୫ବର୍ଷୀୟ ଦନ୍ତା ହାତୀର ମୃତ୍ୟୁ

ନରସିଂହପୁର, ୨୦/୦୩/୨୦୨୬ (ଓଡ଼ିଶା ସମାଚାର)- ନରସିଂହପୁର ବନାଞ୍ଚଳରେ ଏକ ୫ବର୍ଷୀୟ ଦନ୍ତା ହାତୀର ଶୁକ୍ରବାର ମୃତ୍ୟୁ ଘଟିଛି । ନରସିଂହପୁର ବନାଞ୍ଚଳ ପୂର୍ବରେଞ୍ଜ ଅନ୍ତର୍ଗତ ସେରମୁଣ୍ଡା ସେସ୍କନ ଖରୁଆଣି ବିଟ ନିକଟସ୍ଥ ଖେସରା ଜଙ୍ଗଲରେ ୫ବର୍ଷର ହାତୀଟିର ମୃତ୍ୟୁ ହୋଇଛି। ସୂଚନା ମୁତାବକ,ଗତ କାଲି ଖେସରା ଜଙ୍ଗଲକୁ ଏକପଲ ହାତୀମାନେ ଆସିଥିଲେ। ତେବେ ଆଜି ବନବିଭାଗ କର୍ମଚାରୀ ପାଇଁତରା ମାରୁଥିବା ବେଳେ ଉକ୍ତ ହାତୀଟି ଅଚେତ ଅବସ୍ଥାରେ ପଡ଼ିଥିବା ଦେଖି ବନାଞ୍ଚଳ ଅଧିକାରୀ କୁଲେସ ସାହୁଙ୍କୁ ଅବଗତ କରିଥିଲେ।

ଏହାପରେ ଘଟଣା ସ୍ଥଳରେ ବନ ଅଧିକାରୀ ଶ୍ରୀ ସାହୁ, ଓ ସମସ୍ତ ବନ କର୍ମଚାରୀ ପହଁଞ୍ଚି ଘଟଣାର ତଦନ୍ତ କରିବା ପରେ ଦେଖିଥିଲେ ଯେ ହାତୀଛୁଆଟିର ମୃତ୍ୟୁ ହୋଇ ଯାଇଛି। ସେହି ସ୍ଥାନରେ ନରସିଂହପୁର, ଜିଲିଣ୍ଡା, କାନପୁର ପ୍ରାଣୀ ଚିକିତ୍ସକ ପହଁଞ୍ଚି ମୃତ ହାତୀଟିର କେଉଁ କାରଣରୁ ଏଭଳି ହୋଇଛି ତାହା ଜାଣିବା ପାଇଁ ତଦନ୍ତ ଯରି ରଖିଥିଲେ।ବିଭିନ୍ନ ପରୀକ୍ଷା ଆରମ୍ଭ କରିଥିଲେ। ଏହା ପରେ ଉକ୍ତ ହାତୀଟିର ଶବକୁ ବ୍ୟବଚ୍ଛେଦ କରିଥିଲେ। ତେବେ ହାତୀଟିର ମୃତ୍ୟୁ ହାରପିସ କାରଣ ବୋଲି ଜଣାପଡିଛି। ଏହା  ଦୂଷିତ ପାନୀୟଜଳ ପିଇବା ଦ୍ୱାରା ସଂକ୍ରମିତ କାରଣରୁ ମୃତ୍ୟୁ ହେଉଛି ବୋଲି ଅନୁମାନ କରାଯାଉଛି ବୋଲି ବନାଞ୍ଚଳ ଅଧିକାରୀ ଶ୍ରୀ ସାହୁ କହିଛନ୍ତି।

ଏହାର ନିରାକରଣ ପାଇଁ ବ୍ୟବସ୍ଥା ସହିତ ଉକ୍ତ ପାଣି ଏବଂ ହାତୀଟିର କିଛି ଅଂଶ ପରୀକ୍ଷା ପାଇଁ ଭୁବନେଶ୍ୱର ପରୀକ୍ଷାଗାରକୁ ପଠାଯାଇଛି। ତେବେ ଏଭଳି ହାତୀ ମୃତ୍ୟୁକୁ ନେଇ ବାନ୍ୟଜନ୍ତୁ ପରିବେଶବିତ ମହଲରେ ଉଦବେଗର ବିଷୟ ପାଲଟିଛି। ଏଭଳି ପରିସ୍ଥିତି ଲାଗି ରହିଲେ ଆଗାମୀ ଦିନରେ ନରସିଂହପୁର ବନାଞ୍ଚଳରୁ ହାତୀ ବଂଶ ଲୋପ ପାଇଯିବ ବୋଲି ବୁଦ୍ଧିଜୀବୀ ମହଲରେ ଆଶଙ୍କା ପ୍ରକାଶ ପାଇଛି।ପ୍ରକାଶ ଥାଉକି ଗତ ତିନିଦିନ ତଳେ ପଶ୍ଚିମ ବନାଞ୍ଚଳର ବରସିଙ୍ଗା ଜଙ୍ଗଲରେ ଏକ ଚିକିତ୍ସାଧୀନ ଦନ୍ତା ହାତୀର ମୃତ୍ୟୁ ହୋଇଛି।

Leave a Reply

Your email address will not be published. Required fields are marked *