ଚଳିତ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଏସ୍.ୟୁ.ସି.ଆଇ(କମୁ୍ୟନିଷ୍ଟ) ପକ୍ଷରୁ ପ୍ରେସ୍ ଇସ୍ତାହାର

ଭୁବନେଶ୍ୱର, ୧୪/୦୩/୨୦୨୪ (ଓଡ଼ିଶା ସମାଚାର)- ଆଗାମୀ ନିର୍ବାଚନରେ ଏସ୍.ୟୁ.ସି.ଆଇ(କମୁ୍ୟନିଷ୍ଟ) କେନ୍ଦ୍ରୀୟ କମିଟିର ଅନୁମୋଦନ କ୍ରମେ ଦଳ ପକ୍ଷରୁ ୨୨ଟି ରାଜ୍ୟରୁ ୧୫୨ଟି ଲୋକସଭା ଆସନରେ ଏବଂ ଆମ ରାଜ୍ୟର ୧୬ଟି ଲୋକସଭା ଓ ୨୮ଟି ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରାଯିବ(ରାଜ୍ୟର ପ୍ରାର୍ଥୀ ତାଲିକା ପ୍ରେସ୍ ଇସ୍ତାହାର ସହ ଯୁକ୍ତ ଅଛି) । ରାଜ୍ୟର ଜନସାଧାରଣ ଭଲ ଭାବରେ ଅବଗତ ଯେ, ଆମ ଦଳ ଦୀର୍ଘ ବହୁ ଦଶନ୍ଧି ଧରି ସମଗ୍ର ଦେଶ ତଥା ରାଜ୍ୟର ଜନସାଧାରଣଙ୍କ ଜୀବନ ଜୀବିକା ସହିତ ସମ୍ପର୍କିତ ଦରବୃଦ୍ଧି, ବେକାରୀ ଆଦି ଜ୍ୱଳନ୍ତ ସମସ୍ୟାବଳୀର ସମାଧାନ ଓ ପ୍ରତିକାର ଦାବିରେ ତଥା ଶିକ୍ଷା, ସ୍ୱାସ୍ଥ୍ୟସେବା, ବାସଗୃହ ଭଳି ଜନସାଧାରଣଙ୍କର ମୌଳିକ ଆବଶ୍ୟକତା ପୂରଣ କରିବା ପାଇଁ ଲଗାତର ଗଣ ଆନ୍ଦୋଳନ ପରିଚାଳନା କରି ଆସୁଛି । ଏହା ବ୍ୟତୀତ ଅତୀତରେ କେନ୍ଦ୍ର ଓ ରାଜ୍ୟରେ କ୍ଷମତାସୀନ ହୋଇଥିବା ବିଭିନ୍ନ ଦଳ ନେତୃତ୍ୱରେ ପରିଚାଳିତ ସରକାରମାନଙ୍କ ସମେତ ସମ୍ପ୍ରତି କେନ୍ଦ୍ରରେ ଦୁଇ ଦଫାରେ ୧୫ ବର୍ଷ ଧରି ଶାସନ କରୁଥିବା ବି.ଜେ.ପି ସରକାର ଏବଂ ରାଜ୍ୟରେ ୯ବର୍ଷ ଧରି ଶାସନ କରିଥିବା ବି.ଜେ.ଡି-ବି.ଜେ.ପି ମେଣ୍ଟ ସରକାର ଓ ଗତ ୧୫ ବର୍ଷ ଧରି ରାଜ୍ୟରେ ଏକକଭାବରେ କ୍ଷମତାରେ ରହିଥିବା ବି.ଜେ.ଡି ସରକାରର ସମସ୍ତ ଜନବିରୋଧୀ ନୀତି ତଥା ପଦକ୍ଷେପ ବିରୁଦ୍ଧରେ ଲଗାତର ଆନ୍ଦୋଳନ ପରିଚାଳନା କରୁଛି । ଏହାଫଳରେ ଆମ ଦଳ କ୍ରମଶଃ ଅଧିକରୁ ଅଧିକ ଜନସାଧାରଣଙ୍କର ଆସ୍ଥାଭାଜନ ହେଉଛି ଏବଂ ଦଳ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାକୁ ସମ୍ପ୍ରସାରିତ ହୋଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବୁଦ୍ଧିଜୀବୀ ଓ ସାଧାରଣ ଲୋକଙ୍କ ଅକୁଣ୍ଠ ସହଯୋଗ ଓ ସମର୍ଥନରେ ଆନ୍ଦୋଳନର ହତିଆର ଭାବରେ ବହୁ ସଂଖ୍ୟକ ଲଢୁଆ ଗଣ କମିଟି ଗଢିଉଠିଛି । ଗଣ ଆନ୍ଦୋଳନର ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ଆମ ଦଳ ଏହି ନିର୍ବାଚନରେ ଅଂଶଗ୍ରହଣ କରୁଛି ।
ସ୍ୱାଧୀନତା ପରେ ଦୀର୍ଘ ବହୁ ଦଶନ୍ଧି ଧରି କେନ୍ଦ୍ର ଓ ରାଜ୍ୟରେ କ୍ଷମତାରେ ରହିଥିବା କଂଗ୍ରେସ ସରକାର ଦେଶର ଏକଚାଟିଆ ପୁଞ୍ଜିପତିମାନଙ୍କ ସ୍ୱାର୍ଥରେ ଗ୍ରହଣ କରିଥିବା ଚୂଡ଼ାନ୍ତ ଜନବିରୋଧୀ ନୀତିଗୁଡ଼ିକୁ ବର୍ତମାନର କେନ୍ଦ୍ର ବି.ଜେ.ପି ଓ ରାଜ୍ୟ ବି.ଜେ.ଡି ସରକାର ଆହୁରି ଦ୍ରୁତ ଓ ବ୍ୟାପକ ଭାବେ କାର୍ଯ୍ୟକାରୀ କରିବା ଫଳରେ ଦେଶର ସିଂହଭାଗ ଜନସାଧାରଣଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ମାତ୍ର ଶତକଡ଼ା ୩ ଭାଗ ଅତି ଧନୀଙ୍କ ହାତରେ ଦେଶର ଶତକଡ଼ା ୭୦ଭାଗ ସମ୍ପଦ ଠୁଳ ହୋଇଥିବା ବେଳେ ଆର୍ଥôକ ଭାବରେ ସବୁଠାରୁ ଦୁର୍ବଳ ଜନସଂଖ୍ୟାର ଶତକଡ଼ା ୫୦ଭାଗ ଲୋକଙ୍କ ନିକଟରେ ମାତ୍ର ଶତକଡ଼ା ୩ ଭାଗ ସମ୍ପଦ ରହିଛି । ସ୍ୱାଧୀନତାର ୭୬ ବର୍ଷ ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଉନ୍ନୟନ ଓ ବିକାଶ ସମ୍ପର୍କିତ ସମସ୍ତ ଦାବି ସତ୍୍େୱ ଏହା ହେଉଛି ଦେଶର ବାସ୍ତବ ସ୍ଥିତି ।
ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି, ସୀମାହୀନ ବେକାରୀ, ଘରୋଇ ବିଜୁଳି କମ୍ପାନୀମାନଙ୍କର ଶୋଷଣ, ଋଣଗ୍ରସ୍ତ କୃଷକମାନଙ୍କର ଆତ୍ମହତ୍ୟା, କ୍ରମବର୍ଦ୍ଧମାନ ଶ୍ରମିକ ଛଟେଇ, କର୍ମକ୍ଷମ ଲୋକମାନଙ୍କର ଦାଦନ ଖଟିବାକୁ ପଳାୟନ, ଶିକ୍ଷା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଚରମ ସଂକଟ, ଶିଳ୍ପାୟନ ଓ ନିଯୁକ୍ତି ସୃଷ୍ଟି ଆଳରେ ହଜାର ହଜାର ଲୋକଙ୍କୁ ଉଦ୍ବାସ୍ତୁ କରି ସେମାନଙ୍କ ଚାଷ ଜମି, ଖଣି, ପାଣି, ଜଙ୍ଗଲକୁ ଶାଗ ମାଛ ଦରରେ ଏକଚାଟିଆ ପୁଞ୍ଜିପତିମାନଙ୍କ ହାତକୁ ଟେକିଦେବା, ଏହାର ପ୍ରତିବାଦ କରୁଥିବା ଲୋକଙ୍କୁ ବର୍ଷ ବର୍ଷ ଧରି ଜେଲରେ ଭର୍ତି କରିବା, ଗୁଳି କରି ହତ୍ୟା କରିବା ହେଉଛି କେନ୍ଦ୍ର ବି.ଜେ.ପି ଓ ରାଜ୍ୟ ବି.ଜେ.ଡି ଦଳର ପାରସ୍ପରିକ ସହଯୋଗ ଭିତିରେ ଚାଲିଥିବା କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କର ଅବଦାନ । ଏହି ସରକାରମାନଙ୍କ ଶାସନ କାଳରେ ଦୁର୍ନୀତି ସମସ୍ତ ସୀମା ଲଂଘନ କରିଛି । ବିଜେପି ସରକାର ଦ୍ୱାରା ପ୍ରଣିତ ନିର୍ବାଚନୀ ବଣ୍ଡ ସ୍କିମ୍ ଅନ୍ୟତମ ବୃହତ ଦୁର୍ନୀତି ବୋଲି ପ୍ରମାଣିତ ହୋଇଛି । ଏହା ବ୍ୟତୀତ କେନ୍ଦ୍ର ସରକାରଙ୍କ ରାଫେଲ୍ ଦୁର୍ନୀତି ଏବଂ ରାଜ୍ୟ ସରକାରଙ୍କ ଖଣି ଓ ଚିଟ୍୍ଫଣ୍ଡ ଦୁର୍ନୀତି କଳଙ୍କମୟ ଅଧ୍ୟାୟ ସୃଷ୍ଟି କରିଛି ।
ଧର୍ମନିିରପେକ୍ଷତାର ଦ୍ୱାହିଦେଇ ୨୦୦୯ ମସିହାରେ ବି.ଜେ.ପି ସହିତ ମେଂଟ ଭାଙ୍ଗିଥିବା ବି.ଜେ.ଡି ସଂସଦରେ କେନ୍ଦ୍ର ସରକାରଙ୍କର ସମସ୍ତ ଜନବିରୋଧୀ ଆଇନ୍ କୁ ସମର୍ଥନ କରିଛି ଏବଂ ଏହାର ପ୍ରତିଦାନରେ ବି.ଜେ.ଡି ନେତାମାନଙ୍କ ଦୁର୍ନୀତିର ଖୋଳତାଡ ହେଉ ନାହିଁ କିମ୍ବା ଅନ୍ୟାନ୍ୟ ବିରୋଧୀ ଦଳ ଶାସିତ ରାଜ୍ୟ ଭଳି ଓଡିଶାରେ ସି.ବି.ଆଇ, ଇଡି କିମ୍ବା ଆୟକର ବିଭାଗର ଚଢାଉ ଦେଖିବାକୁ ମିଳୁ ନାହିଁ । ଦୁଇ ଦଳର ତୁଙ୍ଗ ନେତାମାନେ ପରସ୍ପରର ପ୍ରଶଂସାରେ ଶତମୁଖ! ଦୀର୍ଘ ବର୍ଷ ଧରି କେନ୍ଦ୍ର ଓ ରାଜ୍ୟରେ ବି.ଜେ.ପି-ବି.ଜେ.ଡି ଅଘୋଷିତ ମେଂଟ ଚାଲିଛି । ଅନ୍ୟଦିଗରେ ଦୀର୍ଘ ବର୍ଷ ଧରି କ୍ଷମତା ବାହାରେ ରହିଥିବା କଂଗ୍ରେସ ଦଳ ପରିସ୍ଥିତିର ସୁଯୋଗ ନେଇ କ୍ଷମତାକୁ ଫେରିବାର ସ୍ୱପ୍ନ ଦେଖୁଛି ।
