କଟକ ସଦର,୨୨/୦୨/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଆୟତପୁର କ୍ରୀଡା ଅନୁଷ୍ଠାନ ପକ୍ଷରୁ ଆଜି ରବିବାର ଦିନ ଦିନିକିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୮ ଗୋଟି ଟିମ୍ ଅଂଶଗ୍ରହଣ କରିଥିଲେ। ଫାଇନାଲ ରେ ବାପୁଜୀ କ୍ଳବ୍ ଦିଦି କୁ ୧/୦ ଗୋଲରେ ହରାଇ ସ୍ୱସ୍ତିକ କ୍ଲବ ଵୋଧପୁର ଚମ୍ପିୟାନ ହୋଇଥିବା ଜଣାପଡିଛି।

ଏହି ଅବସରରେ ଅନୁଷ୍ଠାନ ର ସଭାପତି ସଂଜୟ କୁମାର ମହାରଣାଙ୍କ ସଭାପତିତ୍ବରେ ଆୟୋଜିତ ପୁରସ୍କାର ବିତରଣ ସଭାରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଓ ସମାଜସେବୀ ପ୍ରଶାନ୍ତ କୁମାର ଦାସ ଅତିଥି ଭାବେ ଯୋଗ ଦେଇ ବିଜେତା ଟିମ୍ କୁ ଟ୍ରଫି ଓ ଉପ ବିଜେତା ଟିମ୍ କୁ ଟ୍ରଫି ପ୍ରଦାନ କରିଥିଲେ। ପରିଚାଳନାରେ ସଂପାଦକ ସଂଜୟ ସେଠୀ, ଶ୍ରୀକାନ୍ତ ବେହେରା, ବିଶ୍ୱଜିତ୍ ବେହେରା, ବଳରାମ ନାୟକ, ସଂଜୟ ନାୟକ, ସତ୍ୟଜିତ୍ ବେହେରା, ଜନ୍ମେଜୟ ନାୟକ ପ୍ରମୁଖ ସହାୟତା କରିଥିଲେ। ଖେଳକୁ ରାଜଧାନୀ କନଷ୍ଟ୍ରକସନ୍ ର ପରିଚାଳନା ନିର୍ଦ୍ଦେଶକ ବିରାଟ ମହାପାତ୍ର ଉଦଘାଟନ କରିଥିଲେ।
