ଜିଲା ସ୍ତରୀୟ ବିକଶିତ ଭାରତ ୟୁଥ ପାର୍ଲ୍ୟାମେଂଟ ପାଇଁ ସାମ୍ବାଦିକ ସମ୍ମିଳନୀ

କେନ୍ଦ୍ରାପଡ଼ା,୨୨/୦୨/୨୦୨୬ (ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଓ ମାଇଁ ଭାରତ ପକ୍ଷରୁ ଜିଲାସ୍ତରୀୟ ବିକଶିତ ଭାରତ ୟୁଥ ପାର୍ଲାମେଂଟ ଆୟୋଜନ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଆସନ୍ତା ୨୫ତାରିଖରେ ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟରେ ଅନୁଷ୍ଠିତ ହେବ । ଏହି ସାମ୍ବାଦିକ ସମ୍ମିଳନୀରେ ସାନ୍ଧ୍ୟଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷା ଆଦ୍ୟାରଶ୍ମି ମହାପାତ୍ର, ପୂର୍ବତନ ଜିଲା କାର୍ଯ୍ୟକ୍ରମ ଅଧିକାରୀ ଶିଶିରକାନ୍ତ ମହାପାତ୍ର, ମାଇଁ ଭାରତ ୟୁବା ଭାରତର ଯୁବ କାର୍ଯ୍ୟକ୍ରମ ଅଧିକାରୀ ଗୋଲୀ ତିରୁପତି ରେଡ୍ଡୀ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକିର ମୋହନ ମାଝୀ, ସନ୍ଧ୍ୟା ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ମୃତ୍ୟୁଞ୍ଜୟ ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଜିଲାର ବିଭିନ୍ନ ମହାବିଦ୍ୟାଳୟର ୨ଶହରୁ ଅଧିକ ଛାତ୍ରଛାତ୍ରୀ ଏବଂ ୧୫ ବର୍ଷରୁ ୨୫ ବର୍ଷ ବୟସର ଇଚ୍ଛୁକ ଅନ୍ୟଯୁବ ଗୋଷ୍ଠୀମାନେ ଯୋଗଦେଇପାରିବେ । “ବିକଶିତ ୧୦୦ ବର୍ଷ ଭାରତ ଏବଂ ୫୦ ବର୍ଷ ଗଣତନ୍ତ୍ର’ ଉପରେ ଆଧାରିତ ବିଷୟବସ୍ତୁ ଉପରେ ଆଲୋଚନା କରାଯିବା ସହିତ ଏକ ଛାୟା ସଂସଦ ପ୍ରକ୍ରିୟାରେ ଜୁରୀ ସଦସ୍ୟମାନେ ଉପସ୍ଥିତ ରହି ଫଳାଫଳ ବିଚାର କରିବେ । ଜିଲାସ୍ତରୀୟ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଅଂଶ ଗ୍ରହଣ କରବେ । ରାଜ୍ୟସ୍ତରୀୟ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନେ ଜାତୀୟ ସ୍ତରୀୟ ପାର୍ଲାମେଂଟକୁ ମନୋନୀତ ହେବେ ବୋଲି ସୂଚନା ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ସନ୍ଧ୍ୟା ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପିକା ରୁକ୍ମୁଣୀ ସାହୁ, ମନୋରଞ୍ଜନ ରାଉତ, ମାଇଁ ଭାରତ କର୍ମୀ ଲକ୍ଷ୍ମୀକାନ୍ତ ଜେନା, କର୍ମଚାରୀ ଅଶୋକ ମଳିକ, କିସନ ନିମାଇ, ଶ୍ରୀଧର ବେହେରା ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *