ଭୁବନେଶ୍ୱର, ୩୦/୦୧/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଗଣେଶ ଇନିଷ୍ଟିଚ୍ୟୁଟ୍ ଅଫ୍ ଇଂଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜି ଗୃଫ୍ ଅଫ୍ ଇନିଷ୍ଟିଚ୍ୟୁସନ୍ ଅନ୍ଧାରୁଆ, ଭୁବନେଶ୍ୱର ସ୍ଥିତ କଲେଜ୍ ପରିସରରେ ରଙ୍ଗାରଙ୍ଗ ୧୪ତମ ବାର୍ଷିକ ଉତ୍ସବ ସ୍ୱସ୍ତିକ୍-୨୦୨୫ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ରୁପେ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମାନ୍ୟବର ମନ୍ତ୍ରୀ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଓଡ଼ିଶା ସରକାର ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ ।
ଏହି ଉତ୍ସବରେ ଉପସ୍ଥିତ ଅତିଥି ସି.ଟି.ଟି.ସିର ବରିଷ୍ଠ ପରିଚାଳକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ ଆଜିର ଯୁଗରେ ବିଜ୍ଞାନ ଓ ଏହାର ବ୍ୟବହାର, ଚନ୍ଦ୍ରଯାନ-୩ ରେ ଭୁବନେଶ୍ୱର ସି.ଟି.ଟି.ସିର ଅବଦାନ ସମ୍ଭନ୍ଧରେ ଉପସ୍ଥିତ ଲୋକଙ୍କୁ ଜଣାଇଥିଲେ । ସମସ୍ତ ବ୍ୟକ୍ତିତ୍ୱମାନେ ଉପଦେଶ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତୀଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ ।
ଗଣେଶ ଇନିଷ୍ଟିଚ୍ୟୁଟ୍ ଅଫ୍ ଇଂଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜିର ଅଧ୍ୟକ୍ଷ ପ୍ରଫେସର ପ୍ରଶନ୍ନ କୁମାର ବେହେରା ସ୍ୱାଗତ ଭାଷଣ ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରି ଶୃଙ୍ଖଳୀତ ଛାତ୍ର ଜୀବନ ଉପରେ ଆଲୋକପାତ କରିଥିଲେ । ଚେୟୟାରମ୍ୟାନ ଡ଼. ବିଭୁତି ଭୂଷଣ ତି୍ରପାଠୀ, କଲେଜର ପ୍ରଗତୀ ଓ ଶିକ୍ଷାରେ ଉନ୍ନତ ମାପଦଣ୍ଡର ବ୍ୟବହାର ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲୋ ପରିଶେଷରେ କଲେଜ ମ୍ୟାନେଜ୍ମେଂଟ ବିଭାଗର ଅଧ୍ୟକ୍ଷ ଡ଼. ପିନାକୀ ବାଗ ଆମନ୍ତ୍ରିତ ଅତିଥି, ଉପସ୍ଥିତ ଅଭିଭାବକ, ଛାତ୍ରଛାତ୍ରୀ, କର୍ମଚାରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
