ଜଗତସିଂହପୁର  ରେ  ଅର୍ନ୍ତଜାତୀୟ ମହିଳା ଦିବସ ପାଳିତ

ଜଗତସିଂହପୁର,୦୮/୦୩/୨୦୨୬ (ଓଡ଼ିଶା ସମାଚାର)-ଆଜି ପୂର୍ବାହ୍ନ ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅର୍ନ୍ତଜାତୀୟ ମହିଳା ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଗତ ୬ ତାରିଖ ରୁ ଇଣ୍ଡୋର ଷ୍ଟାଡିୟମ ,ଜଗତସିଂହପୁର ଠାରେ ଆରମ୍ଭ ହୋଇଥିବା ଏହି  କାର୍ଯ୍ୟକ୍ରମ ର ଆଜି ତୃତୀୟ ଦିନ ତଥା ଅର୍ନ୍ତଜାତୀୟ ମହିଳା ଦିବସରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ,ଜଗତସିଂହପୁର , ଶ୍ରୀ ଅମରେନ୍ଦ୍ର ଦାସ,ସମ୍ମାନୀତ ଅତିଥି ଭାବେ ଜ୍ୟୋତି ଶଙ୍କର ରାୟ, ଅତିରିକ୍ତ ଜିଲ୍ଲାପାଳ,ସରୋଜିନୀ ସିଂହ, ଡି .ଏସ.ପି, ଓ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଜିଲ୍ଲାପାଳ କାର୍ଯ୍ୟାଳୟଠାରୁ  ଇଣ୍ଡୋର ଷ୍ଟାଡିୟମ ପର୍ଯ୍ୟନ୍ତ ପଦଯାତ୍ରାରେ ଯୋଗଦାନ କରିଥିଲେ ।

ମୁଖ୍ୟ ଅତିଥି ଶ୍ରୀ ଦାସ ମହୋଦୟ ପତାକା ଦେଖାଇ ପଦଯାତ୍ରା କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ ।ଅର୍ନ୍ତଜାତୀୟ ମହିଳା ଦିବସରେ ୩୦୦ରୁ ଉର୍ଦ୍ଧ୍ୱ କ୍ରୀଡାବିତ୍ ଙ୍କ ସମେତ  ସ୍କୁଲ ଓ କଲେଜ ଛାତ୍ରୀ, ଅଙ୍ଗନୱାଡି ଓ ଆଶା କର୍ମୀ ମାନେ, ବିଭିନ୍ନ ବର୍ଗ ରୁ ଆସିଥିବା ମହିଳାମାନେ ଏହି ବିଶାଳ ପଦଯାତ୍ରାରେ  ଅଂଶ ଗ୍ରହଣ କରିଥିଲେ ।ଅର୍ନ୍ତଜାତୀୟ ମହିଳା ଦିବସ ଅବସରରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୂର୍ମୁଙ୍କ ଦ୍ଵାରା ଦିଲ୍ଲୀ ରାଷ୍ଟ୍ରପତି ଭବନରେ National Florence Nightingale ସମ୍ମାନ ରେ ସମ୍ମାନୀତ ଶ୍ରୀମତୀ ଝୁଲଣା ବାରିକ ଓ ମଣ୍ଡା ସାହି CHC ସେବିକା ଶ୍ରୀମତୀ ବିଦୁଲତା ଦାଶ ,ଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ମାନିତ କରାଗଲା ।

ଏହି ଅବସରରେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀମତୀ ବିଶ୍ଵ ବିଜୟନି ପଟ୍ଟନାୟକ  କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ସମସ୍ତ ଅତିଥି ଏବଂ ମହିଳାମାନଙ୍କୁ  ଧନ୍ୟବାଦ ଜଣାଇଥିଲେ ।  ସେହିପରି ଗତକାଲି ତା ୭/୮/୨୬, ଦ୍ୱିତୀୟ ଦିନରେ  ଇଣ୍ଡୋର  ଷ୍ଟାଡିୟମ, ଜଗତସିଂହପୁରଠାରେ ଆତ୍ମରକ୍ଷା କର୍ମଶାଳା ଓ ଜୁଡୋ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଥିଲା ।ଏଥିରେ କ୍ରୀଡ଼ା, ସ୍କୁଲ ଓ କଲେଜ ଛାତ୍ରୀ ,ମହିଳା ପୋଲିସ,ମହିଳା ଅଙ୍ଗନବାଡ଼ି କର୍ମୀ ,  ଯୋଗଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଡ8 ବିଷ୍ଣୁପ୍ରିୟା ଦାଶ, ଅବସପ୍ରାପ୍ତ ଓଡ଼ିଆ ରିଡର୍,ସବିତା ପରିଡ଼ା, ଆରକ୍ଷୀ ନିରୀକ୍ଷକ, ଜଗତସିଂହପୁର, ଅତିରିକ୍ତ ଜିଲ୍ଲପାଳ ଜ୍ୟୋତି ଶଙ୍କର ରାୟ , ଜିଲ୍ଲା ସମାଜ  ମଙ୍ଗଳ ଅଧିକାରୀ, ଯୋଗ ଦେଇଥିଲେ।

ମୁଖ୍ୟଅତିଥି ଶ୍ରୀମତି ଦାଶ ମହିଳାମାନଙ୍କ ଉତ୍ତମ ସମାଜ ଗଠନରେ ଅବଦାନ ସମ୍ପର୍କରେ ଓ ଜଣେ ବରିଷ୍ଠ ମହିଳା ସିନ୍ଧୁ ତାଇ ସଫଲକାର ବିଷୟରେ କହିଥିଲେ। ତାଙ୍କ ଘର ବିଦର୍ଭ ରାଷ୍ଟ୍ର,ମହାରାଷ୍ଟ୍ର ପିମ୍ପଲ୍ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ।ତାଙ୍କ ଡାକ ନାମ ଚିନ୍ଦି । ଚିନ୍ଦି ର ମାନେ ଅଳିଆ ବା ଆବର୍ଜନା । ତାଙ୍କ ଜୀବନର ସଂଘର୍ଷ ବିଷୟରେ ସମସ୍ତ ମହିଳାଙ୍କୁ ଆଲୋକପାତ କରିଥିଲେ। ଅତିରିକ୍ତ ଜଲ୍ଲାପାଳ ପ୍ରଶିକ୍ଷଣ ମାଧ୍ୟମରେ  ମହିଳାମାନଙ୍କୁ ନିଜକୁ ସୁରକ୍ଷିତ ରଖିବା ସହ ଆତ୍ମବିଶ୍ବାସ ବଢ଼ାଇବା, ନିଜକୁ ସବାଲ ଓ ସ୍ବାବଲମ୍ବୀ ହେବା ଏହି ବିଷୟରେ  ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ୩ ଜଣ ପ୍ରଶିକ୍ଷକା ଲୋପାମୁଦ୍ରା ପତି, ସସ୍ମିତା ନାୟକ, ଶ୍ରଦ୍ଧାମୟୀ ରାଉତ ଯୋଗ ଦେଇଥିଲେ ।

ତିନିଦିନ ଧରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ମାନଙ୍କ ସହ ଜିଲ୍ଲା ର ସ୍କୁଲ୍ କଲେଜ ଛାତ୍ରୀ, ମହିଳା ସ୍ୱେଚ୍ଛାସେବୀ, ବିଭିନ୍ନ ଅନୁଷ୍ଠାନ ର ମହିଳା, ଅଧିକାରୀ, ଅଙ୍ଗନ ୱାଡ଼ି ଓ ଆଶାକର୍ମୀ, ସ୍ଵଛସାଥି ତଥା ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *