ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ କଟକ ଜିଲ୍ଲା  ନିର୍ବାଚନ ଶେଷ

 ଓଡ଼ିଶା ସମାଚାର ର ବରିଷ୍ଠ ସାମ୍ବାଦିକ ବିଷ୍ଣୁ ବେହେରା ରାଜ୍ୟ ଗଭର୍ଣ୍ଣିଂ କାଉନସିଲକୁ , ଦେବାଶିଷ ରଥ ସଂପାଦକ ଓ ଜିଲ୍ଲା କାର୍ଯ୍ୟକାରୀ କମିଟି କୁ ଅଭୟ କୁମାର ଜେନା ନିର୍ବାଚିତ

 

କଟକ ସଦର,୧୩/୦୩/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘର ନିର୍ବାଚନ ଆପାତତଃ ଜିଲ୍ଲା ୱ।ରୀ ଶେଷ ହୋଇଥିବା ଜଣାପଡିଛି।

ଦେବାଶିଷ ରଥ
ବିଷ୍ଣୁ ବେହେରା

ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲା ନିର୍ବାଚନ ଶେଷ ହୋଇ ରାଜ୍ୟ ଗଭର୍ଣ୍ଣିଂ କାଉନସିଲ କୁ ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା ଙ୍କ ସହିତ ପ୍ରଫୁଲ୍ଲ କୁମାର ସାହୁ ନିର୍ବାଚିତ ‌ହୋଇଛନ୍ତି। ସେହିପରି ଜିଲ୍ଲା ସଭାପତି ଭାବେ ଦେଵୀଦତ୍ତ ଶିବପ୍ରସାଦ ନାୟକ, ଉପସଭାପତି ପ୍ରଶାନ୍ତ କୁମାର ସାହୁ, ସଂପାଦକ ଦେବାଶିଷ ରଥ,ଯୁଗ୍ମ ସଂପାଦକ ମନୋଜ କୁମାର ଷଡଙ୍ଗୀ ଙ୍କ ସମେତ ଜିଲ୍ଲା କାର୍ଯ୍ୟକାରୀ କମିଟି କୁ ଦୟାନିଧି ସାହୁ, ସୁରେନ୍ଦ୍ର ଜେନା,ଅଭୟ କୁମାର ଜେନା, ବିରଜାଲକ୍ଷ୍ମୀ ପଟ୍ଟନାୟକ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ତପନ ମିଶ୍ର ଙ୍କ ଘୋଷଣାନାମା ରୁ ଜଣାପଡିଛି।

ଅଭୟ କୁମାର ଜେନା

Leave a Reply

Your email address will not be published. Required fields are marked *