୪ ଆନ୍ତଃରାଜ୍ୟ ଡକାୟତ ଗିରଫ, ସୁନା, ରୁପା, ମୋବାଇଲ ଫୋନ ଓ ମରଣାସ୍ତ୍ର  ଜବତ

                                                            ସାଲେପୁର ଏସ.ଡି.ପି.ଓ ଙ୍କ  ସୂଚନା

ସାଲେପୁର,୨୨/୦୨/୨୦୨୬ ( ଓଡିଶା ସମାଚାର/ ଅଭୟ ଜେନା )-ସାଲେପୁର ଉପଖଣ୍ଡ ରାରକ୍ଷୀ ଅଧିକ୍ଷଙ୍କ ଅଧିନସ୍ଥ ଭଦ୍ରେଶ୍ୱର ଥାନା ଅନ୍ତର୍ଗତ ସିନ୍ଧୁପୁର ଗ୍ରାମର ଭୀମସେନ ଖଟୁଆଙ୍କ ଘରୁ ଗତ ଜାନୁଆରୀ ୨୪ ତାରିଖର ଚୋରି ଘଟଣାକୁ ନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିଲା ।ଏସ.ଡି.ପି.ଓ ଙ୍କ ସୂଚନା ମୁତାବକ ସାଲେପୁର, ନିଶ୍ଚିନ୍ତକୋଇଲି ଓ ଭଦ୍ରେଶ୍ଵର ଥାନାରେ ଡକାୟତି ଘଟଣା ନେଇ ପୃଥକ୍ ପୃଥକ୍ ମାମଲା ରଜୁ ପରେ କଟକ ଗ୍ରାମଞ୍ଚଳ ଏସ ପି ଙ୍କ ନିର୍ଦ୍ଦେଶରେ ସାଲେପୁର ଆଦର୍ଶ ଥାନା ଅଧିକାରୀ ମହେଶ୍ୱର ବେହେରାଙ୍କ ନେତୃତ୍ୱରେ ସାଲେପୁର, ନିଶ୍ଚିନ୍ତକୋଇଲି, ମାହାଙ୍ଗା ଓ ଭଦ୍ରେଶ୍ଵର ପୋଲିସଙ୍କୁ ନେଇ ଏକ ଟିମ ଗଠନ କରାଯାଇ ଏହାର ତଦନ୍ତ ଆରମ୍ଭ କରାଯାଇଥିଲା ।

ଗତ ଶୁକ୍ରବାର ଏହି ଟିମ ମିଳିତ ଭାବେ କେନ୍ଦ୍ରାପଡ଼ା ଡେରାବିଶ ଥାନା ତିଲଙ୍ଗ ଅଞ୍ଚଳରୁ ୪ଜଣ ଆନ୍ତଃଜିଲ୍ଲା ଡକାୟତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୬୧ଗ୍ରାମ ସୁନା, ୩୮୬ଗ୍ରାମ ରୁପା, ୪ଟି ମୋବାଇଲ ଫୋନ ଓ ଡକାୟତ ମାନେ ବ୍ୟବହାର କରିଥିବା ମରଣାସ୍ତ୍ରକୁ ଜବତ କରିଛନ୍ତି । ଏହି ଜବତ ଗହଣାର ମୂଲ୍ୟ ପାଖାପାଖି ୧୦ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି।

ଡକାୟତ ମାନେ ହେଲେ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଥାନା ତିଲଙ୍ଗ ଅଂଚଳର  ବିକାଶ କୁମାର ଦାସ, ଚିତ୍ତରଂଜନ ଦାସ, ସୁବ୍ରତ ଦାସ, ଯାଜପୁର ଟାଉନ ଥାନା  ଅଖରପଡା ର ଗୋପୀନାଥ ଦାସ । ଏମାନଙ୍କ ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ପୋଲିସ ପ୍ରକାଶ କରିଛନ୍ତି। ଏହି ଘଟଣାରେ ଚୋରି ସୁନା, ରୁପା କିଣିବା ଅଭିଯୋଗରେ ବିଚିତ୍ରା ନନ୍ଦ କୁଣ୍ଡୁକୁ ଗିରଫକରି କୋର୍ଟ ଚାଲାଣ କରାଯିବା ସହ ଏହି ଘଟଣାରେ ସମ୍ପୃକ୍ତି ଥିବା ଅନ୍ୟ ଦୁଇଜଣ ଅପରାଧୀକୁ ଖୁବ ଶୀଘ୍ର ଧରାଯିବ  ବୋଲି ପ୍ରେସମିଟରେ ଏସ.ଡି.ପି.ଓ  ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *