ସଂକୁଳ ସ୍ତରୀୟ ଯୋଗ କର୍ମଶାଳା ଓ ଶିଶୁ ଭାରତୀ ପଦାଧିକାରୀ ବୈଠକ ଅନୁଷ୍ଠିତ

ଲକ୍ଷ୍ମୀପୁର ୧୮/୧୧/୨୩(ଓଡିଶା ସମାଚାର /ପ୍ରମୋଦ କୁମାର ଜେନା )-କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦର ତହସିଲ କାର୍ଯ୍ୟାଳୟ ସମୁଖରେ ଥିବା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସଂକୁଳ ସ୍ତରୀୟ ଯୋଗ କର୍ମଶାଳା ଓ ଶିଶୁ ଭାରତୀ ପଦାଧିକାରୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି।ସଂକୁଳ ସଂଯୋଜକ ଅଲେଖ ଚନ୍ଦ୍ର ଦୋରାଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଉକ୍ତ ବୈଠକରେ ଲକ୍ଷ୍ମୀପୁର ମହା ବିଦ୍ୟାଳୟର ଅଧ୍ୟାପିକା ତିଳୋତ୍ତମା ପଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରୀ ମାନଙ୍କୁ ବିଭିନ୍ନ ଶିକ୍ଷଣୀୟ ମତା ମତ ପ୍ରଦାନ କରିଥିଲେ।

ବିଷମ କଟକ ସଂକୁଳର ପ୍ରଧାନ ଆଚାର୍ଯ୍ୟ ରମେଶ ଚନ୍ଦ୍ର ଗୌଡ଼ ଯୋଗ ପ୍ରଶିକ୍ଷକ ଭାବେ ଏଥିରେ ଉପସ୍ଥିତ ରହି ଯୋଗ ଶିକ୍ଷା ପ୍ରଦାନ କରିଥିଲେ।ସ୍ଥାନୀୟ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପାଣିଗ୍ରାହୀଙ୍କ ସହ ଯୋଗରେ ଏହି କାର୍ଯ୍ୟକ୍ରମର ଆୟୋଜିତ କରା ଯାଇଥିବା ବେଳେ ଆଚାର୍ଯ୍ୟ ଗୋପୀନାଥ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଏଇ ବୈଠକରେ ସଂକୁଳର ତେରଟି ବିଦ୍ୟାଳୟ ମଧ୍ୟରୁ କୋରାପୁଟ, ଲକ୍ଷ୍ମୀପୁର,ପଟାଙ୍ଗୀ, ମାଥାଲପୁଟ,ନାରାୟଣ ପାଟଣା,ସେମିଳିଗୁଡା ଓ ସୁନାବେଡା ବିଦ୍ୟାଳୟରୁ ୪୦ଜଣ ଛାତ୍ର ଛାତ୍ରୀ ୫ଜଣ ପ୍ରଧାନ ଆଚାର୍ଯ୍ୟ ଓ ୨୦ ଜଣ ଆଚାର୍ଯ୍ୟ ଆଚାର୍ଯ୍ୟା ଯୋଗ ଦେଇଥିଲେ। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଭି.ନାଗ ରାଜୁ, ସମ୍ପାଦକ ଏକଲବ୍ୟ ଚୌଧୁରୀ ଉପସ୍ଥିତ ରହି ଥିବା ବେଳେ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା,ସେବକ, ସେବିକା ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *