ଜଗତସିଂହପୁର,୧୮/୦୯/୨୦୨୫(ଓଡ଼ିଶା ସମାଚାର)- ଆଜି ୧୮ତାରିଖ ଗୁରୁବାର ସମଗ୍ର ଶିକ୍ଷା ଆନୁକୂଲ୍ୟରେ ଜଗତସିଂହପୁର ଜିଲାସ୍ତରୀୟ “ଆସ ସ୍କୁଲ ଯିବା” ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରେଭିନୁ୍ୟ ଡ଼ିଭିଜନାଲ କମିଶନର (ସେଂଟ୍ରାଲ ଡ଼ିଭିଜନ, କଟକ) ଶ୍ରୀମତୀ ଗୁହା ପୁନମ୍ ତାପସ୍ କୁମାର ଓ ଜଗତସିଂହପୁର ଜିଲାପାଳ ଶ୍ରୀଯୁକ୍ତ ଜେ. ସୋନାଲ ଉପସ୍ଥିତ ରହି ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଥିବା ମହାମାନବ ମାନଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।
ପରେ ସମଗ୍ର ଶିକ୍ଷା ଜଗତସିଂହପୁର ତରଫରୁ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ବ୍ୟାଚ ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇଥିଲା । ଏହାପରେ ଜଗତସିଂହପୁର ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ପରେଶ ଚନ୍ଦ୍ର ପାତ୍ର ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ପିଲାମାନଙ୍କର ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ
ଜଗତସସିଂହପୁର ଅତିରିକ୍ତ ଜିଲାପାଳ(ରାଜସ୍ୱ) ଶ୍ରୀ ସମ୍ବିତ କୁମାର ରାଉତ ଓ (ସାଧାରଣ) ଶ୍ରୀ ଜ୍ୟୋତି ଶଙ୍କର ରାୟ, ଜିଲା ସୂଚନା ଓ ଲୋକସଂପର୍କ ଅଧିକାରିଣୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି, ଜଗତସିଂହପୁର ମଣ୍ଡଳ ଶିକ୍ଷାଧିକାରିଣୀ ଶ୍ରୀମତୀ ମଧୁସ୍ମିତା ପତି, ବିରିଡ଼ି ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ମିହିର କୁମାର ପାଲ, ଜଗତସିଂହପୁର ମଣ୍ଡଳ ସହ ଶିକ୍ଷାଧିକାରିଣୀ ଅନୁସୂୟା ଭୋଇ ଓ କନକଲତା ଦାସ ଉପସ୍ଥିତ ଥିଲେ ।
ଇତ୍ୟବସରରେ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ପିଲାମାନଙ୍କୁ ଉପହାର ପ୍ରଦାନ କରାଯାଇଥିଲା । ପରେ ପରେ ଅତିଥିମାନଙ୍କ ଦ୍ୱାରା ପତାକା ଦେଖାଇ ଜିଲାସ୍ତରୀୟ “ଆସ ସ୍କୁଲ ଯିବା” ଶିକ୍ଷା ସଚେତନତା ପଦଯାତ୍ରାର ଉଦଘାଟନ କରାଯାଇଥିଲା । ଏହି ପଦଯାତ୍ରା ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବାହାରି ଚାଟ୍ଟରା ଓ ପାଣିଶାଳିଆ ଗ୍ରାମ ପରିକ୍ରମା କରିଥିଲା । ବିଦ୍ୟାଳୟର ଏନ.ସି.ସି ସ୍କାଉଟÿ୍, ଗାଇଡ଼୍, ଶିକ୍ଷାର୍ଥୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଗୋଷ୍ଠୀ ସଦସ୍ୟ, ପରିଚାଳନା କମିଟିର ସଦସ୍ୟ, ସମସ୍ତ ସି.ଆର.ସି.ସି, ସମଗ୍ର ଶିକ୍ଷା ଓ ବ୍ଲକ ଶିକ୍ଷା କାର୍ଯ୍ୟାଳୟର କର୍ମଚାରୀ ପ୍ଲାକାର୍ଡ଼ ଧରି “ଆସ ସ୍କୁଲ ଯିବା” ସଂପର୍କିତ ସ୍ଲୋଗାନ ଦେଇ ପଦଯାତ୍ରାକୁ ଆଗେଇ ନେଇଥିଲେ ।