ଏହି ପରିସ୍ଥିତିରେ ଜନସାଧାରଣଙ୍କ ପେଟପାଟଣାର ଦାବି ନେଇ ବାମପନ୍ଥୀ ଦଳମାନଙ୍କ ପକ୍ଷରୁ ଲଗାତର, ଶକ୍ତିଶାଳୀ ଗଣଆନ୍ଦୋଳନ ପରିଚାଳନା କରିବା ଓ ମିିଳିତ ଆନ୍ଦୋଳନର ଧାରାବାହିକତାରେ ଐକ୍ୟବଦ୍ଧଭାବରେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ଏବଂ ଜନସାଧାରଣଙ୍କ ସମ୍ମୁଖରେ ଏକ ଲଢୁଆ ବାମପନ୍ଥୀ ବିକଳ୍ପ ଉପସ୍ଥାପନ କରିବାର ଜରୁରୀ ଆବଶ୍ୟକତା ରହିଛି । ମାତ୍ର ଆମର ସମସ୍ତ ଉଦ୍ୟମ ସତ୍ୱେ ଏହା ସମ୍ଭବ ହୋଇ ନାହିଁ । ସଂସଦ ଓ ବିଧାନସଭାରେ ସାମାନ୍ୟ କେତୋଟି ଆସନ ପାଇଁ ସି.ପି.ଆଇ, ସି.ପି.ଆଇ(ଏମ୍) ଏବଂ ସି.ପି.ଆଇ-ଏମ୍.ଏଲ୍ (ଲିବରେସନ୍) ପ୍ରମୁଖ ଦଳମାନେ ଗଣଆନ୍ଦୋଳନର ରାସ୍ତା ପରିହାର କରି କଂଗ୍ରେସ ସମେତ ବିଭିନ୍ନ ଭୋଟସର୍ବସ୍ୱ ଦଳ ସହିତ ମେଣ୍ଟ କରି ଜନସ୍ୱାର୍ଥର ପରିପନ୍ଥୀ କାର୍ଯ୍ୟ କରୁଛନ୍ତି । ଫଳରେ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ବିଭ୍ରାନ୍ତି ସୃଷ୍ଟି ହେଉଛି ।
ଏହିଭଳି ପରିସ୍ଥିତିରେ ଏସ୍.ୟୁ.ସି.ଆଇ(କମୁ୍ୟନିଷ୍ଟ) ଦଳ ନିଜ ଶକ୍ତିରେ ଏକକ ଭାବରେ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି । ରାଜ୍ୟର ସାଧାରଣ ମଣିଷର ସ୍ୱାର୍ଥ ରକ୍ଷାର ଲଢେଇକୁ ଶକ୍ତିିଶାଳୀ କରିବା ପାଇଁ, ସଂସଦ ଓ ବିଧାନସଭା ଗୃହରେ ସାଧାରଣ ମଣିଷର ସ୍ୱରକୁ ପ୍ରତିଧ୍ୱନିତ କରିବା ପାଇଁ ଏସ୍.ୟୁ.ସି.ଆଇ(କମୁ୍ୟନିଷ୍ଟ) ପାର୍ଟିର ଗଣଆନ୍ଦୋଳନରେ ପରୀକ୍ଷିତ ପ୍ରାର୍ଥୀମାନଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଏସ୍.ୟୁୁ.ସି.ଆଇ(କମୁ୍ୟନିଷ୍ଟ) ଓଡିଶା ରାଜ୍ୟ କମିଟି ପକ୍ଷରୁ ରାଜ୍ୟର ଜନସାଧାରଣଙ୍କୁ ବିନୀତ ନିବେଦନ କରୁଛୁ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଏସ୍ୟୁସିଆଇ(କମୁ୍ୟନିଷ୍ଟ) କେନ୍ଦ୍ରିୟ କମିଟି ସଦସ୍ୟ ତଥା ରାଜ୍ୟ ସଂପାଦକ ଶଙ୍କର ଦାସଗୁପ୍ତ, ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ବିଷ୍ଣୁ ଦାସ, ସ୍ୱୟଂପ୍ରଭା ନାୟକ, ବିଶ୍ୱାବସୁ ଦାସ, ଅଶୋକ ମିଶ୍ର ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *