ଇଦ୍ ପର୍ବ ପାଳନ ପାଇଁ କିଶନନଗର ଥାନାରେ ପ୍ରସ୍ତୁତି ବୈଠକ 

କଟକ ସଦର,୧୩/୦୩/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଆସନ୍ତା ୨୧ ତାରିଖରେ ପାଳନ ହେବାକୁ ଥିବା ଭାଇଚାରାର ପବିତ୍ର ଇଦ୍ ପର୍ବକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବାକୁ ଆଜି ଶୁକ୍ରବାର ଅପରାହ୍ନରେ କିଶନନଗର ଥାନା ପରିସରରେ ଥାନା ଅଧିକାରୀ ମାନେଶ୍ୱର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ସାମନ୍ତରାପୁର ସର୍ଦ୍ଦାର ସଫିକ୍ ମହମ୍ମଦ ତରଡାପଡା ରୁ କାସିମ ଅଲ୍ଲୀ ଖାନ୍,ଛୋଟି ଵାଲିସୁକ୍ରି ରୁ ଆସିଫ୍ ଅଲ୍ଲୀ ଖାନ୍, ପୋଖରୀହୁଡାରୁ ସେଖ୍ ଅବଦୁଲ ଵୁରାହାନ,ନାରଦାରୁ ମହମ୍ମଦ ଅତାଉର ରହେମାନ,ବି ନାରଦାରୁ ମହମ୍ମଦ ଅଫସର ଅଲ୍ଲୀ,କୁଳସାହିରୁ ମହମ୍ମଦ ଅଲ୍ଲୀ,ବି କୁଳସାହିରୁ ଅସରଫ୍ ଅଲ୍ଲୀ, ନମାଜ ପଡ଼ିଆରୁ ମହମ୍ମଦ ମଦାନ ଇଫତାଖର, ମହମ୍ମଦ ଆସଫାକ୍ (ଫାକି) ପ୍ରମୁଖ ସର୍ଦ୍ଦାର ମାନଙ୍କ ସମେତ ଇଲାସ ଅଲ୍ଲୀ ଖାନ,ରୁସ୍ତମ ମହମ୍ମଦ, ଆଜାଦ୍ ଅଲ୍ଲୀ ଖାନ,ମୁସ୍ତାଫର ସିରାଜ,ମୁସ୍ତାଫର ସ୍ଲାମ୍, ସମିତି ସଭ୍ୟ ଲିୟାକତ୍ ଅଲ୍ଲୀ ଖାନ (ଲାକୋ),ନାସିର ଅଲ୍ଲୀ ଖାନ, ମହମ୍ମଦ ଫିରଦୋସ ହୁସେନ, ମିର୍ଜା ସିରାଜ ବେଗ,ସରପଞ୍ଚ ଅବଦୁଲ ୱ।ହିଦ୍ ଖାନ୍ (ମୋତି), ସାମ୍ବାଦିକ ସାଜିଦ୍ ଅଲ୍ଲି, ସାମ୍ବାଦିକ ସରାଫତ ଅଲ୍ଲୀ ପ୍ରମୁଖ ବହୁ ମୁସଲିମ ସମ୍ପ୍ରଦାୟର ବ୍ୟକ୍ତି ବିଶେଷ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *