ଜଗତସିଂହପୁର ପୌରପରିଷଦ ଆନୁକୁଲ୍ୟରେ ଘର ଘର ତ୍ରିରଙ୍ଗା ଶୋଭାଯାତ୍ରା-୨୦୨୫

ଜଗତସିଂହପୁର, ୧୪/୦୮/୨୦୨୫(ଓଡ଼ିଶା ସମାଚାର)- ଆଜି ଗୁରୁବାର “ଘର ଘର ତ୍ରିରଙ୍ଗା ଘର ଘର ସ୍ୱଚ୍ଚତା” କାର୍ଯ୍ୟକ୍ରମ ମାଧ୍ୟମରେ ସ୍କୁଲ , କଲେଜ, ନର୍ସିଂ କଲେଜର ଶହ ଶହ ଛାତ୍ରଛାତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟା, ସମସ୍ତ ପୌର କର୍ମଚାରୀଙ୍କ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ସକାଳ ୯ ଘଟିକା ସମୟରେ ଜଗତସିଂହପୁର ପୌର ପରିଷଦ କାର୍ଯ୍ୟାଳୟରୁ ବାହରି ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ପର୍ଯ୍ୟନ୍ତ ଯାଇଥିଲା ।

ଏହି ଶୋଭାଯାତ୍ରାରେ ମୁଖ୍ୟ ଅତିଥିଭାବେ ଜଗତସିଂହପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ, ସମ୍ମାନନୀୟ ଅତିଥିଭାବେ ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ରାଉତ,ମୁଖ୍ୟ ବିକାଶ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲାପରିଷଦ ଜଗତସିଂହପୁର,ପୌର ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ସିଂହ,ଉପାଧ୍ୟକ୍ଷ,ରାଜେନ୍ଦ୍ର କୁମାର ବିଶୋଇ,ପାରିଷଦ,ଧିରା ଦାଶ, ମିଲ୍ଲି ସେଠୀ,କ୍ରିନସିପ୍ରିୟା ପରିଜା, ଜଗତାନନ୍ଦ ପଢିହାରୀ, ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ଜିଲା ସଂସ୍କୃତି ଅଧିକାରୀ, ଜିଲା କ୍ରୀଡା ଅଧିକାରୀ ଯୋଗଦାନ କରିଥିଲେ ।

ଇଲୋକଟ୍ରୋନିକ ମିଡିଆ , ପ୍ରିଂଟ ମିଡିଆ, ପୋଲିସ ପ୍ରଶାସନ,ଜି୍ଲା ସ୍ୱାସ୍ଥ୍ୟ ଅଧିକାରୀ ଏବଂ ଜନ ସ୍ୱାର୍ଥ ଅଧିକାରୀଙ୍କ ମିଳିତ ସହଯୋଗରେ ସଫଳ ହୋଇଥିଲା । ଏହି ଶୋଭାଯାତ୍ରା ପୌର ପରିଷଦର ନିର୍ବାହୀ ଅଧିକାରୀ ସୀମା ଜେନାଙ୍କ ତତ୍ୱାବଧାନରେ ସୂଚାରୂପେ ସଂପାଦନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *