୨୦୨୭ ଜନ ଗଣନା ପାଇଁ ଜିଲ୍ଲା ସ୍ତରୀୟ ଜନ ଗଣନା ଅଧିକାରୀଙ୍କ ସମୀକ୍ଷା ଓ ପ୍ରଶିକ୍ଷଣ ଶିବିର ।

ଯାଜପୁର ୨୭/୦୨/୨୦୨୬ (ଓଡ଼ିଶା ସମାଚାର)-ଆଗାମୀ ୨୦୨୭ ଜନଗଣନା କାର୍ଯ୍ୟକୁ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ଯାଜପୁର ଜିଲ୍ଲାରେ ଜିଲ୍ଲା ସ୍ତରୀୟ ଜନ ଗଣନା ଅଧିକାରୀଙ୍କ ସମୀକ୍ଷା ଓ ପ୍ରଶିକ୍ଷଣ ଶିବିରରେ(ଦିତୀୟ ଦିନ) ଅନୁଷ୍ଠିତ ହୋଇଯାଇଛି। ଆଜି ଜିଲ୍ଲାପରିଷଦ, ଯାଜପୁରଙ୍କ ସମ୍ମିଳନୀ କକ୍ଷରେ ସହକାରୀ ଜନ ଗଣନା ଅଧିକାରୀ ତଥା ସହକାରୀ ଜିଲ୍ଲାପାଳ ଶ୍ରୀମତୀ ନିବେଦିତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜିଲ୍ଲା ସ୍ତରୀୟ ଜନ ଗଣନା ଅଧିକାରୀଙ୍କ ସମୀକ୍ଷା ଓ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ରେ ଭୁବନେଶ୍ୱର ଜନ ଗଣନା ନିର୍ଦ୍ଦେଶାଳୟ ର ଜିଲ୍ଲାର ଭାରାପ୍ରାପ୍ତ ଭାବେ ଶ୍ରୀଯୁକ୍ତ ଉପେନ୍ଦ୍ର କୁମାର ନାୟକ, ଶ୍ରୀମତୀ ଅର୍ଚନା ରାଉତ(ପରିସଂଖ୍ୟାନ ଅନୁସନ୍ଧାନକାରୀ,ଗ୍ରେଡ-୧ ଏବଂ ଶ୍ରୀମତୀ ସସ୍ମିତା ପ୍ରଧାନ (ପରିସଂଖ୍ୟାନ ଅନୁସନ୍ଧାନକାରୀ,ଗ୍ରେଡ-୨) ପ୍ରମୁଖ ଯୋଗଦେଇଥିଲେ ।

ଜିଲ୍ଲାର ଭାରପ୍ରାପ୍ତ ଶ୍ରୀ ନାୟକ କହିଛନ୍ତି ସାମ୍ବିଧାନିକ ବ୍ୟବସ୍ଥା ଅନୁଯାଇ ପ୍ରତ୍ୟେକ ୧୦ ବର୍ଷ ରେ ଦେଶରେ ଜନ ଗଣନା କରାଯାଇଥାଏ।ଶେଷ ଜନ ଗଣନା ୨୦୧୧ ରେ ହୋଇଥିଲା । କୋଭିଡ ମହାମାରୀ କାରଣରୁ ୨୦୨୧ ରେ ଏହା ହୋଇ ପାରି ନଥିଲା। ତେଣୁ ଏଥର ୨୦୨୭ ରେ ଦୁଇଟି ପର୍ଯ୍ୟାୟ ରେ ଜନ ଗଣନା ହେବ ।ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧୬ ରୁ ମେ ୧୫ ଗୃହ ତାଲିକା ଓ ଗୃହ ଗଣନା କରାଯିବ।ନାଗରିକ ମାନେ ସେନସସ୍ ପୋର୍ଟାଲ୍ ରେ ଲଗ୍ଇନ୍  କରି ଆତ୍ମ ଗଣନା କରିପାରିବେ। ଯାହା ଏପ୍ରିଲ ୧ ରୁ ୧୫ ପର୍ଯ୍ୟନ୍ତ ଉପଲବ୍ଧ ହେବ।ଏହାପରେ ଅଧିକାରୀମାନେ ମୋବାଇଲ୍ ଆପ ଜରିଆରେ ଘରେ ଘରେ ଯାଇ ତଥ୍ୟ ସଂଗ୍ରହ କରିବେ।ଦ୍ୱିତୀୟ ପର୍ଯ୍ୟାୟରେ ୨୦୨୭ ଫେବୃଆରି ୯ ରୁ ୨୮ ଯାଏ ଜନ ଗଣନା ହେବ ଏବଂ ମାର୍ଚ୍ଚ ୧ ରୁ ୫ ପର୍ଯ୍ୟନ୍ତ ସଂଶୋଧନ ରାଉଣ୍ଡ ଅନୁଷ୍ଠିତ ହେବ।ବର୍ତ୍ତମାନ ଗୃହ ଗଣନା ପାଇଁ ଗୃହ ତାଲିକା ବ୍ଲକ୍ ପ୍ରସ୍ତୁତି ଉପରେ ଗୁରୁତ୍ବ ଦିଆଯାଉଛି ।

ଏହି ଜନ ଗଣନା ପ୍ରଥମ ଥର ପାଇଁ ଡିଜିଟାଲ ହେବାରୁ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର ଉପରେ ସର୍ବାଧିକ ଗୁରୁତ୍ବ ଦିଆଯାଉଛି।ସେଲ୍ଫ ଏନ୍ୟୁମରେସନ, ସଧାରଣ ଜନତାଙ୍କ ସୁବିଧା ପାଇଁ ନାଗରିକ ମାନେ ନିଜର ତଥ୍ୟ ପ୍ରଦାନ କରିପାରିବେ।ଏହା ବ୍ୟତୀତ ମୋବାଇଲ୍ ଏପ୍ଲିକେଶନରେ ମଧ୍ୟ ଜନଗଣନା ନିଜେ ନିଜ ସମ୍ପୂର୍ଣ୍ଣ ତଥ୍ୟ ଦେଇ ପାରିବେ।ଏଥିରେ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନଙ୍କୁ ମାଷ୍ଟର ଟ୍ରେନର,ତହସିଲ ସ୍ତରୀୟ ଙ୍କୁ କ୍ଷେତ୍ରୀୟ ଟ୍ରେନର ଏବଂ ଶିକ୍ଷକ ମାନଙ୍କୁ ଗଣନାକାରି ଓ ସୁପରଭାଇଜର ଭାବେ ନିୟୋଜିତ କରାଯିବ ବୋଲି ମତବ୍ୟକ୍ତକରିଛନ୍ତି।ବୈଠକରେ  ଯାଜପୁରର  ସମସ୍ତ ତହସିଲଦାର ,ନିର୍ବାହୀ ଅଧିକାରୀ, ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ସଞ୍ଜିତ କୁମାର ନାୟକ , ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ସାଧାରଣ ଓ ବିବିଧ ବିଭାଗରୁ ଜନଗଣନା ବିଭାଗର ଦାୟିତ୍ୱରେ ଥିବା କନିଷ୍ଠ ରାଜସ୍ବ ସହାୟକ ଶ୍ରୀ ବିକାଶ ଦୀପ ତରାଇ,  ଶ୍ରୀ ଧନଞ୍ଜୟ ଦାସ, ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।  ।

Leave a Reply

Your email address will not be published. Required fields are marked *