ଭୁବନେଶ୍ୱର,୦୧/୦୬/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସତ୍ୟନଗର ସ୍ଥିତ, ତୋଷାଳି ଭବନ, ଏୱାନ (A1) ବ୍ଲକର ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ, କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ, ଶ୍ରୀମତୀ ବ୍ରତତୀ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ସକ୍ଷମା ର ଏକ ଖୋଲା ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ଏହି ସକ୍ଷମାରେ ଦୁଇଟି ବିଷୟ ବସ୍ତୁ ଉପରେ ବିଶେଷ ଆଲୋଚନା କରାଯାଇଥିଲା ଯଥା – ଗୃହ ବନ୍ଦନା ଏବଂ କ୍ରୀଡା ।
ଶ୍ରୀମତୀ ଗୀତାଞ୍ଜଳି ନାୟକ, ଅତିରିକ୍ତ ଶାସନ୍ ସଚିବ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ,ଏହି ଖୋଲା ଆଲୋଚନରେ ଅତିଥି ଭାବେ ଯୋଗ ଦେଇ ଭିନ୍ନକ୍ଷମମାନଙ୍କ ନିମନ୍ତେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗତରଫରୁ କଣ ସୁବିଧା ରହୁଛି ଏବଂ ତାର ପ୍ରାବଧାନ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ ।
ଶ୍ରୀଯୁକ୍ତ ବିଜୟ ସ୍ଵାଇଁ, କ୍ରୀଡା ଓ ଯୁବସେବା ବିଭାଗର ଅତିରିକ୍ତ ଶାସନ ସଚିବ, କ୍ରୀଡା କ୍ଷେତ୍ରରେ ବହୁ ଭିନ୍ନକ୍ଷମ ବ୍ୟକ୍ତି ବିଶେଷ ରାଜ୍ୟ ପାଇଁ ଯେଉଁ ଗର୍ବଗୌରବ ଆଣୁଛନ୍ତି ସେମାନଙ୍କ ନିମନ୍ତେ ବିଭାଗ ତରଫରୁ ଯେଉଁ ସୁବିଧା ସୁଯୋଗ (ସମ୍ମାନୀତ କରିବା କଥା ଆମେ କରୁଛୁ) ଦେବା କଥା ସେଥି ପାଇଁ ଆମେ ଚେଷ୍ଟା କରୁଛୁ । କ୍ରୀଡା ଓ ଯୁବସେବା ବିଭାଗ ତରଫରୁ ଭିନ୍ନକ୍ଷମମାନଙ୍କୁ ସାପୋର୍ଟ କଲାଭଳି ଏକ ଶୟନ ଗୃହ ଏବଂ ଷ୍ଟାଡିୟମ ନିର୍ମିତ କରାଯାଇଥିବା ସେ ପ୍ରକଷ କରିଥିଲେ । ଏହା ସହ ପରବର୍ତ୍ତୀ ସମୟରେ ଭିନ୍ନକ୍ଷମମାନଙ୍କୁ ସୁବିଧା କଲାଭଳି ଟୟଲେଟ, ରାମ୍ପ, ଲିଫ୍ଟ ତଥା ଅନ୍ୟାନ୍ୟ ସୁବିଧା ପାଇଁ ଚେଷ୍ଟା କରିବୁ ବୋଲି କହିଥିଲେ ।
ରେଡିଓ ଉଦାନର ପ୍ରତିଷ୍ଠାତା, ଶ୍ରୀ ଦାନିଶ ମହାଜନ,ଏହି ଖୋଲା ଆଲୋଚନାରେ ଭରଚୁଆଲ ମୋଡ ମାଧ୍ୟମରେ ଯୋଗଦେଇ ବିଭିନ୍ନ ରାଜ୍ୟରେ ଭିନ୍ନକ୍ଷମମାନଙ୍କର ବିଭିନ୍ନ ସମସ୍ୟା ଓ ତାର ସମାଧାନ ନିମନ୍ତେ ଯେଉଁ ସୁବିଧା ପ୍ରଦାନ କରାଯାଉଛି ତାର ଅପଡେଟ ଖବର ପ୍ରଦାନ କରିଥିଲେ ।
