ଜାତୀୟ କବି ବୀର କିଶୋର ସରକାରୀ ମହାବିଦ୍ୟାଳୟରେଔଷଧୀୟ ବୃକ୍ଷ ଲଗାଇ ଆତ୍ମନିର୍ଭରଶୀଳ ହେବାର କାର୍ଯ୍ୟକ୍ରମ ଆୟୋଜିତ

କଟକ, ୧୩/୦୩/୨୦୨୬ (ଓଡ଼ିଶା ସମାଚାର)- ଜାତୀୟ କବିବୀରକିଶୋର ସରକାରୀ ମହାବିଦ୍ୟାଳୟର ସ୍ମାର୍ଟ ରୁମ୍ରେ ଔଷଧୀୟ ବୃକ୍ଷ ଲଗାଇ କିପରି ଆତ୍ମନିର୍ଭରଶୀଳ ହୋଇପାରିବ ଏହି ବିଷୟରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ସ୍ଥିତ ସେଂଟର ଫର୍ ଏନଭିରୋନମେଂଟାଲ୍ ଷ୍ଟଡିଜ ର ପ୍ରତ୍ୟକ୍ଷ ତତ୍ୱାବଧାନରେ ମହାବିଦ୍ୟାଳୟ ଅଧ୍ୟକ୍ଷା ପ୍ରଫେସର ଡଃ ପଦ୍ମଜା ପଣ୍ଡିତଙ୍କ ପୌରୋହିତ୍ୟରେ କାର୍ଯ୍ୟକ୍ରମଟି ସଫଳତାର ସହିତ ସଂପନ୍ନ ହୋଇଥିଲା । ଅଧ୍ୟକ୍ଷା ବୈଦିକ ସାହିତ୍ୟ ତଥା ଅଥର୍ବବେଦରେ ଔଷଧୀୟ ବୃକ୍ଷର ଗୁଣ ଏବଂ ଉପକାରୀତା ବିଷୟରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ ।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆୟୁର୍ବେଦ ଚିକିତ୍ସକ ଡଃ ଦୀନବନ୍ଧୁ ମହାରଣା ଯୋଗଦେଇ ଆମ ଆଖପାଖରେ ଥିବା ଔଷଧୀୟ ବୃକ୍ଷର ଗୁଣ ଏବଂ ଉପକାରୀତା ବିଷୟରେ ଅବଗତ କରାଇ ଜଗନ୍ନାଥ ସଂସ୍କୃତିର ମୁଖ୍ୟ ଆଧର ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ମଧ୍ୟ ଏହି ଆୟୁର୍ବେଦ ଔଷଧରଗୁରୁତ୍ୱ କଥା ଉପଲବ୍ଧô କରାଇଥିଲେ । ବର୍ତମାନର ଚଳଚଂଚଳ କର୍ମମୟ ପରିବେଶରେ ଆମେ ସହଜକୁ ଆପଣେଇ ନେଉଛୁ, ଯାହା ଆମ ପାଇଁ କ୍ଷତିକାରକ । ଏହାକୁ ପରିତ୍ୟାଗ କରି ପ୍ରକୃତିକୁ ନିର୍ଭର କରିବା ପାଇଁ ସେ ପ୍ରେରଣା ଦେଇଥିଲେ ।


ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟର କୃଷି ବିଭାଗର ସହାୟକ ପ୍ରାଧ୍ୟାପକ ଡଃ ସନ୍ଦୀପ ରାଉତ୍ ମଧ୍ୟ ବିଭିନ୍ନ ଔଷଧୀୟ ବୃକ୍ଷର ଚିତ୍ର ଦର୍ଶାଇବା ସହିତ ତାହାର ଗୁଣ ଏବଂ ଉପକାରିତାକୁ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ । ଆଦିମ ଜନଜାତି ମାନଙ୍କର ଜୀବନ ଓ ଜୀବିିକା କିପରି ଏହା ଉପରେ ନିର୍ଭରଶୀଳ ଏକଥା ମଧ୍ୟ କହିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ଅନ୍ୟତମ ଅତିଥି ବିଶ୍ୱ ନହାକାନୀ ମହାବିିଦ୍ୟାଳୟର ଅଧ୍ୟାପକ ଡଃ ସଚ୍ଚିଦାନନ୍ଦ ପ୍ରଧାନ ପ୍ରକୋଷ୍ଠରେ ଥିବା ବିଭିନ୍ନ ଔଷଧୀୟ ପତ୍ର, ଫଳ, ପୁଷ୍ପ, ତୈଳ ତଥା ବୃକ୍ଷ ଆଦିର ଉପକାରୀତା ବିଷୟରେ ଅବଗତ କରାଇଥିଲେ ।

କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବହୁସଂଖ୍ୟକ ଛାତ୍ରଛାତ୍ରୀ ଯୋଗଦେଇ ପ୍ରମାଣ ପତ୍ର ସହିତ ଔଷଧୀୟ ବୃକ୍ଷ ପ୍ରାପ୍ତ ହୋଇଥିଲେ । ସମାଜରେ ଏହି ଆଗାମୀ ପିଢ଼ୀ ବୃକ୍ଷର ମହାତ୍ମ୍ୟ ବିଷୟରେ ଅବଗତ କରାଇବାର ସ୍ପୃହାକୁ ବଢ଼ାଇବା ପାଇଁ ସଂକଳ୍ପ ମଧ୍ୟକରିଥିଲେ । ଏହି କାର୍ଯ୍ୟକ୍ରମଟିକୁ ସଫଳତାର ସହିତ ସଂପାଦନ କରିବା ପାଇଁ ଇକୋ କ୍ଲବ୍ର ସମସ୍ତ ସଦସ୍ୟ ଡଃ ଅନୁପମା ବରାଳ, ଡଃ ସ୍ୱସ୍ତି ସ୍ୱାଗତିକା ସ୍ୱାଇଁ, ଡଃ ଦେବାଶିଷ ପାତ୍ର ତଥା ଡଃ ସମୀର କୁମାର ରାଉତ ଉତ୍ସାହର ସହ ସମସ୍ତ କାର୍ଯ୍ୟ କରିଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକାବୃନ୍ଦ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଔଷଧୀୟ ବୃକ୍ଷର ଗୁଣକୁ ଜାଣିବାର ସୁଯୋଗ ପାଇଥିଲେ । ପରିଶେଷରେ ଇଂରାଜୀ ବିଭାଗର ସହଯୋଗୀ ପ୍ରାଧ୍ୟାପକ ଡଃ ବିଶ୍ୱରଂଜନ ସାହୁ ଉପସ୍ଥିତ ସମସ୍ତ ଅତିଥି, ସହଯୋଗୀ କର୍ମଚାରୀ ତଥା ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଅର୍ପଣକରି କାର୍ଯ୍ୟକ୍ରମଟି ଶେଷ କରିଥିଲେ ।

Leave a Reply

Your email address will not be published. Required fields are marked *