ମା’ବୁଢୀ ଜାଗୁଳାଇ ପାଲା ସଂଘର ମକର ମହୋତ୍ସବ

କେନ୍ଦ୍ରାପଡ଼ା,୨୧/୦୨/୨୦୨୬ (ଓଡ଼ିଶା ସମାଚାର)- ମା’ବୁଢୀ ଜାଗୁଳାଇ ପାଲା ସଂଘ ପକ୍ଷରୁ କଷୋଟି ଦୁହୁରିଆ ସ୍ଥିତ ବିଲେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ମକର ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଏହି ଉପଲକ୍ଷେ ସଂଘର ସମ୍ପାଦକ ଗାୟକ ପ୍ରକୃତିବନ୍ଧୁ ଗଗନବିହାରୀ ସିଂହଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ବରୋଦା ବ୍ୟାଙ୍କର ଅବସରପ୍ରାପ୍ତ ପରିଚାଳକ ଅମରେନ୍ଦ୍ର ସାହୁ, ମୁଖ୍ୟବକ୍ତା ଭାବେ ଆଂଚଳିକ ପରିବହନ ଅଧିକାରୀ ଲୋକନାଥ ମେହେର, ସମ୍ମାନିତ ଅତିଥି ଭାବେ ପଣ୍ଡିତ ଅଭୟ କୁମାର ଶତପଥୀ, ସମାଜସେବୀ ସଶ୍ମିତା ପଣ୍ଡା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ବରିଷ୍ଠ ନାଗରିକ, ବୃଦ୍ଧ,ବୃଦ୍ଧାମାନଙ୍କୁ ଶାଢୀ, ଯୋଡ, ଚନ୍ଦନ, ପୁଷ୍ପଗୁଛ, ପ୍ରମାଣପତ୍ର ଓ ଉତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ବାବାଜି ପଟ୍ଟନାୟକ, ସତ୍ୟବ୍ରତ ପରିଡା, ପ୍ରଦୀପ କୁମାର ଦାଶ, କେଦାରନାଥ ସାମନ୍ତରାୟ, ଅଶୋକ କୁମାର ସାହୁ, ନିରଞ୍ଜନ ପାତ୍ର, ବିଧୁଭୂଷଣ ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ । ଏଥିସହିତ ନୃତ୍ୟ, ସଂଗୀତ, ଘୋଡାନାଚ ଓ ପାଲା ପରିବେଷଣ ହୋଇଥିଲା । ନଳିନୀ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ନିରଞ୍ଜନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

କ୍ଷୀରୋଦ କୁମାର ନାଥ, ରଘୁନାଥ ଦାସ, ନରହରି ସେଠୀ, ଧ୍ରୁବ ସାହୁ, ରାଜେନ୍ଦ୍ର ଦାସ, ବାବାଜି ଦାସ, ଲଛମନ ନାଥଶର୍ମା, ନାଥ ସେଠୀ, ବାବାଜି ନାୟକ, ନାରାୟଣ ନାଥ, ସୋରିଆ ଦାସ, ଶୁକ ଦାସ, ଠୁରୀ ଦାସ, ମାତା ମଳିକ, ରେବତୀ ପଲାଇ, ରେବତୀ ଦାସ, କୌଶଲ୍ୟା ବେହେରା, ମାତା ବେହେରା, ରୁକ୍ମଣୀ ଦାସ, ସଂଘର କର୍ମକର୍ତା ରାଜ କୁମାର ପଲାଇ, ପ୍ରଶନ୍ନ କୁମାର ପଲାଇ, ବିଶ୍ୱଜିତ ଦାସ, ସତ୍ୟଜିତ ଦାସ, ବର୍ଷାପ୍ରିୟଦର୍ଶିନୀ ଦାସ, ଇପସିତା ଦାସ, ରୋଜାଲିନ ଦାସ, ସୌମ୍ୟରଞ୍ଜନ ଦାସ, ଅଞ୍ଜନ କୁମାର ପଲେଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ସୁବାଷ ଶତପଥୀ ଓ ଶ୍ରୀଧର ସାହୁ ପାଲା ପରିବେଷଣ କରିଥିବା ବେଳେ ଦେବକୀ ବେହେରା ଘୋଡାନାଚ, ଉପେନ୍ଦ୍ର ମଳିକ ସଂକୀର୍ତନ ଓ ନଳିନୀ ସ୍ୱାଇଁ ଏକତାର ଭଜନ ଗାନ କରିଥିଲେ ।

Leave a Reply

Your email address will not be published. Required fields are marked *