ଶ୍ରୀଯୁକ୍ତ ଜ୍ୟୋତି ରଞ୍ଜନ ସାହୁ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ, ଖୋର୍ଦ୍ଧା ଅତିଥି ଭାବେ ଯୋଗଦେଇ ଜିଲ୍ଲା ସ୍ତରରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଭିନ୍ନକ୍ଷମମାନଙ୍କ ନିମନ୍ତେ ଯେଉଁ ସବୁ କାର୍ଯ୍ୟ କରୁଛନ୍ତି ସେ ବିଷୟରେ ଅଲୋଚନ କରିଥିଲେ । ରାଜ୍ୟ ସରକାରଙ୍କ ଅନ୍ତଦୟ ଗୃହ ଯୋଜନା ମାଧ୍ୟମରେ ଖୋର୍ଦ୍ଧା ଜିଲ୍ଲାରେ ବହୁ ସଂଖ୍ୟକ ଯୋଗ୍ୟ ଭିନ୍ନକ୍ଷମ ହିତାଧିକାରୀଙ୍କୁ ଆବାସ ପ୍ରଦାନ କରିଥିବା ଏବଂ ଯାହା ବି ଯୋଗ୍ୟ ହିତାଧିକାରୀ ବାଦ ଅଛନ୍ତି ସେମାଙ୍କୁ ଚିହ୍ନଟ ହେଲା ପରେ ସେମାନଙ୍କୁ ମଧ୍ୟ ପ୍ରଦାନ କରିବା ପାଇଁ ଚେଷ୍ଟା କରିବୁ ବୋଲି କହିଥିଲେ ।
ରାଜ୍ୟ ସରକାରଙ୍କ ପ୍ରାବଧାନ ହିସାବରେ ଯୋଗ୍ୟ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଯେଉଁ ସବୁ ସୁବିଧାଅଛି ଆମେ ସେମାନଙ୍କୁ ପ୍ରଦାନ କରୁଛୁ । ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ, ଖୋର୍ଦ୍ଧା କହିଥିଲେ ଯେ, ବାଣୀଶ୍ରୀ ଛାତ୍ରବୃତ୍ତି ୬୭୮ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଏବଂ ଅନ୍ୟ ସ୍କଲାରଶିପ ଅଛି ୫୭ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରୁଥିବା ସେ ପ୍ରକାଶ କରିଥିଲେ । ସରକାରୀ କାର୍ଯ୍ୟାଳୟରେ ଭିନ୍ନକ୍ଷମମାନଙ୍କୁ ସାପୋର୍ଟ କଲାଭଳି ପରିବେଶ ତିଆରୀ କରୁଛୁ । ହିତାଧିକାରୀମାନେ ମଧ୍ୟ ସମ୍ୟକ ଅବଗତ ହେବା ଆବଶ୍ୟକ ବୋଲି କହିଥିଲେ ।
ଏହି ଖୋଲା ଆଲୋଚନକୁ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ଶ୍ରୀମତୀ ବ୍ରତତୀ ହରିଚନ୍ଦନ ଅଧ୍ୟକ୍ଷତା କରି କହିଥିଲେ ଯେ, କ୍ରୀଡା ଓ ଯୁବସେବା ଓ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଭିନ୍ନକ୍ଷମମାନଙ୍କ ସୁବିଧା ପାଇଁ କଣ କଣ କାର୍ଯ୍ୟ କରୁଛି ସେ ବିଷୟରେ ପଚାରି ବୁଝି ଥିଲେ ଏବଂ କ୍ରୀଡା କ୍ଷେତ୍ରରେ କଣ ସୁବିଧା ପ୍ରଦାନ କରାଯାଇପାରିବ ସେ ଦିଗରେ ବିଶେଷ ପଦକ୍ଷେପ ନେବା ପାଇଁ ତଥା ବିଭାଗର ୱେବ୍ସାଇଟରେ ମଧ୍ୟ ଭିନ୍ନକ୍ଷମମାନଙ୍କ ସୁବିଧା ପାଇଁ ଆକସେସ କରିବାକୁ ଅନୁରୋଧ କରିଥିଲେ ।
ଏହି ଆଲୋଚନାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, କ୍ରୀଡା ଓ ଯୁବସେବା ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭଗର ଅଧିକାରୀ, ଭିନ୍ନକ୍ଷମ ବ୍ୟକ୍ତିବିଶେଷ ତଥା ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ, କାର୍ଯ୍ୟାଳୟର ସମସ୍ତ ଅଧିକାରୀ, କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମକୁ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ, କାର୍ଯ୍ୟାଳୟର ଓଏସଡି ଧନ୍ୟବାଦ ଅର୍ପଣ କରିଥିଲେ ।
