ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ମୂଲ୍ୟାୟନ କେନ୍ଦ୍ର ଖୋଲିଲା 

ବାଲିଗୁଡ଼ା,୩୦/୦୧/୨୪(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚଳିତ ବର୍ଷ ଠାରୁ ନୂତନ ଭାବେ +୨ ମୂଲ୍ୟାୟନ କେନ୍ଦ୍ର ରାଜ୍ୟ ସରକାର ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଖୋଲା ଯାଇଛି। କନ୍ଧମାଳ ଜିଲ୍ଲାରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଫୁଲବାଣୀରେ ଏକମାତ୍ର ମୂଲ୍ୟାୟନ କେନ୍ଦ୍ର ରହିଥିଲା, ଯାହାକି ବାଲିଗୁଡ଼ାରୁ ଫୁଲବାଣୀର ଦୂରତା ୮୨ କି.ମି. ପୁଣି ଘାଟୀ ରାସ୍ତା। ଏ ସବୁକୁ ଦୃଷ୍ଟିରେ ରଖି ପରିଷଦ ପକ୍ଷରୁ ନିଷ୍ପତି ନିଆଯାଇ ଖୋଲାଯାଇଛି । ସୂଚନା ଯୋଗ୍ୟ ଯେ,  ୧୯୭୯ ମସିହାରେ ପ୍ରତିଷ୍ଠିତ ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ୧୯୮୩ ମସିହାରୁ +୨ କଳା, ବାଣିଜ୍ୟ ଶ୍ରେଣୀ ଖୋଲିଥିବା ବେଳେ ୧୯୮୮ ମସିହାରୁ ବିଜ୍ଞାନ ଶ୍ରେଣୀ ଖୋଲିଛି।

Leave a Reply

Your email address will not be published. Required fields are marked *