କଟକ ସଦର ୧୮/୦୩/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଵୈୟାଳିସମୈ।ଜା କୁଳସରିଚୁଆଁ ପଞ୍ଚାୟତର ଚାନ୍ଦୁଲି ଠାରେ କାଠଯୋଡି ଓ ସେଡୁଆ ନଦୀ ଟାପୁରେ ଅବସ୍ଥିତ ଵଳିଵାମନ ପୀଠରେ ବେଆଇନ୍ ନିର୍ମାଣ କୁ ନେଇ ବିବାଦ ସୃଷ୍ଟି ହୋଇଛି। ପ୍ରକାଶ ଯେ ଚାନ୍ଦୁଲି ମୈ।ଜା ନଦୀ କିସମ ଖାତା ନଂ ୩୯୫,ପ୍ଲଟ ନଂ ୧୪୭୧, ନଦୀ କିସମ ଉପରେ ଏବେ ବେଆଇନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।

କିସମ ପରିବର୍ତ୍ତନ ନକରି ବ୍ଲକ ପ୍ରଶାସନ ସବୁ ନୀତି ନିୟମ କୁ ଅଣଦେଖା କରି ଏଭଳି ବେଆଇନ ନିର୍ମାଣ କରୁଥିବା ଅଭିଯୋଗ ହେଉଛି। କିଛି ବର୍ଷ ପୂର୍ବେ କିଶନନଗର ତହସିଲ ଅନ୍ତର୍ଗତ ମହାନଦୀ କୂଳରେ ରଟିଲୋ ଠାରେ ଏଭଳି ବେଆଇନ ଭାବେ ନିର୍ମାଣ କରାଯାଇଥିବା ହନୁମାନ ମନ୍ଦିର ଓ ପାର୍କ କୁ ଗ୍ରୀନ୍ ଟ୍ରିବ୍ୟୁନାଲ ଙ୍କ ନିର୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ଉଛେଦ କରିଥିବା ନଜିର ରହିଛି। ହେଲେ ଏଠାରେ ବାଡ଼ ଯଦି ଫସଲ ଖାଇବ ତେବେ ଲୋକେ କହିବେ କାହାକୁ ? ଶୁଣିଵ କିଏ ? ବୋଲି ସାଧାରଣରେ ମତପ୍ରକାଶ ପାଉଛି। ଏଥିପାଇଁ ଲୋକମାନେ ଖୁବ୍ ଶୀଘ୍ର ଗ୍ରୀନ ଟ୍ରିବ୍ୟୁନାଲ ଙ୍କ ନିକଟରେ ଅପିଲ କରିବେ ବୋଲି ଜଣାପଡିଛି।
