ଖୋର୍ଦ୍ଧା,୨୯/୧/୨୪(ଓଡିଶା ସମାଚାର/ଦୀପକ ପ୍ରଧାନ)- ଖୋର୍ଦ୍ଧା ଜିଲ୍ଲା ଡିଆ ପଂଚାୟତ କାଶୀପୁର ଠାରେ ମା ଭୈରବୀ ଯୁବ ସଂସଦ ଆନୁକୂଲ୍ୟରେ ୪୧ ତମ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତା ର ଚତୁର୍ଥ ଦିବସ ଖେଳ ହୋଇଯାଇଅଛି। କାଶୀପୁର ଖେଳପଡିଆ ରେ ଏହି ଚତୁର୍ଥ ଦିବସ ମ୍ୟାଚରେ ଜଟଣୀ କୁସୁମାଟି କ୍ଳବ ଓ ବେଗୁନିଆ କୁଶୁପଲା କ୍ଳବ ମଧ୍ୟରେ ହୋଇଥିଲା।କୁସୁମାଟି କ୍ଳବ ୪-୨ ଗୋଲରେ ବିଜୟ ହୋଇ ଚତୁର୍ଥ ଦଳ ଭାବେ ସେମିଫାଇନାଲ ରେ ପ୍ରବେଶ କରିଛି।ଏହି ମ୍ୟାଚରେ ଭାରତ ସରକାରଙ୍କ ସାମୁଦ୍ରିକ ବିଭାଗୀୟ ଅଫିସର ପରେଶ ନାଥ ମହାପାତ୍ରମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥିଭାବେ ସମାଜସେବୀ ଜଗବନ୍ଧୁ ବେହେରା ଯୋଗ ଦେଇଥିଲେ। ଭୈରବୀ ଯୁବ ସଂସଦ ର ସଭାପତି ପ୍ରଦୀପ୍ତ କୁମାର ଷଢଙ୍ଗୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମଂଚ ପରିଚାଳନା କରିଥିଲେ ଅବସରପ୍ରାପ୍ତ ଶିକ୍ଷକ କମଳ ଲୋଚନ ପ୍ରଧାନ। ଖେଳ ପରିଚାଳନା କରିଥିଲେ ପ୍ରମୋଦ କୁମାର ଦାସ,ସୁକାନ୍ତ ପ୍ରଧାନ ଓ ହ୍ରୁଦାନନ୍ଦ ମହତରାୟ । ଧନ୍ୟବାଦ ଦେଇଥିଲେ ସଂପାଦକ ନ୍ରୁସିଂହ ଦଳେଇ । କୋଷାଧ୍ୟକ୍ଷ ସୋମନାଥ ବିଶ୍ବାଳ ଓ ଅନ୍ୟମାନେ ସକ୍ରୀୟ ସହଯୋଗ କରିଥିଲେ। ଦିବଂଗତ ଆତ୍ମା ସିପିଆଇଏମ ନେତା ଚରଣ ଦଳେଇ ଓ ପୂର୍ବତନ ଖେଳାଳୀ ମଳୟ ରଂଜନ ମହାପାତ୍ରଙ୍କ ଫଟୋଚିତ୍ର ରେ ଅତିଥିଗଣ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଆସନ୍ତାକାଲି ସ୍ପୋଟ୍ସ କ୍ଳବ କୁହୁଡି ଓ ଏଫସି କ୍ଳବ ଖଣ୍ଡପଡ଼ା ମଧ୍ୟରେ ପ୍ରଥମ ସେମି ଫାଇନାଲ ଖେଳ ହେବାର ଯୁବ ସଂସଦ ପକ୍ଷରୁ ସୂଚନା ମିଳିଛି।