ସତ୍ୟନଗର ଲେତିଜ୍ ଫୋରମର “ଅଭିରୁଚି ଶିଶୁ ପ୍ରତିଭା ଉତ୍ସବ- ୨୦୨୫” ଆୟୋଜିତ

ଭୁବନେଶ୍ୱର,୧୪/୧୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସ୍ଥାନୀୟ ଜୟଦେବ ଭବନ ଠାରେ ସତ୍ୟନଗର ଲେତିଜ୍ ଫୋରମର ଅଭିରୁଚି ଶିଶୁ ପ୍ରତିଭା ଉତ୍ସବ- ୨୦୨୫ କାର୍ଯ୍ୟକ୍ରମ ସମ୍ପାଦିକା ଅନୁରାଧା ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମରେ ବାରବାଟୀ-କଟକ ବିଧାୟିକା ସୋଫିଆ ଫିରଦୋଷ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେ଼ଇ, ପ୍ରଗତିବାଦୀ ସମ୍ପାଦକ ବୀରୁପାକ୍ଷ ତ୍ରିପାଠୀ, ଜୟ ଓଡ଼ିଶାର ପ୍ରତିଷ୍ଠାତା ତଥା ବିଶିଷ୍ଟ ସମାଜସେବୀ ରୁଦ୍ର ସାମନ୍ତରାୟ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ସହିତ କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ। ଫୋରମର ସମ୍ପାଦିକା ଅତିଥି ପରିଚୟ ଓ ସମ୍ମାନିତ କରି ଦୀର୍ଘ ୧୪ ବର୍ଷ କାର୍ଯ୍ୟକ୍ରମର ଆଲୋକପାତ କରିଥିଲେ।

ଅତିଥିଙ୍କ କରକମଳରେ ବାର୍ଷିକ ପତ୍ରିକା “ଅଭିରୁଚି- ୨୦୨୫ ଉନ୍ମୋଚନ କରାଯାଇଥିଲା। ଅତିଥିମାନେ କାର୍ଯ୍ୟକ୍ରମର ପ୍ରଶଂସା କରିବା ସହ ଏହାକୁ ଅବ୍ୟାହତ ରଖିବା ପାଇଁ ପରାମର୍ଶ ଦେଇଥିଲେ। ଫୋରମ୍ ତରଫରୁ ଅନୁଷ୍ଠିତ ଚିତ୍ରାଙ୍କନ, ରାଇମ୍ସ,  ଓଡ଼ିଶୀ ଓ ଆଧୁନିକ ନୃତ୍ୟର କୃତି ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ବାରା ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଫୋରମର ଶୁଭେଚ୍ଛୁ, ପରାମର୍ଶଦାତା ଏବଂ ବିଚାରକ ମଣ୍ଡଳୀଙ୍କୁ ସମ୍ମାନିତ କରାଯାଇଥିଲା।

ସାଂସ୍କୃତିକ ସନ୍ଧ୍ୟାରେ ନୃତ୍ୟ ଗୀତ ପରିବେଷଣ କାର୍ଯ୍ୟକ୍ରମକୁ ଆନି ଶତପଥୀ ସଞ୍ଚାଳନ କରିଥିବା ବେଳେ ସଭାନେତ୍ରୀ ଦୀପ୍ତିପ୍ରଭା ରଥ, କୋଷାଧ୍ୟକ୍ଷ ଶୋଭେଦିତା ରାୟ, ସଦସ୍ୟା ଦିପ୍ତୀ ବେହେରା,କିରଣବାଳା ମିଶ୍ର, ଶର୍ମିଷ୍ଠା କର, ସୁସ୍ମିତା ପଟେଲ, ଅର୍ଚ୍ଚନା ପୃଷ୍ଟି, ଉମା ଶତପଥୀ, ବନ୍ଦନା ଦାଶ କାନୁନଗୋ, ରାନୁ ସୁବ୍ରତ ବନ୍ଦୋପାଧ୍ୟାୟ, ଲକ୍ଷ୍ମୀପ୍ରିୟା ମିଶ୍ର, ସହକର୍ମୀ ଗୋବିନ୍ଦ ପାତ୍ର, ହ୍ୟାରୀ ଏବଂ ସମସ୍ତ ସହକର୍ମୀଙ୍କ ସହଯୋଗରେ ସଫଳ ରୂପେ ଅନୁଷ୍ଠିତ ହୋଇଯାଇଛି।

Leave a Reply

Your email address will not be published. Required fields are marked *