ନୂଆ-ଓ: ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଉଦଯାପିତ

ଲକ୍ଷ୍ମୀପୁର ୨୯ /୦୧/୨୦୨୪ (ଓଡିଶା ସମାଚାର/ପ୍ରମୋଦ କୁମାର ଜେନା)- କୋରାପୁଟ ଜିଲ୍ଲା ନାରାୟଣ ପାଟଣା ରାଧାକୃଷ୍ଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ନୂଆ-ଓ ଆନୁକୂଲ୍ୟ ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ୟ୍ୟକ୍ରମ ଅବସରରେ “ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ” ଅନୁଷ୍ଠାନ ର ଅଧ୍ୟକ୍ଷ ସୁଧିର କୁମାର ଜେନାଙ୍କ ଅଧ୍ୟକ୍ଷତା ରେ ଉଦଯାପିତ ହୋଇଯାଇଛି। ଉକ୍ତ କାର୍ୟ୍ୟକ୍ରମ ରେ କୋରାପୁଟ ପୂର୍ବତନ ସାଂସଦ ଝିନ୍ନ ହିକକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଲକ୍ଷ୍ମୀପୁର ମହାବିଦ୍ୟାଳୟର ଅର୍ଥନୀତି ଅଧ୍ୟାପକ ଡ.ଜଗନ୍ନାଥ ରଥ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଲକ୍ଷ୍ମୀପୁର ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା,ପୂର୍ବତନ ସାଂସଦ ପ୍ରାର୍ଥୀନୀ କୌଶଲ୍ୟା ହିକକା,ନାରାୟଣପାଟଣା ପଞ୍ଚାୟତ ସମିତି ଅଧ୍ୟକ୍ଷ ଗୋଲାଦି ତ୍ରିନାଥ,ନାରାୟଣପାଟଣା ସରପଞ୍ଚ ରେବତୀ କୁନ୍ଦରିଆ,ଅନୁଷ୍ଠାନର ପୂର୍ବତନ ସଂପାଦକ ବି.କୁମାର ସ୍ବାମୀ ଗୁପ୍ତା,ବରିଷ୍ଠ ଅଧ୍ୟାପକ ଡ.ପ୍ରଫୁଲ୍ଲ କୁମାର ମହାରଣା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଅତିଥିବୃନ୍ଦ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉକ୍ତ କାର୍ୟ୍ୟକ୍ରମକୁ ତ୍ୱରାନ୍ୱିତ କରିଥିଲେ। ଏକାଦଶ ଶ୍ରେଣୀର ଛାତ୍ରୀ ଯମୁନା ମିଣିଆକା ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ।ଦିର୍ଘ ୧୨ ଦିନ ବ୍ୟାପି ଏହି କାର୍ୟ୍ୟକ୍ରମ ଚାଲୁ ରହିଥିଲା। ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ସାହିତ୍ୟ ଭିତ୍ତିକ ପ୍ରତିଯୋଗିତା ଯଥା ଓଡ଼ିଆ ଭଜନ,ଓଡ଼ିଆ ଗୀତ, ହସ୍ତାକ୍ଷର ଲିଖନ, ପ୍ରବନ୍ଧ ଲିଖନ, କୁଇଜ୍, ବକ୍ତୃତା, ଗଳ୍ପ କଥନ, ଲୋକନୃତ୍ୟ, ଓଡ଼ିଆ ଖାଦ୍ୟ ପ୍ରସ୍ତୁତି ଇତ୍ୟାଦି ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥି ଶ୍ରୀ ହିକକା ଓଡ଼ିଆ ଭାଷାର ବିଭିନ୍ନ ଦିଗ ତଥା ଏହାର ବିକାଶ, ପ୍ରଚାର ପ୍ରସାର କୁ ନେଇ ଆଲୋକପାତ କରିଥିବା ବେଳେ ମୁଖ୍ୟ ବକ୍ତା ଡକ୍ଟର ରଥ ଓଡିଶାର ବରେଣ୍ୟ ସାରସ୍ବତ ସାଧକ ଙ୍କ ଉଚ୍ଚ କୋଟୀର ଭାଷାଭିତ୍ତିକ ଚିନ୍ତାଧାରା ଏବଂ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଦିଗରେ ଓଡ଼ିଆ ସାହିତ୍ୟର ଇତିହାସ କୁ ନେଇ ବକ୍ତବ୍ୟ ରଖିଥିଲେ। ସମ୍ମାନୀତ ଅତିଥିମାନେ ଜଗନ୍ନାଥ ସଂସ୍କୃତି ଏବଂ ଓଡ଼ିଆ ଭାଷା ର ସଠିକ୍ ଓ ବହୁଳ ବ୍ୟବହାର ଉପରେ ମତବ୍ୟକ୍ତ କରିଥିଲେ। ପରେ ପରେ ଛାତ୍ର ଛାତ୍ରୀଙ୍କ ଦ୍ବାରା ଲୋକନୃତ୍ୟ ପରିବେଷଣ କରିବା ସହ ଅତିଥିମାନଙ୍କ ଦ୍ବାରା କୃତୀ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା।ଉକ୍ତ କାର୍ୟ୍ୟକ୍ରମ ରେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ସହଯୋଗ କରିଥିଲେ। ଇଂରାଜୀ ଅଧ୍ୟାପକ ପ୍ରଜାରଞ୍ଜନ ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ କ୍ରୀଡା ପ୍ରଶିକ୍ଷକ ଶ୍ରୀ ରଜତ କୁମାର ହିଆଲ ପୁରସ୍କାର ବିତରଣ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ। ପରିଶେଷରେ ରାଜନୀତି ବିଜ୍ଞାନ ଅଧ୍ୟାପକ ଡକ୍ଟର ପ୍ରଫୁଲ୍ଲ କୁମାର ମହାରଣା ଅତିଥିବୃନ୍ଦଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *