ଭାଜପାରୁ ୫ଜଣ ନିଲମ୍ବିତ

ଭୁବନେଶ୍ୱର,୦୨/୦୭/୨୦୨୫ (ଓଡ଼ିଶା ସମାଚାର)-ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଅଫିସ ଭିତରେ ଆକ୍ରମଣ ଘଟଣାକୁ ନେଇ ୫ ଜଣଙ୍କୁ ଭାଜପା ପ୍ରାଥମିକ ସଦସ୍ୟ ପଦରୁ ଦଳ ନିଲମ୍ବିତ କରିଛି । ରାଜ୍ୟ ସଭାପତି ମନମୋହନ ସାମଲ ସେମାନଙ୍କୁ ନିଲମ୍ବନ କରିଛନ୍ତି ।

ସେମାନେ ହେଲେ କର୍ପୋରେଟର ଅପରୂନାରାୟଣ ରାଉତ, ରଶ୍ମି ରଞ୍ଜନ ମହାପାତ୍ର,ଦେବାଶିଷ ପ୍ରଧାନ,ସଚିକାନ୍ତ ସ୍ୱାଇଁ, ଏବଂ ସଂଜୀବ ମିଶ୍ର । ଏହି ୫ ଜଣଙ୍କୁ ନିଲମ୍ବନ କରାଯାଇଛି । ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ସୋମବାର ନିଜ ଅଫିସରେ କିଛି ଯୁବକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଘଟଣାଟି ସେତେବେଳେ ଘଟିଥିଲା ଯେତେବେଳେ ସାହୁ ଗ୍ରୀଭାନ୍ସ ରିଡ୍ରେସାଲ ବୈଠକରେ ବ୍ୟସ୍ତ ଥିଲେ । ରିପୋର୍ଟ ଅନୁସାରେ, ଛଅ ଜଣ ଅଜଣା ଯୁବକ ସାହୁଙ୍କ ଚାମ୍ବରକୁ ଅନଧିକୃତ ଭାବେ ପ୍ରବେଶ କରି ବିନା କାରଣରେ ତାଙ୍କୁ ଆକ୍ରମଣ କରିଥିଲେ ।

Leave a Reply

Your email address will not be published. Required fields are marked *