କେନ୍ଦ୍ରାପଡ଼ା,୧୪/୦୩/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ସହର ଉପକଣ୍ଠ ଦୁହୁରିଆରେ ଥିବା ସମୀର ଟିଭିଏସ୍ ଭାଇଚାରାର ବାର୍ତା ବାଂଟିଛି । ମୁସଲମାନ ଭାଇମାନେ ରୋଜା ପାଳନ କରୁଥିବା ବେଳେ ଦୁହୁରିଆ ସ୍ଥିତ ସମୀର ଟିଭିଏସ୍ ପରିସରରେ ଏକ ଇଫତାର ପାର୍ଟିର ଆୟୋଜନ କରାଯାଇଥିଲା । ଏହି ଇଫତାର ପାର୍ଟିରେ ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ ।
ଏହା ଉଭୟ ସଂପ୍ରଦାୟ ମଧ୍ୟରେ ଭାଇଚାରା ଓ ସଦଭାବନା ରକ୍ଷାର ଏକ ଅନନ୍ୟ ପରମ୍ପରା ସୃଷ୍ଟି କରିଥିଲା । ଉଭୟ ମୁସଲମାନ ଓ ହିନ୍ଦୁ ଭାଇମାନେ ପରସ୍ପରକୁ ଆଲିଙ୍ଗନ କରି ଇଦ୍ ମୁବାରକ ଜଣାଇଥିଲେ । ପରେ ସମସ୍ତେ ଏକାଠି ହୋଇ ସେଠାରେ ରୋଜା ଫିଟାଇ ଖାଦ୍ୟ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମୀର ଟିଭିଏସ୍ ର ନିର୍ଦେଶକ ସମୀର କୁମାର ଚାନ୍ଦ, ବଳରାମ ସେଠୀ, କୁମାର ଚିରନଜ୍ୟୋତି ନାୟକ, ହିମାଂଶୁ ରାଉତ, ଲକ୍ଷ୍ମୀକାନ୍ତ ବେହେରା, ଦୁର୍ଯେ୍ୟାଧନ ମହାରଣା, ଅନିଜା ଜେନା, ଜଗନ୍ନାଥ ମହାରଣା ପ୍ରମୁଖ ଶତାଧିକ ଭଦ୍ରବ୍ୟକ୍ତି ଓ ସମୀର ଟିଭିଏସ ପରିବାରର ସଦସ୍ୟମାନେ ଇଫତାର ପାର୍ଟିରେ ସାମିଲ ହୋଇଥିଲେ ।
