ପିଏମ୍‌ଶ୍ରୀ ଅହମ୍ମଦ ବକ୍ସ ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଶିକ୍ଷାଭିତ୍ତିକ ପର୍ଯ୍ୟଟନ ସ୍ଥଳୀ ପରିଭ୍ରମଣ

                                     (ଐତିହାସିକ ଓଳାଶୁଣୀ ଓ ଲଳିତଗିରି ପୀଠର ପ୍ରତ୍ୟକ୍ଷ ଅନୁଭୂତି ସାଉଁଟିଲେ ଛାତ୍ର ଛାତ୍ରୀ )

ନିଶ୍ଚିନ୍ତକୋଇଲି ୧୭/୦୩/ ୨୦୨୬ (ଓଡିଶା ସମାଚାର /ଅଭୟ ଜେନା )-କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଶିକ୍ଷା ମଣ୍ଡଳ ଅନ୍ତର୍ଗତ ପିଏମ୍‌ଶ୍ରୀ ଅହମ୍ମଦ ବକ୍ସ ସରକାରୀ ଉଚ୍ଚ ବିଦ୍ୟାଳୟ ଆନୁକୂଲ୍ୟରେ ‘ବ୍ୟାଗ୍ ଲେସ୍ ଡେ’ ଅବସରରେ ଶିକ୍ଷା ଭିତ୍ତିକ ପର୍ଯ୍ୟଟନସ୍ଥଳୀ ପରିଭ୍ରମଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ପ୍ରଧାନଶିକ୍ଷୟିତ୍ରୀ କାଦମ୍ବିନୀ ମଲ୍ଲୀକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଉକ୍ତ ଭ୍ରମଣ କାର୍ଯ୍ୟକ୍ରମ ରେ ଓଳାଶୁଣୀ ଏବଂ ଲଳିତଗିରିଠାରେ ଥିବା ବୈ।ଦ୍ଧସ୍ତୁପ, ପ୍ରାକୃତିକ ବନରାଜି, ପୁରାତନ ପ୍ରସ୍ତରରେ କାରୁକାର୍ଯ୍ୟର ଦେବାଦେବୀ ମୂର୍ତ୍ତୀ ଓ ପୁରାତନ ଐତିହାସିକ ବିଭିନ୍ନ କୀର୍ତ୍ତୀରାଜି ଗୁଡିକର ପ୍ରତ୍ୟକ୍ଷ ଅନୁଭୂତି ଛାତ୍ର ଛାତ୍ରୀମାନେ ଆହରଣ କରିଥିଲେ ।

ଉକ୍ତ ପରିଭ୍ରମଣ କାର୍ଯ୍ୟକ୍ରମରେ ବିଜୟ କୁମାର ସାହୁ,ବରିଷ୍ଠ ଶିକ୍ଷକ ସୁବ୍ରତ ବେହେରା, ମିନତୀ ସାହୁ, ନମିତା ବେହେରା, ଶୁଭଲକ୍ଷ୍ମୀ ଦାସ, ମଧୁସ୍ମିତା ଆଚାର୍ଯ୍ୟ, ସଂଗୀତା ନାୟକ,  ହରିଶ କୁମାର ନାୟକ, ବିକାଶ କୁମାର ରାଉତରାୟ, ଲକ୍ଷ୍ମୀଧର ମହାନ୍ତି, ମମତା ସେନାପତି, ଦୀପ୍ତିରେଖା ବେହେରା, ଦେବଦୁଲ୍ଲଭ ରାଉତରାୟ, ଲକ୍ଷ୍ମୀପ୍ରିୟା ସାହୁ, ସଂଯୁକ୍ତା ବେହେରା, ସୁରେଶ ପରିଡା, ଶ୍ରୀରାମ ମିଶ୍ର, ଗାୟତ୍ରୀ ସାହୁ ,ବିଷ୍ଣୁପ୍ରିୟା ପ୍ରହରାଜ ପ୍ରମୁଖ  ସହଯୋଗ କରିଥିଲେ । ଏଥିରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *