ଆଦର୍ଶ ଶିକ୍ଷକ ଅନୁକୂଳ ମହାରଣା ଙ୍କ ପରଲୋକ

ଭୁବନ ୨୧/୦୨/୨୦୨୬ (ଓଡ଼ିଶା ସମାଚାର)-    ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନମ୍ବର ୭ ଗୁଜୁରି ହାଟ ନିବାସୀ ଆଦର୍ଶ ଶିକ୍ଷକ ଅନୁକୂଳ ମହାରଣା (୮୩) ଙ୍କର ଶନିବାର ଅପରାହ୍ନ ରେ ପରଲୋକ ହୋଇଯାଇଛି । ସେ ଗତ କିଛି ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପଡ଼ି ଚିକିତ୍ସିତ ହେଉଥିଲେ ।

ଅନୁକୂଳ ସାର୍ ଙ୍କ ବିୟୋଗ ଖବର ପାଇ ପୂର୍ବତନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସ ଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସେ ଭୁବନର ପ୍ରଥମ ସ୍ବେଚ୍ଛାସେବୀ ଅନୁଷ୍ଠାନ “ରାଇଜିଂ କ୍ଳବ୍” ର ପ୍ରତିଷ୍ଠାତା ସଭ୍ୟ ଥିଲେ ଓ ଅବସର ପରେ ସେ ବହୁ ଅନୁଷ୍ଠାନ ସହିତ ଜଡିତ ରହିଥିଲେ। ସ୍ବର୍ଗତ ଅନୁକୂଳ ସାର୍ ଏକାଧାରରେ ଜଣେ ଆଦର୍ଶ ଶିକ୍ଷକ, ଛାତ୍ର ବତ୍ସଳ,ପରୋପକାରୀ,ସ୍ନେହୀ,ଦୟାଳୁ ଓ ମେଳାପି ବ୍ୟକ୍ତି ହୋଇଥିବାରୁ ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି। ସୂଚନା ଯୋଗ୍ୟ ଯେ, ଗତ କିଛି ମାସ ପୂର୍ବରୁ ତାଙ୍କ ପତ୍ନୀ ଙ୍କ ବିୟୋଗ ହୋଇଥିଲା ।

Leave a Reply

Your email address will not be published. Required fields are marked *