କେନ୍ଦ୍ରାପଡ଼ା,୧୯/୦୩/୨୦୨୬ (ଓଡ଼ିଶା ସମାଚାର)- ଭାରତୀୟ ଷ୍ଟେଟବ୍ୟାଙ୍କର ଅବସରପ୍ରାପ୍ତ ଅଧିକାରୀ କେନ୍ଦ୍ରାପଡା ସହରର ତିନିମୁହାଣିଛକ ନିକଟସ୍ଥ ଭ୍ରମରଦିଆପାଟଣା ବାସିନ୍ଦା ପ୍ରଭାକର ନାୟକଙ୍କ ୮୦ବର୍ଷ ବୟସରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ନାୟକଙ୍କୁ ଷ୍ଟେଟବ୍ୟାଙ୍କ ଶାଖା ଓ ପେନସନର୍ସ ସଂଘ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଷ୍ଟେଟବ୍ୟାଙ୍କ ଟ୍ରିବୁ୍ୟଟ୍ ଯୋଜନା ଅନୁଯାୟୀ ଷ୍ଟେଟବ୍ୟାଙ୍କ କଲେଜରୋଡ ଶାଖା ପକ୍ଷରୁ ସ୍ୱର୍ଗତ ନାୟକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।
ଷ୍ଟେଟବ୍ୟାଙ୍କ କଲେଜରୋଡ ଶାଖା ପରିଚାଳକ ଅଶୋକ କୁମାର ପରିଡା ଷ୍ଟେଟବ୍ୟାଙ୍କ ପେନସନର୍ସ ସଂଘ ଓଡିଶା ସର୍କଲର ଆଂଚଳିକ ସମ୍ପାଦକ ଗଣେଶ୍ୱର ମେକାପ, ବରିଷ୍ଠ ସଦସ୍ୟ ସୁନାକର ଜେନା, ପରମାନନ୍ଦ ସେଠୀ ପ୍ରମୁଖ ସ୍ୱର୍ଗତ ନାୟକଙ୍କ ଭ୍ରମରଦିଆପାଟଣାସ୍ଥିତ ବାସଭବନରେ ପହଂଚି ଷ୍ଟେଟବ୍ୟାଙ୍କ ପକ୍ଷରୁ ୩୦ହଜାର ଟଙ୍କାର ଚେକ ସହ ଏକ ଶୋକବାର୍ତା ସ୍ୱର୍ଗତ ନାୟକଙ୍କ ପତ୍ନୀ ଲୀଳାବତି ନାୟକଙ୍କୁ ପ୍ରଦାନ କରିଛନ୍ତି । ଷ୍ଟେଟବ୍ୟାଙ୍କ ପେନସନର୍ସ ସଂଘ ପକ୍ଷରୁ ଆଂଚଳିକ ସମ୍ପାଦକ ଶ୍ରୀ ମେକାପ ଗଭୀର ଶୋକ ବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।
