ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଶୁକ୍ଳ ପ୍ରତିପଦା ତିଥି ପାଳିତ

ନିଶ୍ଚିନ୍ତକୋଇଲି,୧୯/୦୩/୨୦୨୬ (ଓଡ଼ିଶା ସମାଚାର)- (ଓଡିଶା ସମାଚାର /ଅଭୟ ଜେନା )ଅଖିଳ ଭାରତୀୟ ସାହିତ୍ୟ ପରିଷଦ ନିଶ୍ଚିନ୍ତକୋଇଲି ମଣ୍ଡଳ ଆନୁକୂଲ୍ୟରେ ବଡକ୍ଷୀର ପଞ୍ଚାୟତ ସ୍ଥିତ ପୁରାତନ ଶ୍ରୀଶ୍ରୀ ମଦନ ମୋହନ ମନ୍ଦିର ପରିସରରେ ସନାତନ ସଂସ୍କୃତିର ସୁରକ୍ଷା ,ଚୈତ୍ର ନବରାତ୍ର ଆରମ୍ଭ ଭଗବାନ ଶ୍ରୀରାମ ଚନ୍ଦ୍ର ଙ୍କର ରାଜ୍ୟାଭିଷେକ ଚୈତ୍ର ଶୁକ୍ଳ ପ୍ରତିପଦା ତିଥି ଅବସରରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି ।

ଅଖିଳ ଭାରତୀୟ ସାହିତ୍ୟ ପରିଷଦ  ନିଶ୍ଚିନ୍ତକୋଇଲି ମଣ୍ଡଳ ସମ୍ପାଦକ ପରିବେଶବିତ ପ୍ରମୋଦ କୁମାର ଦାଶ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଉତ୍ସବକୁ ବରିଷ୍ଠ ସମାଜସେବୀ ଦେବବ୍ରତ ପଣ୍ଡା ଆନୁଷ୍ଠାନିକ ଭାବେ କଳସ ପୂଜନ,ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଉତ୍ସବରେ ମୁଖ୍ୟ ଅତିଥିଭାବେ ବୟୋଜ୍ୟେଷ୍ଠ ନାଗରିକ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା,ମୁଖ୍ୟ ବାକ୍ତାଭାବେ ମହାପୁରୁଷ ଅଚ୍ୟୁତାନନ୍ଦ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟାପକ ପ୍ରଶାନ୍ତ କୁମାର ପଣ୍ଡା,ସମ୍ମାନିତ ଅତିଥିଭାବେ ନିର୍ବାଣ ପ୍ରତିନିଧି କବି ବିଜୟ କୁଅଁର,ପ୍ରମୁଖ ଯୋଗଦେଇ ସନାତନ ସଂସ୍କୃତି ଐତିହ୍ୟ ପରମ୍ପରା ଓ ସ୍ଵଧର୍ମ ର ସୁରକ୍ଷା ନିମନ୍ତେ ଆହ୍ଵାନ ଦେଇଥିଲେ ।

ଏହି ଅବସରରେ ବେଦପାଠ ସହ ସମବେତ, ପାର୍ଥନା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଲକ୍ଷ୍ମୀପ୍ରିୟା ବସ୍ତିଆ,ଅଞ୍ଜନା ଶତପଥୀ,ସବିତା ପଣ୍ଡା,କେତକୀ ବେହେରା,ଝରଣା ବେହେରା,ବନ୍ଦନା ବେହେରା,ଜୟନ୍ତୀ ଭୂୟାଁ,ଉର୍ମିଳା ବେହେରା,ସସ୍ମିତା ସ୍ୱାଇଁ,ହିରାଦେବୀ ଦାଶ,ଅନ୍ନପୂର୍ଣ୍ଣା ପଣ୍ଡା,ମେନକା ସାହୁ,ଲକ୍ଷ୍ମୀପ୍ରିୟା ବେହେରା,କନକ ବେହେରା,ପ୍ରକୃତି ଦାସ, ଲବଙ୍ଗ ବେହେରା,ମମତା ସାହୁ,କାଞ୍ଚନ ବେହେରା,ସତ୍ୟଭାମା ବେହେରା ପ୍ରମୁଖ ବହୁ ବ୍ୟକ୍ତି ବିଶେଷ ସକ୍ରିୟ ଯୋଗଦାନ କରିଥିଲେ ।

Leave a Reply

Your email address will not be published. Required fields are marked *