ସମ୍ବାଦ ସାହିତ୍ୟ ଘର ଆନୁକୁଲ୍ୟରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ 

ନିଶ୍ଚିନ୍ତ କୋଇଲି ୧୧/୦୩/୨୦୨୬ (ଓଡିଶା ସମାଚାର /ଅଭୟଜେନା) ସମ୍ବାଦ ସାହିତ୍ୟ ଘର ନିଶ୍ଚିନ୍ତ କୋଇଲି ଆନୁକୂଲ୍ୟରେ ନିଶ୍ଚିନ୍ତ କୋଇଲି ବଜାର ନିକଟସ୍ଥ ବେଲେଶ୍ୱରୀ ସଙ୍ଗୀତ କଳା ନିକେତନ ପରିସରରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ଉପଲକ୍ଷେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସଭାପତି ଫକୀର ଚରଣ ନାୟକ ସଭାପତିତ୍ବ କରିଥିଲେ। ସଂଗଠନ ସଂପାଦକ ପରିବେଶବିତ ପ୍ରମୋଦ କୁମାର ଦାଶ ଙ୍କ ସଂଯୋଜନା କ୍ରମେ ମୁଖ୍ୟ ଅତିଥି ଭାବେ ଜେ ଏନ କଲେଜ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପ୍ରାଧ୍ୟାପକ ଡଃ ନିଖିଲେଶ ମହାନ୍ତି ଯୋଗଦେଇ ସମସ୍ତ ଓଡ଼ିଆ ପ୍ରାଣ ଓଡ଼ିଆ ଭାଷା ର ସୁରକ୍ଷା ଓ ଅଭିବୃଦ୍ଧି ପାଇଁ ଯତ୍ନବାନ ହେବାକୁ ମତ ପ୍ରକାଶ କରିଥଲେ।

ମୁଖ୍ୟବକ୍ତା ଭାବେ ବିଶିଷ୍ଟ କବି ସଚ୍ଚିଦାନନ୍ଦ ମିଶ୍ର ଯୋଗଦେଇ ଷଷ୍ଠ ଭାଷା ଭାବେ ଓଡ଼ିଆ ର ମାନ୍ୟତା ଅନୁସାରେ ଭାଷା ଓ ଭୂମି ର ବନ୍ଦନା ସହ ଓଡ଼ିଆ ଭାଷା ର ବ୍ୟାପକ ସଚେତନତା ଆବଶ୍ୟକ ବୋଲି ମତ ରଖିଥିଲେ। ବିଶିଷ୍ଟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ନାରାୟଣ ଦାସ ପୂର୍ବସୁରୀ ମାନଙ୍କ ଅପୂର୍ବ ତ୍ୟାଗ ଓ ପ୍ରତିବଦ୍ଧତା ପାଇଁ ଆଜି ଓଡ଼ିଆ ଭାଷା ର ସ୍ୱତନ୍ତ୍ରତା ବଜାୟ ରହିଛି ବୋଲି ମତ ଦେଇଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ଦେବବ୍ରତ ପଣ୍ଡା, ଶିଶୁ କବି ପ୍ରଫୁଲ୍ଲ କୁମାର ସାହୁ, ପ୍ରକୃତିବନ୍ଧୁ ବଳରାମ ପାତ୍ର, କବି ପ୍ରଫୁଲ୍ଲ କୁମାର ସିଂହ, ପ୍ରାକ୍ତନ ପୋଲିସ ଅଧିକାରୀ କବି କୁଳମଣି ସାହୁ, ଅଧ୍ୟାପକ ପ୍ରଶାନ୍ତ କୁମାର ପଣ୍ତା, ଅଜୟ କୁମାର ଦାଶ ପ୍ରମୁଖ ଯୋଗ ଦେଇ ଓଡ଼ିଆ ଭାଷା ସାହିତ୍ୟ ର ଉତ୍ଥାନ ନିମିତ୍ତ ବିଭିନ୍ନ ସକାରାତ୍ମକ ମତ ରଖିଥିଲେ। ପ୍ରାରମ୍ଭ ରେ ସବିତା ଶତପଥୀ ଙ୍କ ଦ୍ଵାରା ବନ୍ଦେ ମାତରମ ଗାନ କରାଯାଇ ଓଡ଼ିଆ ଭାଷା ର ପୂଜନ କରାଯାଇଥିଲା। ଶେଷରେ ଦେବାଶିଷ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *